ଭାଦୋଇ: ସାଉଦି ଆରବର ବିଭିନ୍ନ ଜେଲରେ ବନ୍ଦୀ ଥିବା 850 ଜଣ ଭାରତୀୟ ରମଜାନ ପୂର୍ବରୁ ଭାରତକୁ ଫେରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଭାଦୋଇରେ ଅନୁଷ୍ଠିତ ଏକ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।
ଲୋକମାନେ ପବିତ୍ର ହଜ୍ ଯାତ୍ରାରେ ଯାଉଥିବା ବେଳେ କିଛି ଅସୁବିଧା ପାଇଁ ଅନେକ ଲୋକ ସେଠାରେ ଜେଲ୍ ଦଣ୍ଡ ଭୋଗୁଛନ୍ତି । ତାଙ୍କ ଅନୁରୋଧ କ୍ରମେ ସାଉଦି ଆରବ ସରକାର ବନ୍ଦୀମାନଙ୍କୁ ଭାରତକୁ ଫେରାଇ ଦେବାକୁ ରାଜି ହୋଇଥିବା ମୋଦି ଉଲ୍ଲେଖ କରିଛନ୍ତି ।