ETV Bharat / bharat

ରେଲୱେରେ ବଡ ପରିବର୍ତ୍ତନର ପ୍ରସ୍ତୁତି: RPF କରିବେ ଟିକେଟ ଚେକିଂ - for change ticket checking by rpf no printing of train tickets

ରେଳ ସମ୍ବନ୍ଧରେ ଏହିସବୁ ପ୍ରସ୍ତାବ ରେଳବିଭାଗକୁ ଏହାର ଅଲଗା ଅଲଗା ଜୋନରୁ ପ୍ରାପ୍ତ କରାଯାଇଛି । ରେଲୱେ ବୋର୍ଡ ଦ୍ବାରା ଏହିସବୁ ପ୍ରସ୍ତାବ ଉପରେ ଏଯାଁଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ରେଳ ବିଭାଗର ଅଧିକାରୀଙ୍କ କହିବାନୁସାରେ, ଏହିସବୁ ପ୍ରସ୍ତାବକୁ ଖୁବଶୀଘ୍ର ଗ୍ରୀନ ସିଗନାଲ ମିଳିଯିବ ।

indian railways
ରେଲୱେରେ ବଡ ପରିବର୍ତନର ପ୍ରସ୍ତୁତି
author img

By

Published : Jun 10, 2020, 1:28 PM IST

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଇତିହାସରେ ହୋଇପାରେ ଐତିହାସିକ ପରିବର୍ତ୍ତନ । ରେଲୱେ ଜୋନର ଏହି ପ୍ରସ୍ତାବ ଉପରେ ରେଲୱେ ବୋର୍ଡ ପକ୍ଷରୁ ମୋହର ମାରିବା ପରେ ଏହି ପରିବର୍ତ୍ତନ ହୋଇପାରେ । ଯଦି ଏହିସବୁ ପ୍ରସ୍ତାବକୁ ମଞ୍ଜୁରୀ ମିଳେ, ତେବେ ରେଲୱେ ଯାତ୍ରୀ ଆଉ ଟିକେଟ ପ୍ରିଣ୍ଟ କରିବେ ନାହିଁ । ଷ୍ଟେସନ ମାଷ୍ଟର ସିଗନାଲ ଦେବା କାର୍ଯ୍ୟ ମଧ୍ୟ କରିବେ । ଟିଟିଙ୍କ ସ୍ଥାନରେ ଆରପିଏଫ ଷ୍ଟାଫ ଏବଂ ଟ୍ରେନ ଯାତ୍ରା ସମୟରେ ଟ୍ରେନରେ ଉପସ୍ଥିତ ଥିବା ଟେକ୍ନିସିଆନ ମଧ୍ୟ ଯାତ୍ରୀଙ୍କ ଠାରୁ ଟିକେଟ ଯାଞ୍ଚ କରିପାରିବେ ।

ତେବେ ରେଳ ସମ୍ବନ୍ଧରେ ଏହିସବୁ ପ୍ରସ୍ତାବ ରେଳବିଭାଗକୁ ଏହାର ଅଲଗା ଅଲଗା ଜୋନରୁ ପ୍ରାପ୍ତ କରାଯାଇଛି । ରେଲୱେ ବୋର୍ଡ ଦ୍ବାରା ଏହିସବୁ ପ୍ରସ୍ତାବ ଉପରେ ଏଯାଁଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ରେଳ ବିଭାଗର ଅଧିକାରୀଙ୍କ କହିବାନୁସାରେ, ଏହିସବୁ ପ୍ରସ୍ତାବକୁ ଖୁବଶୀଘ୍ର ଗ୍ରୀନ ସିଗନାଲ ମିଳିଯିବ । ଏହା ଉପରେ ମଞ୍ଜୁରୀ ମିଳିବା ପରେ ରେଳ ବିଭାଗ ଆଗ ଅପେକ୍ଷା ଆହୁରି ଉକୃଷ୍ଟମାନର ସେବା ଯାତ୍ରୀଙ୍କୁ ଯୋଗାଇ ଦେଇପାରିବେ ।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ରେଲୱେ ଅଧିକାରୀ କହିଛନ୍ତି ଯେ, ରେଲୱେ ବୋର୍ଡ ପରିଚାଳନାକୁ ଆହୁରି ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ନିଜ କର୍ମଚାରୀମାନଙ୍କୁ ଅନେକ କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବା ସହ ବହୁ ଉନ୍ନତମାନର କରାଯିବାକୁ ଯୋଜନା କରାଯାଇଛି । ରେଲୱେ ବୋର୍ଡ 2019ରେ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳର ମଞ୍ଜୁରୀ ପରେ ନିଜ 8 ଟି ସେବାକୁ ଏକ କେନ୍ଦ୍ରୀୟ ସେବା 'ଭାରତୀୟ ରେଲୱେ ପ୍ରବନ୍ଧକ ସେବା' ନାମରେ ଏକୀକୃତ କରି ଏହା ଉପରେ କାମ କରିବାକୁ ଯୋଜନା କରାଯାଇଛି ।

ଏହି ପ୍ରସ୍ତାବ ଅନୁସାରେ, ରେଲୱେ ବିଭାଗ ମଧ୍ୟ ଏୟାରଲାଇନ୍ସ ଭଳି ଟିକେଟ ପ୍ରିଣ୍ଟିଙ୍ଗ କରାଯିବା ପରିବର୍ତ୍ତେ ଯାତ୍ରୀଙ୍କୁ ନିଜ ମୋବାଇଲରେ ହିଁ ଟିକେଟ ଦେଖାଇ ଯିବାକୁ ଅନୁମତି ଦେବା ଦରକାର । ଏୟାରପୋର୍ଟ ଭଳି ସେଲ୍ଫ ପ୍ରିଣ୍ଟିଙ୍ଗ, ବୋଡିଙ୍ଗ ପାସ ଭଳି ରେଳ ଷ୍ଟେସନରେ ମଧ୍ୟ ଟ୍ରେନ ଯାତ୍ରୀଙ୍କୁ ସେଲ୍ଫ ଟିକେଟ ବ୍ୟବସ୍ଥା, ପ୍ରିଣ୍ଟିଙ୍ଗ ମେସିନ ଉପରେ ପ୍ରିଣ୍ଟ କରିବା ଉପରେ ସୁବିଧା ଦିଆଯିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.