ETV Bharat / bharat

ଭାରତୀୟ ନୌସେନା ନିର୍ମାଣ କରିବ 6 ପରମାଣୁ ପ୍ରହାରକ୍ଷମ ବୁଡାଜାହଜ - ଭାରତୀୟ ନୌସେନା

ଭାରତୀୟ ନୌବାହିନୀ ନିଜକୁ ସଶକ୍ତ କରିବା ପାଇଁ ନୂଆ ଯୋଜନା ଆରମ୍ଭ କରିଛି । ପାଣି ତଳେ ଅତି ବଳଶାଳୀ ହେବା ପାଇଁ ଭାରତ 18ଟି ପାରମ୍ପରିକ ଓ 7ଟି ପରମାଣୁ ଆଟାର୍କ କରିବାରେ ସକ୍ଷମ ବୁଡ଼ାଜାହାଜ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

indian-navy-planning-to-build-six-nuclear-attack-submarines
ଡିଜାଇନ ଫଟୋ
author img

By

Published : Dec 29, 2019, 9:40 PM IST

ନୂଆଦିଲ୍ଲୀ: ଜଳଭାଗରେ ମହାବଳୀ ହେବା ପାଇଁ ଭାରତର ପ୍ରୟାସ ଅହରହ ଜାରି ରହିଛି । ଭାରତୀୟ ନୌବାହିନୀ ନିଜକୁ ସଶକ୍ତ କରିବା ପାଇଁ ନୂଆ ଯୋଜନା ଆରମ୍ଭ କରିଛି । ପାଣି ତଳେ ଅତି ବଳଶାଳୀ ହେବା ପାଇଁ ଭାରତ 18ଟି ପାରମ୍ପରିକ ଓ 7ଟି ପରମାଣୁ ଆଟାର୍କ କରିବାରେ ସକ୍ଷମ ବୁଡ଼ାଜାହାଜ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି ସୂଚନା ରକ୍ଷା ସମ୍ପର୍କୀୟ ସଂସଦୀୟ ସ୍ଥାୟୀ କମିଟି ସଂସଦର ଶୀତକାଳୀନ ଅଧିବେଶନରେ ପ୍ରଦାନ କରିଥିବା ରିପୋର୍ଟରେ ସୂଚିତ କରିଥିଲା ।

ଏହି ରିପୋର୍ଟରେ ନୌସେନା 18 ପାରମ୍ପରିକ ଓ 6 ଏସଏସଏନ(ପରମାଣୁ ଆକ୍ରମଣ ପାଇଁ ସକ୍ଷମ) ଯୁଦ୍ଧପୋତ ନିର୍ମାଣ କରିବା ଯୋଜନା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ବର୍ତ୍ତମାନ ନୌସେନାରେ 15 ପାରମ୍ପରିକ ସବମେରାଇନ ଓ ଏକ ଏସଏସଏନ ବୁଡାଜାହଜ ଲିଜରେ ଉପଲବ୍ଧ ରହିଛି ।

ଭାରତୀୟ ନୌସେନା ପାଖରେ ବର୍ତ୍ତମାନ ଶକ୍ତିଶାଳୀ ପ୍ରହାରକାରୀ ତ୍ରିମୁଖ ଅଣୁଅସ୍ତ୍ରବାହୀ ବୁଡାଜାହାଜ (ଏସଏସବିଏନ) ଆଇଏନଏସ ଅରିହନ୍ତ ଶ୍ରେଣୀ ବ୍ୟତୀତ 6ଟି ପରମାଣୁ କ୍ଷମତା ସମ୍ପନ୍ନ ସବମେରାଇନ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଆରିହନ୍ତ ଏକ ପରମାଣୁ ଆକ୍ରମଣ କ୍ଷମତା ରଖୁଥିବା ଏସଏସବିଏନ ବୁଡାଜାହଜ ଅଟେ ଯେଉଁଥିରେ ନ୍ୟୁକ୍ଲିୟାର ମିଶାଇଲ ସଂଯୋଗ ରହିଛି । ଏହାସହ ଭାରତ ବର୍ତ୍ତମାନ ନ୍ୟୁକ୍ଲିୟାର ଆଟାର୍କ ସବମେରାଇନ ନିର୍ମାଣ କରିବା ପାଇଁ ଯୋଜନା କରୁଛି । ଦେଶୀୟ କମ୍ପାନୀଙ୍କ ସହଭାଗିତାରେ ନିର୍ମାଣ କରିବା ପାଇଁ ସୂଚନା ରହିଛି ।

ବର୍ତ୍ତମାନ ଭାରତୀୟ ନୌସେନା ପାଖରେ ରଷିୟାନ ମୂଳ କିଲୋ କ୍ଲାସ, ଜର୍ମାନୀ ମୂଳର HDW ଓ ନୂତନ ଭାବରେ ଫ୍ରାନ୍ସର ସ୍କର୍ପିୟାନ ଶ୍ରେଣୀର ବୁଡାଜାହାଜ ରହିଛି । ଏହା ବ୍ୟତିରେକ ପରମାଣୁ କ୍ଷମତା ସମ୍ପନ୍ନ ଯୁଦ୍ଧପୋତ ଭାବରେ ଋଷର ଆଇଏନଏସ ଚକ୍ର(ଅକୁଲା ବର୍ଗ) ଲିଜରେ ରହିଛି । ନୌସେନା ସଂସଦୀୟ ସମିତିକୁ ବିଗତ 15 ବର୍ଷରେ କେବଳ ଦୁଇ ଗୋଟି ନୂତନ ପାରମ୍ପରିକ ବୁଡାଜାହଜ, ସ୍କର୍ପିୟାନ ଶ୍ରେଣୀର ଜାହଜ ଆଇଏନଏସ କଲବରୀ ଓ ଆଇଏନଏସ ଖଣ୍ଡେରୀକୁ ସାମିଲ କରାଯାଇଛି ।

ସମିତି ରିପୋର୍ଟରେ ବର୍ତ୍ତମାନ ସମୟରେ 13 ପାରମ୍ପରିକ ବୁଡାଜାହଜର ସମୟସୀମା 17ରୁ 31 ବର୍ଷ ମଧ୍ୟରେ ରହିଥିବା ସୂଚିତ କରିଛି । ନୌସେନା ପ୍ରୋଜେକ୍ଟ 75 ଅନୁସାରେ 6 ନୂତନ ବୁଡାଜାହଜ ନିର୍ମାଣ କରିବା ଉପରେ କାମ କରୁଛି । ନୌସେନା ଦ୍ବାରା ଭାରତୀୟ କମ୍ପାନୀ ଓ ବିଦେଶୀ ଜାହାଜ ଉପକରଣ ନିର୍ମାତାଙ୍କ ସହ ସହଭାଗିତାରେ 6 ନୂତନ ପାରମ୍ପରିକ ବୁଡାଜାହଜ ନିର୍ମାଣ କରିବ । ଏହି ପରିଯୋଜନା ରଣନୀତିକ ସହଭାଗିତା ନୀତି ଅନୁସାରେ ପ୍ରାରମ୍ଭ କରାଯିବ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.