ETV Bharat / bharat

‘ହାର୍ଡ ଇମ୍ୟୁନିଟିରୁ ବହୁ ଦୂରରେ ଭାରତୀୟ’

author img

By

Published : Sep 28, 2020, 7:10 AM IST

କୋରୋନା ସଂକ୍ରମଣ ରିକୋଭରି ହାର ବଢୁଥିବା ବେଳେ ପୁଣି ସଂକ୍ରମିତରୁ ସୁସ୍ଥ ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରବିବାର କହିଛନ୍ତି କି ଭାରତ ହାର୍ଡ ଇମ୍ୟୁନିଟିରୁ ଦୂରରେ । ଅଧିକ ପଢନ୍ତୁ..

‘ହାର୍ଡ ଇମ୍ୟୁନିଟିରୁ ବହୁ ଦୂରରେ ଭାରତୀୟ’
‘ହାର୍ଡ ଇମ୍ୟୁନିଟିରୁ ବହୁ ଦୂରରେ ଭାରତୀୟ’

ନୂଆଦିଲ୍ଲୀ: କୋରୋନା ମହାମାରୀରେ ସଂକ୍ରମଣରେ ସମଗ୍ର ବିଶ୍ବରେ ଜୁଝୁଛି । ଆଉ ଏଥିରୁ ମୁକ୍ତି ପାଇବା ପାଇଁ ଭାରତ ସମେତ ଅନେକ ଦେଶ ଭ୍ୟାକ୍ସିନ ତିଆରିରେ ଲାଗିପଡିଛନ୍ତି । ଏହି ରେସରେ ରୁଷ ଆଗୁଆ ଥିଲା ବେଳେ ଭାରତରେ କୋରୋନା ରିକୋଭରି ହାର 80 ପ୍ରତିଶତ ପାର ନେଇ ଦାବି ହୋଇଛି । ହେଲେ ଦେଖିବାକୁ ମିଳିଛି କି, ସଂକ୍ରମଣରୁ ଠିକ ହେଉଥିବା ଲୋକ ପୁଣି ଆକ୍ରାନ୍ତ ହେଉଛନ୍ତି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି କି ‘ ଭାରତର ଲୋକ ଏବେ ବି ହାର୍ଡ ଇମ୍ୟୁନିଟିରୁ ବହୁତ ଦୂରରେ । ’

ମନ୍ତ୍ରୀ ସେରୋ ସର୍ଭେର ଦ୍ବିତୀୟ ରିପୋର୍ଟକୁ ଉଲ୍ଲେଖ କରି କହିଛନ୍ତି ଯେ, ‘ଭାରତର ଜନସଂଖ୍ୟା ଏବେ ହାର୍ଡ ପ୍ରତିରୋଧକ ଶକ୍ତିଠାରୁ ବହୁ ଦୂରରେ | ଆମେ କୋରୋନା -19କୁ ନେଇ ଅଳସୁଆ ହେବା ଉଚିତ ନୁହେଁ କିନ୍ତୁ ନିୟମକୁ ଗମ୍ଭୀରତାର ସହିତ ଅନୁସରଣ କରିବା ଉଚିତ | ଏଥିସହ ଲୋକମାନଙ୍କ ମଧ୍ୟରେ କୋରୋନା ସଂକ୍ରମଣର ପୁନରାବୃତ୍ତିକୁ ନେଇ ହର୍ଷବର୍ଦ୍ଧନ କହିଛନ୍ତି, 'ଆଇସିଏମଆର ଏବେ କୋଭିଡ -19 ସଂକ୍ରମଣର ପୁନରାବୃତ୍ତି ଘଟଣାର ଅନୁସନ୍ଧାନ କରୁଛି ଯେ ଲୋକମାନେ କାହିଁକି ପୁନର୍ବାର ସଂକ୍ରମିତ ହେଉଛନ୍ତି । ଯେତେବେଳେ କି ଏହାର ମାମଲା ବର୍ତ୍ତମାନ କମ ଅଛି |

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ରେମେଡିସଭିର ଏବଂ ପ୍ଲାଜମା ଥେରାପିକୁ ପ୍ରୋତ୍ସାହିତ କରାଯିବା ଉଚିତ ନୁହେଁ । ଏହାର ବ୍ୟବହାର ସମ୍ପର୍କରେ ସରକାର ଆଡଭାଇଜରି ଜାରି କରିଛନ୍ତି । ଏଥିସହ ଘରୋଇ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ଏହି ସ୍କ୍ରିନିଂ ଚିକିତ୍ସାର ନିୟମିତ ବ୍ୟବହାର ବିରୁଦ୍ଧରେ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.