ETV Bharat / bharat

ବନ୍ଦେ ଭାରତ ମିଶନ ଅବଧିକୁ ବୃଦ୍ଧି କଲେ କେନ୍ଦ୍ର ସରକାର - ବନ୍ଦେ ଭାରତ ମିଶନ

କୋରୋନା ସଙ୍କଟ ମଧ୍ୟରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ବିଦେଶରୁ ଆହୁରି ଅଧିକ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

bande bharat mission
ବନ୍ଦେ ଭାରତ ମିଶନ ଅବଧିକୁ ବୃଦ୍ଧି କରିଲେ କେନ୍ଦ୍ର ସରକାର
author img

By

Published : May 29, 2020, 9:16 AM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ବିଦେଶରୁ ଆହୁରୀ ଅଧିକ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନକୁ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଲକଡାଉନ କାରଣରୁ ବିଦେଶରେ ଫସି ରହିଥିବା 45000ରୁ ଅଧିକ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ବନ୍ଦେ ଭାରତ ମିଶନ ଅଧୀନରେ ସ୍ବଦେଶ ଅଣାଯାଇଛି । ଏଥିସହିତ ଜୁନ୍ 13 ସୁଦ୍ଧା ଆହୁରୀ 1 ଲକ୍ଷ ଲୋକଙ୍କୁ ବନ୍ଦଗେ ଭାରତ ମିଶନ ଜରିଆରେ ଅଣାଯିବ ।

ସୂଚନା ଅନୁଯାୟୀ, ଲକଡାଉନ କାରଣରୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଗତ ମେ 7ରେ ବନ୍ଦେ ଭାରତ ମିଶନ ଅଭିଯାନ ଆରମ୍ଭ ହୋଇଥିଲା । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଲାଟିନ୍ ଆମେରିକାର ସରକାର ଦୂରବର୍ତ୍ତୀ ଅଞ୍ଚଳ, କୈରେବିୟାଇ ଅଞ୍ଚଳ, ଆଫ୍ରିକା ଏବଂ ୟୁରୋପର ଅନେକ ଭାଗରେ ଫସି ରହିଥିବା ଭାରତୀୟଙ୍କୁ ବାହାର କରିବାରେ ସାହାଯ୍ୟ କରୁଛନ୍ତି।

ସେ ଏକ ଅନଲାଇନ ମିଡିଆ ବ୍ରେକିଙ୍ଗରେ କହିଛନ୍ତି, ଗୁରୁବାର ଅପରାହ୍ନ ସୁଦ୍ଧା 45,216 ଭାରତୀୟଙ୍କୁ ସ୍ବଦେଶ ଅଣାଯାଇଛି । ସେମାନଙ୍କ ମଧ୍ୟରୁ 8069 ପ୍ରବାସୀ କର୍ମଚାରୀ, 7656 ଛାତ୍ର ଏବଂ 5107 ପ୍ରଫେସନାଲ ସାମିଲ ଅଛନ୍ତି ।

ସେ କହିଛନ୍ତି ଯେ, ନେପାଳ ଏବଂ ବାଂଲାଦେଶରୁ ପ୍ରାୟ 5000 ଭାରତୀୟଙ୍କୁ ସଡକ ମାର୍ଗରେ ଅଣାଯାଇଛି । ସରକାର ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା 60ଟି ଦେଶରୁ 100000 ଲୋକଙ୍କୁ ଆଣିବାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.