ETV Bharat / bharat

କୋରୋନା ସହାୟତା: ଗୋଟିଏ ଦିନର ଦରମା ଦେଲେ ରେଳବାଇ କର୍ମଚାରୀ

author img

By

Published : Mar 30, 2020, 10:42 PM IST

ସୋମବାର ଭାରତୀୟ ରେଳୱେ କାର୍ଯ୍ୟକର୍ତ୍ତା ସେମାନଙ୍କ ଗୋଟିଏ ଦିନର ବେତନ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଅଧିକ ପଢନ୍ତୁ...

CORONA DONATION
ଗୋଟିଏ ଦିନର ବେତନ ଦାନ କଲେ ଇଣ୍ଡିଆନ ରେଳୱେ କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ 21ଦିନ ଲକଡାଉନ ଘୋଷଣା କରିଛନ୍ତି । ମାତ୍ର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏପଟେ ଲକଡାଉନ ପରଠାରୁ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଯାହାକୁ ନେଇ ବହୁ ନେତା ମନ୍ତ୍ରୀ ସେମାନଙ୍କ ଗୋଟିଏ ମାସର ବେତନ ତ ଆଉ କିଏ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା କୋରୋନା ସହାୟତା ଆକାରରେ ଦାନ କରୁଛନ୍ତି । ତେବେ ସୋମବାର ଭାରତୀୟ ରେଳୱେ କାର୍ଯ୍ୟକର୍ତ୍ତା ସେମାନଙ୍କ ଗୋଟିଏ ଦିନର ବେତନ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି ।

ତେବେ ଉତ୍ତର ସେଣ୍ଟ୍ରାଲ ରେଳୱେ କର୍ମଚାରୀ 7.3 କୋଟି ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଏଥିସହ ଉତ୍ତର ସେଣ୍ଟ୍ରାଲ ରେଳୱେ କର୍ମଚାରୀ 10 ହଜାର ମାସ୍କ ତିଆରି କରୁଥିବା ସୂଚନା ମିଳିଛି । ସେହିପରି ପ୍ରୟାଗରାଜ ସେଣ୍ଟ୍ରାଲ ହସ୍ପିଟାଲ ଦ୍ବାରା 2000 ଲିଟର ସାନିଟାଇଜର ତିଆରି ସରିଛି ।

ପ୍ରକାଶ ଥାଉକି, ମାରାତ୍ମକ କୋରୋନା କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 1071ରେ ପହଞ୍ଚିଥିବା ବେଳେ 30 ଜଣ ପ୍ରାଣ ହରାଇ ସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.