ETV Bharat / bharat

ଇଦାଇ ବାତ୍ୟା: ମୋଜାମ୍ବିକରୁ 192ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

author img

By

Published : Mar 25, 2019, 9:04 AM IST

ଦକ୍ଷିଣ ଆଫ୍ରିକାରେ ତାଣ୍ଡବ ରଚିଛି ବାତ୍ୟା ଇଦାଇ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ 192ଜଣଙ୍କୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୋଜାମ୍ବିକ: ଦକ୍ଷିଣ ଆଫ୍ରିକାର ଘୂର୍ଣ୍ଣିଝଡ ଇଡାଇ ପ୍ରଭାବିତ ମୋଜାମ୍ବକିରୁ ଭାରତୀୟ ନୌସେନା ପକ୍ଷରୁ 192 ଜଣଙ୍କୁ ଉଦ୍ଧାର କରାଯାଇଛି । ଆଇଏନଏସ ସୁଜାତା, ଆଇସିଜିଏସ ସାରଥୀ ଓ ଆଇଏନଏସ ଶାର୍ଦୁଲ ଆଦି ତିନୋଟି ଜାହାଜ ସହିତ ସ୍ଥାନୀୟ କର୍ତ୍ତୃପକ୍ଷ ଓ ମାପୁଟ ସ୍ଥିତ ଭାରତୀୟ ହାଇ କମିଶନଙ୍କ ସହାୟତାରେ ମାନବିକ ସହାୟତା ଦୁର୍ବିପାକ ରିଲିଫ କାର୍ଯ୍ୟ ଜାରି ରଖିଛି ।

ଭାରତୀୟ ନୌସେନା ଦ୍ବାରା ସ୍ଥାପିତ ମେଡିକାଲରେ 1381 ଲୋକଙ୍କୁ ମେଡିକାଲ କ୍ୟାମ୍ପରେ ସହାୟତା ପ୍ରଦାନ କରାଯାଉଛି ।

ଗତମାର୍ଚ୍ଚ 15 ତାରିଖରେ ପୂର୍ବ ଓ ଦକ୍ଷିଣ ଆଫ୍ରିକାରେ ଇଦାଇ ବାତ୍ୟା ଲ୍ୟାଣ୍ଡ ଫଲ କରିବା ପରେ ବହୁଧନ ଜୀବନ ସହ ପ୍ରବଳ କ୍ଷୟକ୍ଷତି ଘଟିଛି। ମୋଜାମ୍ବିକ, ଜିମ୍ବାୱେ ଓ ମାଲୱିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଏଥି ସହିତ ଭାରତୀୟ ଚେତକ ହେଲିକପ୍ଟର, ମୋଜାମ୍ବିକର ବିପର୍ଯ୍ୟୟ ମ୍ୟାନେଜମେଣ୍ଟ ଦ୍ବାରା ସ୍ଥାନୀୟ ଅଧିକାରୀଙ୍କ ସହିତ ଉଦ୍ଧାର କରିବା ସହ ବିପର୍ଯ୍ୟସ୍ଥ ଅଞ୍ଚଳ ଗୁଡିକରେ ରିଲିଫ ବଣ୍ଟନ କରୁଛି ।

ବାତ୍ୟା ଇଦାଇରେ ଫଶିରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏଥିସହିତ ବାତ୍ୟା ପ୍ରଭାବିତ ଅନ୍ୟ ଦୁଇ ଦେଶ ମଧ୍ୟରେ ଜିମାୱେ ଓ ମାଲୱିକୁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟାରେ 700ରୁ ଊର୍ଦ୍ଧ୍ବ ଜୀବନ ଗଲାଣି।

24.3.19 Brahmagiri ,Debashish Das
ଦୋକାନ ଉପରକୁ ବୋମା ମାଡ଼, ଦୁର୍ବତ୍ ଲୁଟି ନେଲେ ସାମଗ୍ରୀ।
ବ୍ରହ୍ମଗିରି ଥାନା ଅଧିନସ୍ଥ ପଲଙ୍କ ଗ୍ରାମ ଛକରେ ଥିବା ଚରଣ ସାହୁ ଙ୍କ ଦୋକାନ ଉପରକୁ ଗତ ମଧ୍ୟ ରାତିରେ କେହି ଦୁର୍ବତ୍ ବୋମା ମାଡ଼ କରି ଦୋକାନ ଭାଙ୍ଗି ସେଥିରୁ ସାମଗ୍ରୀ ଲୁଟି ନେଇଛନ୍ତି।
ଦୋକାନୀ ଶ୍ରୀ ସାହୁ ଥାନାରେ ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁଧ୍ୟାନ କରୁଛି।
Visual send by what's up.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.