ETV Bharat / bharat

ଚୀନ ବନ୍ଦରରେ ଫସି ରହିଛନ୍ତି 40ରୁ ଊର୍ଦ୍ଧ୍ବ ଭାରତୀୟ, ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରଣାଳୟର ପ୍ରୟାସ

author img

By

Published : Dec 17, 2020, 9:28 PM IST

ଚୀନ ବନ୍ଦରରେ ଦୀର୍ଘ ମାସରୁ ଫଶିରହିଥିବା ନେଇ ଚୀନ ସରକାରଙ୍କ ସହ ସମ୍ପର୍କରେ ରହିଛି ଭାରତୀୟ ଦୂତାବାସ । ଅଧିକ ପଢନ୍ତୁ...

ଚୀନ ବନ୍ଦରରେ ଫସିରହିଛନ୍ତି 40ରୁ ଉର୍ଦ୍ଧ୍ବ ଭାରତୀୟ, ଫେରାଇଆଣିବାକୁ ବୈଦେଶିକ ମନ୍ତ୍ରଣାଳୟର ପ୍ରୟାସ

ନୂଆଦିଲ୍ଲୀ: ଚୀନ ବନ୍ଦରରେ ଦୀର୍ଘ ମାସରୁ 40ରୁ ଊର୍ଦ୍ଧ୍ବ ଭାରତୀୟ ଫଶିରହିଥିବା ନେଇ ଚୀନ ସରକାରଙ୍କ ସହ ସମ୍ପର୍କରେ ରହିଛି ଭାରତୀୟ ଦୂତାବାସ । ଚୀନର ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ କୋରୋନା କଟକଣା ଯୋଗୁଁ ବର୍ତ୍ତମାନ ମତ୍ସ୍ୟଜୀବୀଙ୍କୁ ଭାରତ ଆସିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏହି ମାମଲାର ସମାଧାନ ଓ ମାନବିକତା ଆଧାରରେ ଭାରତୀୟ କ୍ରୃ-ମେମ୍ବରଙ୍କ ଚିନ୍ତାର ନିରାକରଣ ପାଇଁ ଚୀନରେ ଥିବା ଭାରତୀୟ ଦୂତାବାସ ସେଠାକାର ଅଧିକାରୀଙ୍କ ସମ୍ପର୍କରେ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ।

କୋରୋନାକୁ ନେଇ ଚୀନ ଓ ଅଷ୍ଟ୍ରେଲିଆର ସମ୍ପର୍କରେ ଉପୁଜିଥିବା ବିବାଦ ଏବେ କୋଇଲା ଯୁଦ୍ଧରେ ପରିବର୍ତ୍ତିତ ହୋଇଛି । ଏହା 40ରୁ ଅଧିକ ଭାରତୀୟଙ୍କ ଜୀବନକୁ ଚିନ୍ତାରେ ପକାଇଦେଇଛି । ଏମାନେ ଦୀର୍ଘ ମାସରୁ ଚୀନ ସମୁଦ୍ରକୂଳରେ ନଜରବନ୍ଦୀ ଅବସ୍ଥାରେ ରହିଛନ୍ତି ।

ଅଷ୍ଟ୍ରେଲିଆରୁ କୋଇଲା ନେଇ ପହଞ୍ଚିଥିବା ଭାରତୀୟ କ୍ରୃ-ମେମ୍ବର ଟିମ୍‌ଙ୍କ ଦୁଇଟି ଜାହାଜକୁ ଚୀନ ସରକାର ପ୍ରତ୍ୟାବର୍ତ୍ତନ କରିବାର ଅନୁମତି ଦେଉନାହାଁନ୍ତି । ଏପଟେ ଭାରତ ଓ ଚୀନ ସୀମାରେ ଉତ୍ତେଜନା ସମାଧାନରେ ବାଧା ସୃଷ୍ଟି କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.