ETV Bharat / bharat

ସୀମା ବିବାଦ ମଧ୍ୟରେ ନେପାଳକୁ 2ଟି ଅତ୍ୟାଧୁନିକ ଟ୍ରେନ ଦେଲା ଭାରତ - indian railways

ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ସତ୍ତ୍ବେ ବନ୍ଧୁତ୍ବର ହାତ ବଢାଇଛି ଭାରତ । ଭାରତ ଏବଂ ନେପାଳ ମଧ୍ୟରେ ରେଳ ସେବା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଅତ୍ୟାଧୁନିକ ଟ୍ରେନ ଦେଲା ଭାରତ
ଅତ୍ୟାଧୁନିକ ଟ୍ରେନ ଦେଲା ଭାରତ
author img

By

Published : Sep 20, 2020, 12:31 PM IST

ନୂଆଦିଲ୍ଲୀ:ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ସତ୍ତ୍ବେ ବନ୍ଧୁତ୍ବର ହାତ ବଢାଇଛି ଭାରତ । ଭାରତ ଏବଂ ନେପାଳ ମଧ୍ୟରେ ରେଳ ସେବା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଡିସେମ୍ବର ମଧ୍ୟଭାଗରୁ ବିହାରର ଜୟନଗର ଏବଂ ଧନୁଷା ଜିଲ୍ଲାର କୁର୍ତ୍ତା ମଧ୍ୟରେ ଚଳାଚଳ କରିବ । ଏନେଇ ଭାରତ ନେପାଳକୁ ଦୁଇଟି ଆଧୁନିକ ଟ୍ରେନ ପ୍ରଦାନ କରିଛି ।

ଭାରତୀୟ ରେଳ ଅନୁଯାୟୀ, ଏହି ଦୁଇଟି ଟ୍ରେନ୍ ଜନକପୁର ସହରର କୁର୍ତ୍ତା ଠାରୁ ଆରମ୍ଭ କରି ଭାରତ ସୀମାବର୍ତ୍ତୀ ଜୟନଗର ପର୍ଯ୍ୟନ୍ତ ଯିବ। ହିମାଳୟ ଦେଶରେ ଏହା ପ୍ରଥମ ପ୍ରମୁଖ ବଡ ରେଳ ସେବା ହେବ। କୁର୍ତ୍ତାରୁ ଜୟନଗର ଅଭିମୁଖେ ଟ୍ରେନ୍ ଆରମ୍ଭ କରି ଉଭୟ ଦେଶର ନାଗରିକ ଉପକୃତ ହେବେ। ଏହି ରେଳ ମାର୍ଗ 35 କିଲୋମିଟର ଦୂରତା ଅତିକ୍ରମ କରିବ ।

କୋଙ୍କଣ ରେଳବିଭାଗ ଶୁକ୍ରବାର ଜୟନଗର-କୁର୍ତ୍ତା ଲାଇନ ପାଇଁ ଦୁଇଟି ଆଧୁନିକ ଡିଜେଲ-ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (DMUC) ଟ୍ରେନ୍ ନେପାଳ ରେଳବିଭାଗକୁ ହସ୍ତାନ୍ତର କରିଛି। ଏହି ଟ୍ରେନ୍ ଗୁଡିକ ଆଧୁନିକ ସୁବିଧା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଇଣ୍ଟିଗ୍ରେଟେଡ୍ କୋଚ୍ ଚେନ୍ନାଇ ଦ୍ବାରା ନିର୍ମାଣ କରାଯାଇଛି ।

ସୂଚନାନୁସାରେ, ପ୍ରତ୍ୟେକ ଟ୍ରେନ୍ ପ୍ରାୟ 1300 ଯାତ୍ରୀଙ୍କୁ ଘଣ୍ଟା ପ୍ରତି 110 କିଲୋମିଟର ବେଗରେ ଯାତ୍ରା ସୁବିଧା ଯୋଗାଇପାରେ । ରାଜଧାନୀ କାଠମାଣ୍ଡୁକୁ ଦୁଇ ଦେଶର ସୀମା ସହ ଯୋଡିବା ପାଇଁ ନେପାଳ ଉଭୟ ଚୀନ୍ ଏବଂ ଭାରତ ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ସେପ୍ଟେମ୍ବର ଆରମ୍ଭରେ ପ୍ରଥମ ଥର ପାଇଁ ବାଂଲାଦେଶକୁ 100ଟି ଟ୍ରାକ୍ଟର ପଠାଇ ଭାରତୀୟ ରେଳ ଇତିହାସ ସୃଷ୍ଟି କରିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.