ETV Bharat / bharat

ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କଲା ନୌସେନା

author img

By

Published : Nov 28, 2019, 6:31 PM IST

ଭାରତୀୟ ନୌସେନା ଦ୍ବାରା ବୁଧବାର  ସୁପରସୋନିକ ଦୂରଗାମୀ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆରଡିଓ) ଦ୍ବାରା ନିର୍ମିତ ଏହି ମାସାଇଲକୁ ଆରବ ସାଗରରେ ପରୀଷଣ କରାଯାଇଛି । ଅଧିକ ପଢନ୍ତୁ...

indian navy successfully test brahmos supersonic cruise missile
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଦ୍ବାରା ବୁଧବାର ସୁପରସୋନିକ ଦୂରଗାମୀ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆରଡିଓ) ଦ୍ବାରା ନିର୍ମିତ ଏହି ମିସାଇଲକୁ ଆରବ ସାଗରରେ ପରୀକ୍ଷଣ କରାଯାଇଛି । ଗତ ମାସରେ ବାୟୁସେନା ଦ୍ବାରା ମଧ୍ୟ ଏହାର ସଫଳ ପରୀକ୍ଷଣ କରାଯାଇଥିଲା ।

indian navy successfully test brahmos supersonic cruise missile
ଫଟୋ ସୌଜନ୍ୟ: ଏଏନଆଇ

ଏହାପୂର୍ବରୁ ବାୟୁସେନା ଆଣ୍ଡାମାନ ନିକୋବରର ଟ୍ରାକ୍‌ ଦ୍ବୀପରେ ମଙ୍ଗଳବାର ବ୍ରହ୍ମୋସର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା । 21 ଓ 22 ଅକ୍ଟୋବର ଦୁଇଟି ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା ।

ଏହି କ୍ଷେପଣାସ୍ତ୍ରରେ ଭାରତୀୟ କ୍ଷେପଣ ପଦ୍ଧତି, ଏୟାରଫ୍ରେମ, ଇନ୍ଧନ ଯୋଗାଣ ତଥା ଅନ୍ୟାନ୍ୟ ପ୍ରମୁଖ ସ୍ୱଦେଶୀ ସରଞ୍ଜାମ ଓ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ଡିଆରଡିଓ ଏବଂ ବ୍ରହ୍ମୋସ ଏରୋସ୍ପେସ ଦ୍ୱାରା ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । 290 କିମି ରେଞ୍ଜରେ ଏହା ନିଜର ସମ୍ପୂର୍ଣ୍ଣ ଲକ୍ଷ୍ୟଭେଦ କ୍ଷମତା ହାସଲ କରିଥିଲା । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଏହାକୁ ପ୍ରୟୋଗ କରାଯାଇପାରିବ ।

ଭବିଷ୍ୟତରେ ଏହି ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ଲକ୍ଷ୍ୟଭେଦ କ୍ଷମତା 290ରୁ ବୃଦ୍ଧି କରି 600 କିଲୋମିଟର କରିବା ଦିଗରେ ପରୀକ୍ଷାନୀରିକ୍ଷା ଚାଲୁରହିଛି । ବ୍ରହ୍ମୋସ ମିଶାଇଲ ନାମ ଭାରତର ବ୍ରହ୍ମପୁତ୍ର ଏବଂ ଋଷର ମସ୍କୱା ନଦୀ ନାମରେ ନାମିତ କରାଯାଇଛି । ଏହି ସୁପରସୋନିକ୍ କରୁଜ ମିଶାଇଲର ଗତି ଧ୍ୱନିର ଗତି ଠାରୁ ତିନି ଗୁଣା ଅଧିକରେ ୨.୮ ଗତିରେ ପ୍ରହାର କରେ ।

Intro:Body:

ତିରୁମଲା ତିରୁପତିରୁ ସିଧାପ୍ରସାରଣ

ଦେଖନ୍ତୁ କେମିତି ଚାଲିଛି ତିରୁପତିଙ୍କ ପୂଜାର୍ଚ୍ଚନା...

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.