କାଠମାଣ୍ଡୁ: ଚୀନର ପ୍ରରୋଚନାରେ ଭାରତ ସହ ଶତ୍ରୃତା ବୃଦ୍ଧି କରିବାରେ ଲାଗିଛି ପଡୋଶୀ ନେପାଳ । ଗୋଟିଏ ପଟେ ଗଲଓ୍ବାନ ଘାଟିରେ ଚୀନ ସହ ସଂଘର୍ଷ ଥମିନଥିବାବେଳେ ଅନ୍ୟପକ୍ଷେ ନେପାଳ ଓ ଭାରତ ମଧ୍ୟରେ ଦିନକୁ ଦିନ ତିକ୍ତତା ଘନେଇବାରେ ଲାଗିଛି । ଏହି ମଧ୍ୟରେ ସମସ୍ତ ଭାରତୀୟ ନ୍ୟୁଜ ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାଇଦେଇଛି ନେପାଳ ।
ଭାରତୀୟ ଟିଭି ଚ୍ୟାନେଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ନେପାଳର କେବୁଲ ଟିଭି ପ୍ରଦାନକାରୀ ସୂଚନା ଦେଇଛନ୍ତି, କିନ୍ତୁ ବର୍ତ୍ତମାନସୁଦ୍ଧା କୌଣସି ଅଫିସିଆଲ ନିର୍ଦ୍ଦେଶ ଜାରି କରାଯାଇନାହିଁ ।
ନେପାଳର ପୂର୍ବ ଉପପ୍ରଧାନମନ୍ତ୍ରୀ ତଥା କ୍ଷମାତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ଭାରତୀୟ ଗଣମାଧ୍ୟମ ଉପରେ ବଡ ଅଭିଯୋଗ ଆଣିଛନ୍ତି । ପାର୍ଟିର ମୁଖପାତ୍ର ନାରାୟଣ କାଜି କହିଛନ୍ତି, ନେପାଳ ସରକାର ଓ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୋଧରେ ଭାରତୀୟ ମିଡିଆ ଭିତ୍ତିହୀନ ପ୍ରଚାରପ୍ରସାରର ସବୁ ସୀମା ଉଲ୍ଲଂଘନ କରିଛନ୍ତି । ତେବେ ଚୀନ ସହ ମିଶି ପ୍ରାଧାନନ୍ତ୍ରୀ କେପି ଶର୍ମା ଓଲି ଭାରତକୁ ଉସକାଉଥିବା ସମୟରେ ନେପାଳ ଏପରି ପଦକ୍ଷେପ ଆଗାମୀ ଦିନରେ ସମ୍ପର୍କକୁ ଆହୁରି ତିକ୍ତ କରିପାରେ ବୋଲି ପୂର୍ବନୁମାନ କରାଯାଉଛି ।
@ANI