ETV Bharat / bharat

ଭାରତୀୟ ବୈଜ୍ଞାନିକଙ୍କ ମତ, କୋରୋନା ସଂକ୍ରମଣ ରୋକିବାରେ N-95 ମାସ୍କ ଅଧିକ ପ୍ରଭାବଶାଳୀ

author img

By

Published : Aug 27, 2020, 1:44 PM IST

କୋରୋନା ଭାଇରସ ସଂକ୍ରମଣ ରୋକିବାରେ N-95 ମାସ୍କ ଅଧିକ ପ୍ରଭାବଶାଳୀ ହୋଇପାରେ। ଏନେଇ ଯୁକ୍ତି ବାଢିଛନ୍ତି ଇସ୍ରୋ ସମେତ ଅନ୍ୟାନ୍ୟ ଅନୁସନ୍ଧାନକାରୀମାନେ । ସାଧାରଣ ମାସ୍କ ଅପେକ୍ଷା N-95 ମାସ୍କ ସଂକ୍ରମଣ ରୋକିବାରେ ସହାୟ ହେବ ବୋଲି ପରାମର୍ଶ ଦେଇଛନ୍ତି ଅନୁସନ୍ଧାନକାରୀ ।

ଭାରତୀୟ ବୈଜ୍ଞାନିକଙ୍କ ମତ, କୋରୋନା ସଂକ୍ରମଣ ରୋକିବାରେ N-95 ମାସ୍କ ଅଧିକ ପ୍ରଭାବଶାଳୀ
ଭାରତୀୟ ବୈଜ୍ଞାନିକଙ୍କ ମତ, କୋରୋନା ସଂକ୍ରମଣ ରୋକିବାରେ N-95 ମାସ୍କ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାରେ N-95 ମାସ୍କ ଅଧିକ ପ୍ରଭାବଶାଳୀ ହୋଇପାରେ। ଏନେଇ ଯୁକ୍ତି ବାଢିଛନ୍ତି ଇସ୍ରୋ ସମେତ ଅନ୍ୟାନ୍ୟ ଅନୁସନନ୍ଧାନକାରୀମାନେ । ସାଧାରଣ ମାସ୍କ ଅପେକ୍ଷା N-95 ମାସ୍କ ସଂକ୍ରମଣ ରୋକିବାରେ ସହାୟ ହେବ ବୋଲି ପରାମର୍ଶ ଦେଇଛନ୍ତି ଅନୁସନ୍ଧାନକାରୀ ।

ଅନୁସନ୍ଧାନକାରୀମାନେ ଉଲ୍ଲେଖ କରିଛନ୍ତି ଯେ କାଶ ଏବଂ ଛିଙ୍କିବା ସମୟରେ ଶ୍ୱାସକ୍ରିୟାରୁ ବାୟୁରେ ମାଇକ୍ରୋ ଡ୍ରପ୍ କୋଭିଡ -19 ପରି ସଂକ୍ରାମକ ରୋଗ ବିସ୍ତାରର ସବୁଠାରୁ ବଡ କାରଣ ଅଟେ । ଏନେଇ ଇସ୍ରୋର ଜଣେ ବୈଜ୍ଞାନିକ ପଦ୍ମାବ ପ୍ରସନ୍ନ ସିମହା ଏବଂ କର୍ଣ୍ଣାଟକର ଶ୍ରୀ ଜୟଦେବ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଭାସ୍କୁଲାର୍ ସାଇନ୍ସ ଏବଂ ରିସର୍ଚ୍ଚର ପ୍ରସନ୍ନ ସିମ୍ହା ମୋହନ ରାଓ ଏହି ବିଷୟରେ ପରୀକ୍ଷଣ ଏବଂ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନ ପଦାର୍ଥ ବିଜ୍ଞାନରେ ପ୍ରକାଶିତ ହୋଇଛି ।

ଅଧ୍ୟୟନରୁ ଜଣାପଡିଛି ଯେ ସଂକ୍ରମଣର ବିସ୍ତାରକୁ ହ୍ରାସ କରିବା ପାଇଁ N-95 ମାସ୍କ ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ । ଏହି ମାସ୍କ କାଶ ସମୟରେ 0.1 ରୁ 0.25 ମିଟର ମଧ୍ୟରେ ପାଟିରୁ ଛୋଟ ବୁନ୍ଦା ବିସ୍ତାରକୁ ସୀମିତ କରିଥାଏ । ବୈଜ୍ଞାନିକମାନେ କହିଛନ୍ତି ଯେ ସର୍ଜିକାଲ୍ ମାସ୍କ ଏହାକୁ 0.5 ରୁ 1.5 ମିଟର ମଧ୍ୟରେ ସୀମିତ କରିଥାଏ । ସିମ୍ହା କହିଛନ୍ତି, ପର୍ଯ୍ୟାପ୍ତ ଦୂରତା ଏପରି କିଛି ଯାହାକୁ ମାସ୍କ ଫୁଲ-ପ୍ରୁଫ୍ ନଥିବାରୁ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ।

ତେବେ ନିକଟରେ ବିଶ୍ୱ ସ୍ୱସ୍ଥ୍ୟ ସଙ୍ଗଠନ ଅମ୍ଳଜାନ ସ୍ତରରେ ମାସ୍କର ପ୍ରଭାବ ବିଷୟରେ ଆଜଭାଇଜରୀ ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ ସର୍ଜିକାଲ୍ ମାସ୍କର ଦୀର୍ଘକାଳୀନ ବ୍ୟବହାର ଅମ୍ଳଜାନ ହ୍ରାସ କରେ ନାହିଁ । ଅମ୍ଳଜାନ ସ୍ତରରେ ଫେସ୍ ମାସ୍କର ପ୍ରଭାବର ଗୁଜବକୁ ସଂସ୍ଥା ଖଣ୍ଡନ କରିଥିଲା ।

ନିକଟରେ ଏକ ଭିଡିଓରେ କଲୋମ୍ବିଆର ଜଣେ ଡାକ୍ତର ମେହମେଟ ଓଜ ସର୍ଜିକାଲ ମାସ୍କ ଏବଂ N-95 ମାସ୍କ ପିନ୍ଧିବା ପରେ, ଏହାକୁ ପିନ୍ଧିବା ପୂର୍ବରୁ ଅମ୍ଳଜାନର ହ୍ରାସ ଦେଖିଥିଲେ । ସେମାନେ ଏଥିପାଇଁ ଏକ ଅକ୍ସିମିଟର ବ୍ୟବହାର କରିଥିଲେ । ଏହି ଅବଧିରେ ଅମ୍ଳଜାନର ପତନ ସ୍ତରରେ କୌଣସି ହ୍ରାସ ଘଟି ନଥିଲା ।

ତାଙ୍କ ଅଭିଜ୍ଞତା ବାଣ୍ଟି ସେ କହିଛନ୍ତି ମୁଁ ଅସ୍ତ୍ରୋପଚାର ପାଇଁ ମୋ କ୍ୟାରିୟରରେ 12 ଘଣ୍ଟା ମାସ୍କ ବ୍ୟବହାର କରିଥିଲି କିନ୍ତୁ କୌଣସି ଅସୁବିଧା ହୋଇନଥିଲା । ତେବେ ଭାରତର ବିଶେଷଜ୍ଞମାନେ କହିଛନ୍ତି ଯେ ମେଡିକାଲ ମାସ୍କ ଅସ୍ୱାଭାବିକତା ସୃଷ୍ଟି କରିପାରେ ଏବଂ ଅମ୍ଳଜାନ ସ୍ତରକୁ ପ୍ରଭାବିତ କରିଥାଏ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.