ETV Bharat / bharat

ପ୍ରବାସୀ ଭାରତୀୟ-ବନ୍ଧୁତା ଓ ପ୍ରଗତିର ସେତୁ - ଆମେରିକାରେ ପ୍ରବାସୀ ଭାରତୀୟ

ୟୁନାଇଟେଡ୍‌ ଆରବ ଏମିରେଟ୍‌, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସାଉଦି ଆରବରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ, ଯାହାକି ଯଥାକ୍ରମେ 34 ଲକ୍ଷ, 26 ଲକ୍ଷ ଏବଂ 24 ଲକ୍ଷ । ସେମାନଙ୍କ ଅଧ୍ୟବସାୟ, ଶୃଙ୍ଖଳା ଏବଂ ନିଷ୍ଠା ଯୋଗୁଁ ସେମାନଙ୍କୁ ଆତିଥ୍ୟ ଦେଉଥିବା ଦେଶ ଗୁଡ଼ିକ ପାଇଁ ସେମାନଙ୍କ ଅବଦାନ ବର୍ଷ ବର୍ଷ ଧରି ବ୍ୟାପକ ସ୍ବୀକୃତି ପାଇ ଆସିଛି । ଅଧିକ ପଢନ୍ତୁ...

aୋ
ପ୍ରବାସୀ ଭାରତୀୟ-ବନ୍ଧୁତା ଓ ପ୍ରଗତିର ସେତୁ
author img

By

Published : Feb 29, 2020, 8:50 AM IST

Updated : Feb 29, 2020, 2:38 PM IST

ବିଦେଶରେ ରହୁଥିବା 1 କୋଟି 80 ଲକ୍ଷରୁ ଅଧିକ ଭାରତୀୟ ସବୁଠାରୁ ବୃହତ୍‌ ପ୍ରବାସୀ ସମ୍ପ୍ରଦାୟ । ଯେଉଁଥିରେ ପ୍ରବାସୀ ଭାରତୀୟଙ୍କ ସମେତ ଦରିଆପାରି ଭାରତୀୟ ନାଗରିକ କୁହାଯାଉଥିବା ବ୍ୟକ୍ତିମାନେ ସମ୍ମିଳିତ । ସେମାନଙ୍କ ଅଧ୍ୟବସାୟ, ଶୃଙ୍ଖଳା ଏବଂ ନିଷ୍ଠା ଯୋଗୁଁ ସେମାନଙ୍କୁ ଆତିଥ୍ୟ ଦେଉଥିବା ଦେଶ ଗୁଡ଼ିକ ପାଇଁ ସେମାନଙ୍କ ଅବଦାନ ବର୍ଷ ବର୍ଷ ଧରି ବ୍ୟାପକ ସ୍ବୀକୃତି ପାଇ ଆସିଛି । ବୃତ୍ତିଗତ ପରିଚାଳନା କ୍ଷେତ୍ରରେ ହେଉ କି ଶାରୀରିକ ଶ୍ରମଯୁକ୍ତ କାର୍ଯ୍ୟରେ, ଉତ୍ତର ଆମେରିକାରୁ ଆରମ୍ଭ କରି ମଧ୍ୟ ପ୍ରାଚ୍ୟ ଦେଶ ସମୂହ ପର୍ଯ୍ୟନ୍ତ, ସବୁଠି ସେମାନେ ଏକ ପ୍ରମୁଖ କାର୍ଯ୍ୟସାଧନ ଶକ୍ତି ଭାବରେ ଉଭା ହୋଇଛନ୍ତି । ବିଭିନ୍ନ ଆକଳନ ଅନୁସାରେ, ୟୁନାଇଟେଡ୍‌ ଆରବ ଏମିରେଟ୍‌, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସାଉଦି ଆରବରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ, ଯାହାକି ଯଥାକ୍ରମେ 34 ଲକ୍ଷ, 26 ଲକ୍ଷ ଏବଂ 24 ଲକ୍ଷ । ନିକଟରେ ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ଟ୍ରମ୍ପ୍‌, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ଆମେରିକାରେ ରହୁଥିବା 40 ଲକ୍ଷ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବଙ୍କ ମହାନ ଅବଦାନ ସଂପର୍କରେ ଉଲ୍ଲେଖ କରିଥିଲେ । ଉପସାଗରୀୟ ଦେଶ ସମୂହରେ ରହୁଥିବା ସମସ୍ତ ପ୍ରବାସୀଙ୍କ ମଧ୍ୟରେ ସେମାନେ ହିଁ ସବୁଠାରୁ ଅଧିକ ଗ୍ରହଣୀୟ ଏବଂ ବିଶ୍ବସ୍ତ ପେସାଦାର ଓ କାର୍ଯ୍ୟସାଧନ ଶକ୍ତି ରୂପେ ଆଦୃତ ।

ଅଷ୍ଟ୍ରେଲିଆ ସରକାର ସେମାନଙ୍କର ‘ଆନ୍‌ ଇଣ୍ଡିଆ ଇକୋନୋମିକ ଷ୍ଟ୍ରାଟେଜି 2035’ ଦସ୍ତାବିଜ୍‌ରେ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଏକ ଜାତୀୟ ଅର୍ଥନୈତିକ ସମ୍ପତ୍ତି ବୋଲି ବର୍ଣ୍ଣନା କରିବା ସହିତ ସେମାନଙ୍କୁ ତଦନୁରୂପ ନିଯୁକ୍ତି ପ୍ରଦାନ ଏବଂ ନିୟୋଜିତ କରିବା ଉଚିତ ବୋଲି ଅଭିହିତ କରିଛନ୍ତି । ସେଥିରେ ଆହୁରି ଦର୍ଶାଯାଇଛି, “ଦ୍ରୁତ ହାରରେ ବୃଦ୍ଧି ପାଉଥିବା ଏହି ସଂପ୍ରଦାୟର ଉଦ୍ୟମୀ ମନୋଭାବ, ବିଶେଷତଃ ନୂଆ କିଛି କରିବା ଏବଂ ବିପଦପୂର୍ଣ୍ଣ ସ୍ଥିତିର ମୁକାବିଲା କରିବା ପାଇଁ ସେମାନଙ୍କ ଇଚ୍ଛାଶକ୍ତି ଏବଂ ଭାରତୀୟ ବଜାର ସଂପର୍କିତ ଜ୍ଞାନର ଉପଯୋଗ ବଳରେ ଭବିଷ୍ୟତରେ ଅଷ୍ଟ୍ରେଲିଆର ବ୍ୟବସାୟିକ କ୍ଷେତ୍ରର ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ।” ସେମାନଙ୍କର ଅର୍ଥନୈତିକ ଏବଂ ରାଜନୈତିକ ବୈଶିଷ୍ଟ୍ୟ କାରଣରୁ ସେମାନେ ରହୁଥିବା ଦେଶଗୁଡ଼ିକରେ ଭାରତ ପାଇଁ ଏକ ପ୍ରଭାବଶାଳୀ ଭୂମିକାର ସୁଯୋଗ ସୃଷ୍ଟି କରିଛି । ଆଜି ସେମାନେ ଶୀର୍ଷ ସ୍ଥାନୀୟ ବହୁ ଦେଶୀୟ କମ୍ପାନୀର ମୁଖ୍ୟ ପଦବୀରେ ରହି ନିଜ ଦେଶର ଗୌରବ ବଢ଼ାଇବା ସହିତ ଅନେକ ସମୟରେ ଭାରତକୁ ବୈଷୟିକ ଜ୍ଞାନକୌଶଳ ଏବଂ ପୁଞ୍ଜି ନିବେଶ ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଭାରତର ପ୍ରଗତି ଏବଂ ଆର୍ଥିକ କ୍ଷେତ୍ରରେ ପୁଞ୍ଜି ନିବେଶ ଦିଗରେ ସେମାନଙ୍କର ବୃହତ ଅବଦାନ ରହିଛି । ଅଧିକନ୍ତୁ, ପ୍ରତିବର୍ଷ ସେମାନେ ଭାରତକୁ ପଠାଉଥିବା 60 ଶହ କୋଟି ଆମେରିକୀୟ ଡଲାର ଯୋଗୁଁ ବୈଦେଶିକ ମୁଦ୍ରା ପାଣ୍ଠି ଆକାରରେ ଭାରତର ଅର୍ଥନୀତି ମଧ୍ୟ ଦୃଢ଼ ସ୍ଥିତି ସ୍ଥାପକତା ହାସଲ କରୁଛି ।

ତଥାପି, ଶାରୀରିକ ଶ୍ରମ ଭିତ୍ତିକ କର୍ମ କ୍ଷେତ୍ରରେ, ବିଶେଷତଃ ଉପସାଗରୀୟ ଦେଶ ସମୂହରେ, ଶୋଷଣ ଏବଂ ଉତ୍ପୀଡ଼ନର ଏକ ଘୃଣିତ ଅଧ୍ୟାୟ ବି ରହିଛି । ଏହାର ମୁଖ୍ୟ କାରଣ ହେଲା ଆଇନ ଓ ଅଧିକାର ସଂପର୍କରେ ଅଜ୍ଞତା, ଅବିବେକୀ ମାନବଶକ୍ତି ଏଜେଣ୍ଟ ଏବଂ କେବେ କେମିତି ସହୃଦୟତାହୀନ ନିଯୁକ୍ତିଦାତା ବି ଏହାର କାରଣ ହୋଇଥାଆନ୍ତି । କଥାରେ ଅଛି, ଭିକାରୀଙ୍କର ପସନ୍ଦ ବୋଲି କିଛି ନଥାଏ ଏବଂ ଏହା ସେମାନଙ୍କ ପାଇଁ ପ୍ରଯୁଜ୍ୟ । ଅଧିକାଂଶ କ୍ଷେତ୍ରରେ ଏହାର କାରଣ ହେଉଛି, ପାଶ୍ଚାତ୍ୟ ଦେଶରେ ଚାକିରି କରିବା ଲାଗି ଅନେକ ସ୍ବପ୍ନବିଳାସୀ ଯୁବକ ଆତୁର ହୋଇଉଠନ୍ତି ଏବଂ ଶେଷରେ ଯେତେବେଳେ ସେମାନେ ଅବୈଧ ବିଦେଶୀ ନାଗରିକରେ ପରିଣତ ହୁଅନ୍ତି ସେମାନଙ୍କର ଦୁଃସ୍ବପ୍ନ ଆରମ୍ଭ ହୋଇଯାଏ ।

ଉପସାଗରୀୟ ଦେଶ ସମୂହରେ କାର୍ଯ୍ୟ କରିବାକୁ ଅନୁମତି ପତ୍ର/ଇକାମାରେ ପ୍ରାୟତଃ କାମ ଛାଡ଼ି ଚାଲିଯିବା ଉପରେ ପ୍ରତିବନ୍ଧକ ମୂଳକ ସର୍ତ୍ତ ରହିଥାଏ ଏବଂ ଏକ ପାଖିଆ ଚୁକ୍ତି ହୋଇଥାଏ । ଭାରତ ସରକାରଙ୍କ ପାସ୍‌ପୋର୍ଟ ଆଇନର ଉଲ୍ଲଂଘନ ପୂର୍ବକ ଅନେକ ସମୟରେ ସେମାନଙ୍କ ପାସ୍‌ପୋର୍ଟକୁ ଅନେକ ନିଯୁକ୍ତିଦାତା (କାଫିଲ୍‌) ରଖି ଦିଅନ୍ତି । କିନ୍ତୁ ସମସ୍ୟା ଦେଖାଦେଲେ ନିଜ ପରିଚୟର ପ୍ରମାଣ ଦେବାକୁ ଆପଣଙ୍କ ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ପାଖରେ ରଖନ୍ତୁ । ଅନେକ ସମୟରେ ମଧ୍ୟସ୍ଥମାନେ ପ୍ରକୃତ ତଥ୍ୟକୁ ଲୁଚାଇ, ବିଚରା ଚାକିରି ଆଶାୟୀମାନଙ୍କ ଆଗରେ ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରିଥାଆନ୍ତି । ବିଦେଶ ଯିବାକୁ ଇଚ୍ଛୁକ ବ୍ୟକ୍ତିମାନେ ରାଜ୍ୟ ସରକାରଙ୍କ ସାଧନ କେନ୍ଦ୍ରର ପରାମର୍ଶ ଲୋଡ଼ିବା ଉଚିତ ଏବଂ ଯାତ୍ରା ଓ ଚୁକ୍ତି ସଂପର୍କିତ ସମସ୍ତ କାଗଜପତ୍ରର ନକଲ ଘରେ ମଧ୍ୟ ରଖିବା ଉଚିତ । ଭାରତରେ ସଂପୃକ୍ତ ସଂସ୍ଥାଗୁଡ଼ିକ ନିକଟରୁ ଉପଯୁକ୍ତ ଦିଗ୍‌ଦର୍ଶନ ପାଇବା ଏବଂ ଆରବିକ୍‌ ଭାଷାରେ କିଛି ଶବ୍ଦ ଓ ବାକ୍ୟ ଶିଖିବା ମଧ୍ୟ ଆବଶ୍ୟକ । ଚାକିରି ପାଇଁ ବିଦେଶକୁ ଯାଉଥିବା ଏହି ବର୍ଗର ଭାରତୀୟମାନଙ୍କ ସୁରକ୍ଷା ନିମନ୍ତେ ସେମାନଙ୍କ ପାସପୋର୍ଟରେ “ଏମିଗ୍ରେସନ୍‌ କ୍ଲିଅରାନ୍‌ସ ରିକ୍ବାୟାର୍‌ଡ” ବା ବିଦେଶ ଅବସ୍ଥାନର ଅନୁମତି ଆବଶ୍ୟକ ବୋଲି ଲେଖା ରହିଥିବା ଷ୍ଟାମ୍ପ୍‌ ଦିଆଯାଏ । ଆବଶ୍ୟକ ଯାଞ୍ଚ କରିବା ପରେ, ସଂପ୍ରତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ଅବସ୍ଥାପିତ ପ୍ରୋଟେକ୍‌ଟୋରେଟ୍‌ ଜେନେରାଲ ଅଫ୍‌ ଏମିଗ୍ରାଣ୍ଟ୍‌ସ ଏହା ଦେଇଥାଆନ୍ତି ।

ବ୍ୟୁରୋ ଅଫ୍‌ ଇମିଗ୍ରେସନ୍‌ ସହଯୋଗରେ “ଇ-ମାଇଗ୍ରେଟ୍‌” ପଦ୍ଧତିରେ ଏକ ଡାଇନାମିକ୍‌ ଡାଟାବେସ୍‌ ପରିଚାଳିତ ହୁଏ, ଯେଉଁଥିରେ କି ବିଦେଶୀ ନିଯୁକ୍ତିଦାତାଙ୍କୁ ଉତ୍ତରଦାୟୀ କରିବା ଲାଗି ସେମାନଙ୍କର ପଞ୍ଜୀକରଣ ମଧ୍ୟ କରାଯାଇଥାଏ । ବିଦେଶରେ ଫସି ଯାଇଥିବା ଭାରତୀୟମାନଙ୍କୁ ସାହାଯ୍ୟ ଓ ସହଯୋଗ ପ୍ରଦାନ ଲାଗି ଭାରତୀୟ ଦୂତାବାସରେ ଇଣ୍ଡିଆନ କମ୍ୟୁନିଟି ୱେଲ ଫେୟାର ଫଣ୍ଡ୍‌ ନାଁ ରେ ଏକ ପାଣ୍ଠି ରହିଛି । ଏହି ପାଣ୍ଠିରୁ ସେମାନଙ୍କୁ ଅନ୍ତରୀଣ ସହାୟତା ଏବଂ ତୁରନ୍ତ ସହାୟତା ପ୍ରଦାନ କରାଯାଏ ଏବଂ ସମସ୍ୟାର ସମାଧାନ ଲାଗି ସମ୍ପୃକ୍ତ ନିଯୁକ୍ତିଦାତା ଏବଂ ସ୍ଥାନୀୟ ସରକାରୀ ସଂସ୍ଥା ସହ ଯୋଗାଯୋଗ ସ୍ଥାପନ କରାଯାଏ ।

ଭାରତୀୟ ଗୃହ ପରିଚାରିକା, ନର୍ସ ଏବଂ ଅନ୍ୟ ମହିଳା କର୍ମଚାରୀମାନଙ୍କ ପ୍ରତି ଅଶାଳୀନ ଆଚରଣର ଏମିତି କେତେକ ମାମଲା ରହିଛି, ଯେଉଁଥିରେ ସେମାନଙ୍କୁ ସୁରକ୍ଷା ଦେବା ଏବଂ ବାସସ୍ଥାନ ଯୋଗାଇ ଦେବାକୁ ଅନେକ ଦୂତାବାସ ଆଶ୍ରୟସ୍ଥଳୀ ଖୋଲିଛନ୍ତି । ବିଦେଶରେ ନିଯୁକ୍ତି ଖୋଜୁଥିବା ସବୁ ବ୍ୟକ୍ତି ବୀମା କରାଇ ନେବା ଆବଶ୍ୟକ । ଅଚାନକ ସେମାନଙ୍କୁ ଫେରିବାକୁ ପଡ଼ିଲେ କିମ୍ବା ନିଯୁକ୍ତି ଚୁକ୍ତିନାମା ବାତିଲ ହୋଇଗଲେ ଏହା ସେମାନଙ୍କର ସହାୟତା କରିବ । ମହିଳାମାନଙ୍କ କଲ୍ୟାଣ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷତଃ ସର୍ବନିମ୍ନ ବୟସ ସୀମା 30 ବର୍ଷ କିମ୍ବା ନିଯୁକ୍ତିଦାତାଙ୍କ ଦ୍ବାରା ଅମାନତ ପ୍ରଦାନ ସହିତ ସର୍ବନିମ୍ନ ବେତନ ଦେବାକୁ ପ୍ରତିଶ୍ରୁତିବଦ୍ଧ ହେବାକୁ ବ୍ୟବସ୍ଥା ରହିଛି।

ବିଦେଶ ଯିବା ପୂର୍ବରୁ ଉପଯୁକ୍ତ ଦିଗ୍‌ଦର୍ଶନ ସହିତ ଦକ୍ଷତା ବିକାଶ ସକାଶେ ସରକାରୀ ଏବଂ ଘରୋଇ ସଂସ୍ଥାର ସହଭାଗିତା ବା ପିପିପି ପଦ୍ଧତିରେ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ସମସ୍ତ ସତର୍କତା ସତ୍ତ୍ବେ କେତେକ ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିବାର ଉଦାହରଣ ରହିଛି । ଏହି ସମସ୍ୟାର ସମାଧାନ ଲାଗି ବିଦେଶରେ ରହୁଥିବା ଭାରତୀୟମାନଙ୍କ ପ୍ରତି ଉଚିତ ଆଚରଣ ପ୍ରଦର୍ଶନ କ୍ଷେତ୍ରରେ ଭାରତ ସରକାର ଅନେକ ବୁଝାମଣାପତ୍ର ଏବଂ ଦ୍ବିପାକ୍ଷିକ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି । ବେଳେବେଳେ ମାତ୍ରାତିରିକ୍ତ କାର୍ଯ୍ୟାନୁଷ୍ଠାନ ସମେତ ଉପୁଜୁଥିବା ଅନେକ ପ୍ରମୁଖ ସମସ୍ୟା କ୍ଷେତ୍ରରେ ନିୟମିତ କନ୍‌ସୁଲାର ପରାମର୍ଶ ଶିବିର ଆୟୋଜନ କରାଯାଉଛି ଏବଂ ଅନେକ ସ୍ଥଳରେ ତୁରନ୍ତ ସହାୟତା ମିଳିବା ସୁନିଶ୍ଚିତ କରାଯାଉଛି।

ଅନେକ ସମୟରେ ସେମାନେ “ଓପନ୍‌ ହାଉସ୍‌” ଆୟୋଜନ କରିଥାଆନ୍ତି, ଯେଉଁଠାରେ ଯେ କୌଣସି ବ୍ୟକ୍ତି ପହଞ୍ଚି କୌଣସି ସମସ୍ୟାର ତୁରନ୍ତ ସମାଧାନ ଲୋଡ଼ି ପାରିବେ ଏବଂ 24X7 ବା ଚବିଶଘଣ୍ଟିଆ ଜରୁରୀକାଳୀନ ଯୋଗାଯୋଗ ନମ୍ବର ବି ଉପଲବ୍ଧ ହେଉଛି । ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ବର୍ଗତ ସୁଷମା ସ୍ବରାଜ ଭାରତୀୟ ଦୂତାବାସ ଗୁଡ଼ିକୁ “ଘର ଠୁ ଦୂରରେ ଆଉ ଏକ ଘର” ବୋଲି ବର୍ଣ୍ଣନା କରିଥିଲେ ଏବଂ ବିଦେଶରେ ରହୁଥିବା ଭାରତୀୟମାନଙ୍କର ଏମିତି କି ବ୍ୟକ୍ତିଗତ ସମସ୍ୟାର ସମାଧାନ ଲାଗି ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରୁଥିଲେ । ବର୍ତ୍ତମାନର ବିଦେଶ ମନ୍ତ୍ରୀ ମଧ୍ୟ ଏହି ଧାରାକୁ ଅଧିକ ଶକ୍ତିଶାଳୀ ଢଙ୍ଗରେ ଆଗେଇ ନେଉଛନ୍ତି ।

ବିଦେଶରେ ରହୁଥିବା ଭାରତୀୟମାନଙ୍କ କଲ୍ୟାଣ ପ୍ରତି ପ୍ରଧାନମନ୍ତ୍ରୀ ମୋଦି ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି ଏବଂ ସ୍ବତନ୍ତ୍ର ଭାବେ ସଂଯୋଜିତ କାର୍ଯ୍ୟକ୍ରମରେ ସେମାନଙ୍କୁ ସାକ୍ଷାତ କରିବା ସହ ସମ୍ବୋଧନ କରୁଛନ୍ତି । ବିଦେଶରେ ରହୁଥିବା ଭାରତୀୟମାନଙ୍କର ଅବଦାନକୁ ସ୍ବୀକୃତି ଦେବା ଏବଂ ଏକ ଆବେଗିକ ସଂପର୍କର ସୃଷ୍ଟି ଓ ପ୍ରତିପୋଷଣ ସକାଶେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ଏଥିରେ ବିଶିଷ୍ଟ ପ୍ରବାସୀ ଭାରତୀୟ/ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ମର୍ଯ୍ୟାଦାଜନକ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରାଯାଉଛି । ନିଜ ନିଜ ରାଜ୍ୟର ପ୍ରବାସୀ ଭାରତୀୟମାନଙ୍କ ସହିତ ନିବିଡ଼ ସଂପର୍କ ବଜାୟ ରଖିବା ଲାଗି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଅନେକ କଲ୍ୟାଣକାରୀ ସଂସ୍ଥା ଗଠନ କରିଛନ୍ତି ଏବଂ ପ୍ରବାସୀ ଭାରତୀୟମାନଙ୍କ ସଂପର୍କିତ ଅନେକ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । କୌଣସି ସମସ୍ୟା ଦେଖାଦେଲେ, ଭାରତୀୟ ଦୂତାବାସ ହିଁ ଆପଣଙ୍କ ପାଇଁ ଏକମାତ୍ର ଯୋଗାଯୋଗ କେନ୍ଦ୍ର । ସେମାନଙ୍କ ସହାୟତା ନେବାରେ ଦ୍ବିଧାବୋଧ କରନ୍ତୁ ନାହିଁ ।

କେବଳ ନିଜ ଦେଶର ନାଗରିକମାନଙ୍କ କ୍ଷେତ୍ରରେ ନୁହେଁ, ବିଭିନ୍ନ ପଡ଼ୋଶୀ ଓ ଅନ୍ୟ ଦେଶର ନାଗରିକମାନଙ୍କ କ୍ଷେତ୍ରରେ ଯେ କୌଣସି ଜରୁରୀକାଳୀନ ସ୍ଥିତିର ମୁକାବିଲା ଲାଗି ମଧ୍ୟ ଭାରତ ପ୍ରଥମ ସହାୟତାକାରୀ ଭାବରେ ଠିଆ ହୋଇଛି । ନିକଟରେ କରୋନା ଭାଇରସ୍‌ ସଂକ୍ରମଣ ପରେ ଚୀନ୍‌ରୁ ଏବଂ ଗତ କିଛି ବର୍ଷ ମଧ୍ୟରେ ୟେମେନ, ଲିବ୍ୟା, ଲେବାନନ, ସିରିଆ ଓ ଇରାକ୍‌ର ଯୁଦ୍ଧ କ୍ଷେତ୍ରରୁ ଭାରତୀୟ ଓ ଅନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରିବା ଘଟଣା ଭାରତର ଏହି ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ବିଦେଶ ଯାତ୍ରା କରୁଥିବା ଭାରତୀୟମାନେ ଏହା ନିଶ୍ଚିତ ରୂପେ ଦେଖିନେବା କଥା ଯେ ସେହି ନିର୍ଦ୍ଦିଷ୍ଟ ଦେଶକୁ ଯାତ୍ରା ବିରୋଧରେ ସରକାର କୌଣସି ଆଡଭାଇଜରୀ ଜାରି କରିନାହାନ୍ତି । କୌଣସି ଜଟିଳ ପରିସ୍ଥିତିକୁ ଏଡ଼ାଇ ଯିବା ପାଇଁ ସମୟ ସମୟରେ ଭାରତୀୟ ଦୂତାବାସର ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବା ଉଚିତ ।

Last Updated : Feb 29, 2020, 2:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.