ETV Bharat / bharat

ନ୍ୟାୟ ପ୍ରଦାନ କରିବାରେ ଫେଲ ଭାରତୀୟ ସମ୍ବିଧାନ

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଦ୍ଵାରା ସୃଷ୍ଟି ହୋଇଥିବା ଜନ ଅସନ୍ତୋଷ, ଅଭିଯୁକ୍ତଙ୍କୁ ନ୍ୟାୟିକ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ଏକ ରହସ୍ୟପୂର୍ଣ୍ଣ ହତ୍ୟାର ଶିକାର କରାଇଛି। ଏଇ କିଛିବର୍ଷ ହେଲା ମହିଳା ଓ ଶିଶୁମାନଙ୍କ ଉପରେ ଦିନକୁ ଦିନ ବଢ଼ୁଥିବା ଅପରାଧ ଭାରତର ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ଏକ ସତର୍କ ଘଣ୍ଟି ହୋଇଛି।

Indian constitution failed to give justice!
ଭାରତରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଅହେତୁକ ବିଳମ୍ବ
author img

By

Published : Dec 25, 2019, 11:06 PM IST

ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଦ୍ଵାରା ସୃଷ୍ଟି ହୋଇଥିବା ଜନଅସନ୍ତୋଷ, ଅଭିଯୁକ୍ତଙ୍କୁ ନ୍ୟାୟିକ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ଏକ ରହସ୍ୟପୂର୍ଣ୍ଣ ହତ୍ୟାର ଶିକାର କରାଇଛି । ଏଇ କିଛିବର୍ଷ ହେଲା ମହିଳା ଓ ଶିଶୁମାନଙ୍କ ଉପରେ ଦିନକୁ ଦିନ ବଢ଼ୁଥିବା ଅପରାଧ ଭାରତର ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ଏକ ସତର୍କ ଘଣ୍ଟି ହୋଇଛି। ଦୁଷ୍କର୍ମ ଭଳି ଅପରାଧ ଗୁଡ଼ିକର ଶୀଘ୍ର ଶୁଣାଣି ପାଇଁ କେନ୍ଦ୍ର ନ୍ୟାୟ ମନ୍ତ୍ରଣାଳୟ ସାରା ଦେଶରେ ପାଖାପାଖି ୧୦୦୦ ଫାଷ୍ଟଟ୍ରାକ୍‌ କୋର୍ଟ ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଉଭୟ ରାଜ୍ୟ ସରକାର ଓ ଉଚ୍ଚ ନ୍ୟାୟାଳୟ ଏ ସମ୍ପର୍କରେ ଏକମତ ହୋଇ ପ୍ରକ୍ରିୟାକୁ ତ୍ଵରାନ୍ବିତ କରିବା ଦରକାର। କାରଣ ଏବେ ପାଖାପାଖି ୧ଲକ୍ଷ ୬୭ ହଜାର ଦୁଷ୍କର୍ମ ମକଦ୍ଦମା ବିଚାର ଅପେକ୍ଷାରେ କୋର୍ଟରେ ପଡ଼ି ରହିଛି। ସେଥିରୁ ଏକ ଲକ୍ଷ ୬୦ ହଜାର ହେଉଛି ଶିଶୁଙ୍କୁ ଦୁଷ୍କର୍ମ ମାମଲା।

ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଯେହେତୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ହେଉଛି ରାଜ୍ୟ ସରକାରଙ୍କ ତାଲିକା କାର୍ଯ୍ୟ ଅନ୍ତର୍ଭୁକ୍ତ, ସେମାନେ ଏଥିଲାଗି ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ। ଅପରପକ୍ଷେ କେନ୍ଦ୍ର ସରକାର ଏଭଳି ମାମଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଗୁଡ଼ିକୁ ଆଗକୁ ବଢ଼ାଇବା ଲାଗି ଆବଶ୍ୟକ ପାଣ୍ଠି ଉନ୍ମୁକ୍ତ କରିବା ଜରୁରୀ । ନହେଲେ ଦିନକୁ ଦିନ ବଢୁଥିବା ନିରାଶା ଯେତେବେଳେ ଶିଖରରେ ପହଞ୍ଚିବ ସେତେବେଳେ ଦେଶବାସୀ ଏମିତି ଶୀଘ୍ର ନ୍ୟାୟ ଆଶା କରିବେ।

କୌଣସି ଗଣତନ୍ତ୍ରରେ ଯେତେବେଳେ ଜନସାଧାରଣ ଭିଡ ଦ୍ଵାରା ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସମର୍ଥନ କରନ୍ତି, ତେବେ ତାହା ଏକ ବିଫଳ ନ୍ୟାୟିକ ତଥା ପ୍ରଶାସନିକ ବ୍ୟବସ୍ଥାକୁ ଇଙ୍ଗିତ କରେ । ଏହାର ଏକ ଉଦାହରଣ ହେଉଛି ୭ ବର୍ଷ ପରେ ବି ନିର୍ଭୟା ମାମଲାର ଦୋଷୀ ଏବେବି ଜେଲରେ ଜୀବିତ ରହିଛି । ଯଦି ୭ ବର୍ଷ ପରେ ଏକ ଦୁଷ୍କର୍ମକାରୀକୁ ଶୁଣାଯାଇଥିବା ଦଣ୍ଡକୁ କାର୍ଯ୍ୟକାରୀ କରାଯାଉ ନାହିଁ ତେବେ କେଉଁଭଳି ଏକ ବିଚାର ବ୍ୟବସ୍ଥାରେ ଆମେ ରହିଛୁ ? ଏହିଭଳି ଅହେତୁକ ବିଳମ୍ବ ଲୋକଙ୍କୁ ଆଇନ ହାତକୁ ନେବା ଓ ତତ୍କ୍ଷଣିକ ନ୍ୟାୟ ଦାବି କରିବାକୁ ବାଧ୍ୟ କରିବ ନାହିଁ କି? ଫୌଜଦାରୀ ମାମଲାରେ ଅଭିଯୁକ୍ତ କୌଣସି ବ୍ୟକ୍ତି ଦଣ୍ଡ ଭୋଗିବାର ଅନେକ ବର୍ଷ ପରେ ଶୁଣାଣି ସମ୍ମୁଖୀନ ହେଉଛି । ସେହିପରି ଦେୱାନୀ ମାମଲାରେ ଦୁଇ-ତିନି ପିଢି ଅପେକ୍ଷା କରୁଛି ତା’ର ବାପା, ଜେଜେ ବାପା ବା ବୁଢା ଜେଜେବାପା ଆବେଦନ କରିଥିବା ମକବ୍ଦମାରେ ନ୍ୟାୟ ପାଇବା ଲାଗି । ଏହା ଏକ ଗମ୍ଭୀର ସମସ୍ୟା ।

ଆମ ଦେଶରେ ଏମିତି ବିଳମ୍ବିତ ନ୍ୟାୟ ପ୍ରଦାନ ପ୍ରକିୟା ଆଜିର ନୁହେଁ । ଦୀର୍ଘ ବର୍ଷ ହେଲା ଏପରି ବିଳମ୍ବିତ ବ୍ୟବସ୍ଥା ଚଳି ଆସୁଛି। ଫଳରେ ତଳ ସ୍ତରରେ ଥିବା ନ୍ୟାୟାଳୟ ଗୁଡ଼ିକରେ ବିଚାର ଅପେକ୍ଷାରେ ୩କୋଟିରୁ ଅଧିକ ସଂଖ୍ୟାର ମାମଲା ପଡି ରହିଛି। ଚିନ୍ତାର ବିଷୟ ଏହା ଯେ, ଏ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ଏହି ପଡି ରହିଥିବା ମାମଲା ଭିତରୁ ଦୁଇ ତୃତୀୟାଂଶ ବା ତା’ଠୁ ଅଧିକ ମାମଲା ହେଉଛି ଫୌଜଦାରୀ ମକବ୍ଦମା। ଏଭଳି ବିଶାଳ ସଂଖ୍ୟା ଆମ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଶୀଘ୍ର ଓ ଠିକଣା ଦଣ୍ଡ ବିଧାନର ଅଭାବକୁ ସୂଚାଉଛି।

ଏଭଳି ବିଳମ୍ବିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଦୁଇଟି ଦିଗରୁ ସମ୍ବେଦନଶୀଳ। ପ୍ରଥମରେ ଏହିପ୍ରକାର ବ୍ୟବସ୍ଥା ଦ୍ଵାରା ଅନେକ ସଂଖ୍ୟାରେ ଆମେ ପୀଡିତାକୁ ନ୍ୟାୟ ପାଇବାଠୁ ବଞ୍ଚିତ କରୁଛୁ। ଦ୍ଵିତୀୟରେ ଏହି ମନ୍ଥର ପ୍ରକ୍ରିୟା ହେତୁ ଅନେକ ସମୟରେ ବିଚାରାଧୀନ କଏଦୀମାନେ ତାଙ୍କ ଦୋଷ ପାଇଁ ଯେତିକି ଦଣ୍ଡ ବିଧାନ ପାଇବା କଥା ତା’ଠୁ ଅଧିକ ସମୟ ଜେଲରେ କଟାଉଛନ୍ତି। କୋର୍ଟରେ ବଳାତ୍କାର ତଥା ଦୁଷ୍କର୍ମ ମାମଲା ଗୁଡିକର ସଂଖ୍ୟା ଯଥେଷ୍ଟ ପରିମାଣରେ ବଢିଚାଲିବା ଏକ ବାସ୍ତବ ସମସ୍ୟା। ଅବଶ୍ୟ ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ ଦ୍ଵାରା ଭିନ୍ନ ଏକ ସମସ୍ୟା ଆମ ସାମ୍ନାରେ ଠିଆ ହୋଇଛି। ଏହି ପ୍ରକ୍ରିୟା ଦ୍ଵାରା ଦୋଷୀ ସାବ୍ୟସ୍ତ ହାର କମିଛି। ଦୁଷ୍କର୍ମ ମାମଲାରେ ମାତ୍ର ୩୨ ପ୍ରତିଶତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଉଛନ୍ତି। ସଂକ୍ଷେପରେ କହିବାକୁ ଗଲେ, ଫୌଜଦାରୀ ମାମଲାରେ ଆବଶ୍ୟକ ପ୍ରକ୍ରିୟା ସବୁ ଯେମିତି ପୁଲିସ ତଦନ୍ତ, ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି, ବିଚାରପତିଙ୍କ ପାଖରେ ସମୟ ଅଭାବ ତଥା କୋର୍ଟରେ ବିଚାରପତିଙ୍କ ସଂଖ୍ୟା କମ୍‌ ପ୍ରଭୃତି, ଅଭିଯୋଗର ସତ୍ୟତା ପ୍ରତିଷ୍ଠା କରିବା ଲାଗି ଆବଶ୍ୟକ ସମର୍ଥନ ହାସଲ କରିବାରେ ବିଫଳ ହେଉଛି ।

ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଆମେ ସମପରିମାଣରେ ଦାୟୀ କରିପାରିବା । କାରଣ ବିଭିନ୍ନ ହାଇକୋର୍ଟରେ ୧୦୭୯ ବିଚାରପତି ପଦବୀରୁ ଖାଲିଥିବା ବେଳେ ୪୧୦ଟି ପଦବୀ ପୂରଣ କରିବା ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି। ଗତ ଶୁକ୍ରବାର ସୁପ୍ରିମ୍‌କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିଥିଲେ। ହାଇକୋର୍ଟ ମାନଙ୍କରେ ଖାଲିଥିବା ଜଜ୍‌ ପଦବୀ ପୂରଣ କରିବା ଲାଗି କଲିଜିୟମ୍‌ ସୁପାରିଶ କରିଥିବା ନାଁ ଗୁଡ଼ିକ ବାବଦରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନ ନେବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବିଧି ଅନୁସାରେ ଯେତେବେଳେ ଜଜଙ୍କ ନିଯୁକ୍ତି ପାଇଁ ଆସିଥିବା ନାଁକୁ କେନ୍ଦ୍ର ସରକାର ଫେରାନ୍ତି ତାହାକୁ କଲିଜିୟମ୍‌ ପୁନଃ ବିଚାର କରିଥାଏ । କିନ୍ତୁ ପୁନଃବିଚାର ପରେ ଯଦି କଲିଜିୟମ୍‌ ପୁଣିଥରେ ସେହି ନାଁକୁ ଅନୁମୋଦନ ପାଇଁ ପଠାନ୍ତି ତେବେ ଆଉ କେନ୍ଦ୍ର ତାହାକୁ ଫେରାଇ ପାରିବେ ନାହିଁ। ଏହିଭଳି ବାଦ ବିବାଦ ଭିତରେ ଯଦି ହାଇକୋର୍ଟ ଗୁଡ଼ିକରେ ଜଜ୍‌ ପଦବୀ ଖାଲି ପଡୁଛି ତେବେ ତାହା ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ଏକ ତାଚ୍ଛଲ୍ୟ ।

ଯଦି ଭାରତୀୟ ମହିଳାମାନଙ୍କୁ ଏହିପରି ଘୃଣ୍ୟ, ଜଘନ୍ୟ ଅପରାଧର ଶିକାରରୁ ଆମେ ବଞ୍ଚାଇବାକୁ ଚାହୁଁଛୁ, ତେବେ ଏ ବ୍ୟବସ୍ଥା ସହ ସମ୍ପୃକ୍ତ ସମସ୍ତ ସ୍ତମ୍ଭ- କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ବିଚାର ବ୍ୟବସ୍ଥା, ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଏକ ସାମଗ୍ରିକ ସଂସ୍କାର ଆଣିବାଲାଗି ଅବିଳମ୍ବେ ଆଗଭର ହେବା ଆବଶ୍ୟକ। ଏବେ ଭାରତର ବିଭିନ୍ନ କୋର୍ଟରେ ପାଖଶପାଖି ୩.୫ କୋଟି ମାମଲା ବିଚାର ଅପେକ୍ଷାରେ ପଡି ରହିଛି। ଏଥିରୁ ଅନେକ ୧୦ ବର୍ଷ ହେଲା ସେମିତି ଗଡ଼ୁଛି। ପଡି ରହିଥିବା ଏହି ମାମଲାଗୁଡିକ ଭିତରୁ ୧.୦୯ କୋଟି ମାମଲା ହେଉଛି ଦେୱାନୀ ମକବ୍ଦମା, ୨.୨୮ କୋଟି ମାମଲା ହେଉଛି ଫୌଜଦାରୀ ଏବଂ ୧୩.୧ ଲକ୍ଷ ମାମଲା ହେଉଛି ରିଭ୍ୟୁ ପିଟିସନ୍‌।

ପ୍ରଚଳିତ ବ୍ୟବସ୍ଥା ଅନୁସାରେ କୌଣସି ନିମ୍ନ ଅଦାଲତରେ ଦାୟର ହୋଇଥିବା ମକବ୍ଦମା ରାୟ ପ୍ରଦାନ ପାଇଁ ହାରାହାରି ୩ରୁ ୪ ବର୍ଷ ସମୟ ଲାଗୁଛି ଠିକ୍‌ ସେହିପରି ଯଦି ମାମଲା ହାଇକୋର୍ଟକୁ ଯାଉଛି ତେବେ ତାହାର ଫଇସଲା ପାଇଁ ହାରାହାରି ୧୦ ବର୍ଷ ସମୟ ଲାଗିଥାଏ ଆଉ ଯଦି ମାମଲାଟି ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର ହେଉଛି ତେବେ ସେଥିରେ ନ୍ୟାୟ ପାଇବାକୁ ଜଣେ ପୀଡିତ ବା ପୀଡିତାଙ୍କୁ ଆହୁରି ୧୦ ବର୍ଷ ସମୟ ଅପେକ୍ଷା କରିବାକୁ ପଡୁଛି।

ଯଦି ସେହି ମାମଲା ଏକ ଫୌଜଦାରୀ ମାମଲା, ତେବେ ନିମ୍ନ ଅଦାଲତରେ ରାୟ ପ୍ରଦାନ ପାଇଁ ହାରାହାରି ଦୁଇବର୍ଷ, ହାଇକୋର୍ଟ ବା ସୁପ୍ରିମ୍‌କୋର୍ଟକୁ ସେହି ମାମଲା ଗଲେ ରାୟ ପ୍ରଦାନ ବେଳକୁ ହାରାହାରି ୫ରୁ ୮ ବର୍ଷ ବିତୁଛି । ଏହି ଭଳି ବିଳମ୍ବିତ ନ୍ୟାୟ ପ୍ରଦାନର ମୂଳ କାରଣ ଗୁଡ଼ିକ ହେଉଛି, ଅଦାଲତ ଗୁଡିକରେ ବିଚାରପତି ଓ ଭିତ୍ତିଭୂମିର ଘୋର ଅଭାବ । ପ୍ରତିବର୍ଷ ଆମ ଦେଶରେ ପ୍ରାୟ ୫ କୋଟି ମକବ୍ଦମା ଦାୟର କରାଯାଉଛି ଆଉ ଜଜମାନେ ମାତ୍ର ୨ କୋଟି ମାମଲାରେ ରାୟ ପ୍ରଦାନ କରିପାରୁଛନ୍ତି। ଏହିଭଳି କାରଣଗୁଡିକୁ ନିମ୍ନରେ ଆଲୋଚନା କରାଯାଇପାରେ ।

୧) ସାଧାରଣ ଲୋକଙ୍କ ଭିତରେ ନିଜ ଅଧିକାର ସମ୍ବନ୍ଧରେ ସଚେତନତା ବୃଦ୍ଧି ସାଧାରଣ ନାଗରିକଙ୍କ ସାମାଜିକ-ଅର୍ଥନୀତିକ ପ୍ରଗତୀ ଓ ସେମାନଙ୍କ ଭିତରେ ନିଜ ଅଧିକାର ସମ୍ପର୍କରେ ବଢ଼ିଥିବା ସଚେତନତା ତାଙ୍କୁ ନ୍ୟାୟ ପାଇବା ପାଇଁ କୋର୍ଟ ସାମ୍ନା କରିବାକୁ ସାହସ ଯୋଗାଇଛି।

୨) ନୂଆ ବ୍ୟବସ୍ଥା ( ଜନସ୍ଵାସ୍ଥ୍ୟ ମାମଲା) ଏବଂ ନୂଆ ଅଧିକାର ( ସୂଚନା ଅଧିକାର) ସୂଚନା ଅଧିକାର, ଶିକ୍ଷା ଅଧିକାର ଭଳି ସରକାରଙ୍କ ଦ୍ଵାରା ନିକଟରେ ପାରିତ କରାଯାଇଥିବା ସାମ୍ବିଧାନିକ ବିଧି ବ୍ୟବସ୍ଥା, ପ୍ରଭାବିତ ଲୋକଙ୍କୁ ନ୍ୟାୟ ପାଇଁ କୋର୍ଟ ଦ୍ଵାରସ୍ଥ ହେବାରେ ସହାୟକ ହୋଇଛି। ଏହାବାଦ୍‌ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଜନସ୍ଵାର୍ଥ ମାମଲା ସବୁ ମକଦ୍ଦମା ସଂଖ୍ୟାକୁ ବୃଦ୍ଧି କରାଇଛି ।

୩) ଆବଶ୍ୟକ ସଂଖ୍ୟାରେ ବିଚାରପତିଙ୍କ ଅଭାବ ଆମ ଦେଶରେ ଏବେ ବିଚାରପତିଙ୍କ ସଂଖ୍ୟାରେ ଘୋର ଅଭାବ ପରିଲକ୍ଷିତ ହୋଇଛି । ଏହି ସଂଖ୍ୟା ପାଖାପାଖି ୨୧ହଜାରରେ ସୀମିତ। ଅର୍ଥାତ୍‌ ସମ୍ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପାଇଁ ଜଣେ ବିଚାରପତି କାର୍ଯ୍ୟରତ। ୧୯୮୭ ମସିହାରେ ଆଇନ କମିଶନଙ୍କ ସୁପାରିସିଥିଲା ଯେ, ଦେଶରେ ପ୍ରତି ୧୦ ଲକ୍ଷ ଲୋକ ସଂଖ୍ୟଶରେ ଅତିକମ୍‌ରେ ୫୦ ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯିବା ଦରକାର। ୧୯୮୭ ମସିହାପରେ ଦେଶରେ ଲୋକସଂଖ୍ୟା ପାଖାପାଖି ୨୫ କୋଟି ବଢିଛି। କିନ୍ତୁ ଜଜ୍‌ଙ୍କ ସଂଖ୍ୟା କମି ଚାଲିଛି। ଏହିଭଳି ଏକ ମୁହୂର୍ତ୍ତରେ କେନ୍ଦ୍ର ରାଜ୍ୟ ଭିତରେ କିନ୍ତୁ ଟଣା ଓଟରା ଚାଲିଛି। କେନ୍ଦ୍ର କହୁଛି ରାଜ୍ୟମାନେ ବ୍ୟବସ୍ଥା କରନ୍ତୁ ଆଉ ରାଜ୍ୟ କହୁଛି କେନ୍ଦ୍ର ପ୍ରଥମେ ଉଦ୍ୟମ ଆରମ୍ଭ କରୁ । ଏହିଭଳି ଟଣା ଓଟରାରେ ଜଜ୍‌ଙ୍କ ସଂଖ୍ୟା ସମାନ ରହିଛି ଆଉ ମାମଲାରେ ଅଭିଯୁକ୍ତ ମାନେ ଜେଲ୍‌ ଭିତରେ କାଳ କାଟୁଛନ୍ତି । ଏବେ ଅଧାରୁ ଅଧିକ ବିଚାରପତି ପଦବୀ ଖାଲି ପଡ଼ିଛି। ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟରେ ଖାଲିଥିବା ବିଚାରପତି ପଦବୀ ପୂରଣ ପାଇଁ ବ୍ୟବସ୍ଥାପିକା ଓ ନ୍ୟାୟ ପାଳିକା ଭିତରେ ତୁତୁ-ମେମେଁ ଚାଲିଛି କୋର୍ଟରେ ମାମଲା ଏବଂ ଜେଲ୍‌ରେ ଅଭିଯୁକ୍ତ ନିଜ ଭାଗ୍ୟରେ କେବେ ସୂର୍ଯ୍ୟ ଉଦୟ ହେବେ ଭାବୁଥିବା ବେଳେ, ଔପନିବେଶିକ ଚିନ୍ତାଧାରାରେ ଆମ ବିଚାରପତିମାନଙ୍କ କ୍ଷେତ୍ରରେ ଲମ୍ବା ଛୁଟି କଟାଇବା ବ୍ୟବସ୍ଥା ଜାରି ରହିଛି। ବିଶେଷକରି ହାଇକୋର୍ଟ ଗୁଡ଼ିକରେ ନିଯୁକ୍ତ ବିଚାରପତିମାନେ ଲମ୍ବା ଛୁଟି କାଟୁଥିବା ଦେଖିବାକୁ ମିଳିଛି।

୪) ଆବଶ୍ୟକ ସଂଖ୍ୟାରେ ନ୍ୟାୟାଳୟ ନାହିଁ । ଗୋଟିଏ ପଟେ କୋର୍ଟରେ ବିଚାରପତିଙ୍କ ଅଭାବ ଆଉ ଅନ୍ୟପଟରେ ବିଭିନ୍ନ ସ୍ଥାନରେ ନ୍ୟାୟାଳୟର ଅଭାବ ଆମ ଦେଶରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ମନ୍ଥର କରୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ଓ ନୂଆ କୋର୍ଟ ସ୍ଥାପନରେ ଆଗ୍ରହ ଦେଖାଉ ନାହାନ୍ତି । ଏହା ଏକ ଅତ୍ୟନ୍ତ ଦୁଖର ବିଷୟ ଯେ, ଭାରତର ସମୁଦାୟ ବଜେଟ୍‌ ଖର୍ଚ୍ଚର ମାତ୍ର ୦୧. ପ୍ରତିଶତରୁ ୦.୪ ପ୍ରତିଶତ ନ୍ୟାୟ ବ୍ୟବସ୍ଥା ପାଇଁ ଖର୍ଚ୍ଚ କରାଯାଉଛି। ତ୍ଵରିତ ନ୍ୟାୟ ପ୍ରଦାନ ପାଇଁ ଭାରତରେ ଅଧିକ ସଂଖ୍ୟାରେ କୋର୍ଟ, ଖଣ୍ଡପୀଠ ସ୍ଥାପନ ସହ କୋର୍ଟ ପରିଚାଳନାକୁ କମ୍ପ୍ୟୁଟରୀକୃତ କରିବା
ଆବଶ୍ୟକ।

୫) ସରକାରଙ୍କ ଆଡ଼ୁ ଅନେକ ସଂଖ୍ୟାରେ ମକଦ୍ଦମା ଆମ ଦେଶରେ ସରକାରଙ୍କ ଆଡ଼ୁ ଅନେକ ମାମଲା ଦାୟର କରାଯାଏ। ଏପରିକି ସରକାରଙ୍କ ଗୋଟିଏ ବିଭାଗ ଅନ୍ୟ ଏକ ବିଭାଗ ବିପକ୍ଷରେ ମକଦ୍ଦମା ଦାୟର କରି ତାହାର ନିଷ୍ପତ୍ତି ନେବାକୁ କୋର୍ଟ ଉପରେ ନିର୍ଭର କରିଥାଆନ୍ତି। ଯେତିକି ମାମଲା ଏବେ ଦାୟର ହେଉଛି ତାହାର ପାଖାପାଖି ଅଧା ମାମଲା ସରକାରଙ୍କ ଆଡୁ ଦାଏର କରାଯାଉଛି । ଅଧିକାଂଶ ମାମଲାରେ ଏପରି ଦେଖାଯାଇଛି ଯେ, ସରକାର ଯେଉଁ ମାମଲାରେ ମକଦ୍ଦମା ଦାୟର କରିଥାଆନ୍ତି ସେହି ମାମଲାରେ ଖୋଦ୍‌ ସରକାର ଆବଶ୍ୟକ ତଥ୍ୟ ଓ ପ୍ରମାଣ ଉପସ୍ଥାପନ ନରିପାରିବା ହେତୁ ହାର୍‌ ମାନନ୍ତି।

୬) ନିମ୍ନ ଅଦାଲତରେ ଗୁଣାତ୍ମକ ବିଚାର ଅଭାବ । ଅନେକ ସମୟରେ ଏହା ଦେଖାଯାଇଛି ଯେ, ଭାରତୀୟ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ବିଚାରପତି ଭାବେ ଆକର୍ଷିତ କରିବାରେ ବିଫଳ ହୋଇଛି। ଏହାଦ୍ଵାରା ନିମ୍ନ ଅଦାଲତ ଗୁଡ଼ିକ ଦେଉଥିବା ରାୟ ଅନେକ ସମୟରେ ଅସନ୍ତୋଷ ସୃଷ୍ଟି କରୁଛି ଏବଂ ତାହା ହାଇକୋର୍ଟରେ ପୁଣିଥରେ ମାମଲା ଭାବେ ଦାୟର ହେଉଛି। ଫଳରେ ମାମଲା ସଂଖ୍ୟା ବଢୁଛି।

୭) ଦ୍ଵନ୍ଦ୍ଵ ନିୟମ ଏବଂ ଏଗୁଡ଼ିକର ଅସ୍ପଷ୍ଟ ବାଖ୍ୟାନ ବିଭିନ୍ନ ସମୟରେ ଅସ୍ପଷ୍ଟ ଆଇନ ଏବଂ ଏହାର ଅସ୍ପଷ୍ଟ ତଥା ଭିନ୍ନ ଭିନ୍ନ ବାଖ୍ୟାନ ମାମଲାର ବିଚାର ପ୍ରକ୍ରିୟାକୁ ଲମ୍ବା ସମୟ ଧରି ଆଗକୁ ନେବାରେ ଲାଗୁଛି ଏହିଭଳି ଭାବେ ଅନେକ ପୁରୁଣା ଆଇନ ମଧ୍ୟ ପ୍ରଚଳିତ । ପାଖାପାଖି ୧୮୮୦ ମସିହାରେ ପ୍ରଣୟନ କରାଯାଇଥିବା ଆଇନ ଏବେବି କାର୍ଯ୍ୟକ୍ଷମ। ପଡି ରହୁଥିବା ମକଦ୍ଦମାର ପରିଣାମ ବିଚାର ବ୍ୟବସ୍ଥା ପ୍ରତି ଜଣେ ସାଧାରଣ ଲୋକର ଆସ୍ଥା ସର୍ବକାଳରେ ନିମ୍ନ ରହି ଆସିଛି। ଏହି ବ୍ୟବସ୍ଥା ଜଣେ ଦରିଦ୍ର ଲୋକ ତଥା ବିଚାରାଧୀନ କଏଦୀକୁ ନ୍ୟାୟ ପ୍ରଦାନ ବ୍ୟବସ୍ଥାରୁ ବାରଣ କରୁଛି। ତ୍ଵରିତ ନ୍ୟାୟ ବ୍ୟବସ୍ଥା ବିନା ଅର୍ଥନୈତିକ ସଂସ୍କାର କେବଳ କାଗଜ କଲମର ଶବ୍ଦ ହୋଇ ରହିଛି । ବିଦେଶୀ ନିବେଶକମାନେ ଭାରତର ଏହିଭଳି ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ସନ୍ଦେହ ପ୍ରକାଶ କରନ୍ତି। ଯାହା ‘ମେକ୍‌ ଇନ୍‌ ଇଣ୍ଡିଆ’ ଭଳି କାର୍ଯ୍ୟକ୍ରମର ସଫଳତାକୁ ପ୍ରଭାବିତ କରୁଛି।

ମକଦ୍ଦମା ସଂଖ୍ୟାରେ ଅହେତୁକ ବୃଦ୍ଧିକୁ ପରିଚାଳନା କରିବାରେ ବିଚାର ବ୍ୟବସ୍ଥା ଅସମର୍ଥ। ବିଚାର ବ୍ୟବସ୍ଥାଟି ଭାରାକ୍ରାନ୍ତ ହେବା ସହ ନିଜର କାର୍ଯ୍ୟଦକ୍ଷତା ହରାଉଛି। ବିଳମ୍ବିତ ନ୍ୟାୟ ହେଉଛି ନ୍ୟାୟର ପ୍ରତ୍ୟାଖ୍ୟାନ ଆଉ ତରବରିଆ ନ୍ୟାୟ ହେଉଛି ଏକ ନ୍ୟାୟିକ କବର। ଭାରତୀୟ କୋର୍ଟରେ ପଡ଼ି ରହୁଥିବା ମାମଲା ହେତୁ ଉପୁଜୁଥିବା ସମସ୍ୟାର ସମାଧାନ ରାସ୍ତା ସରକାରଙ୍କୁ ବିଚାରପତିଙ୍କ ସଂଖ୍ୟା ଦ୍ଵିଗୁଣିତ କରିବାକୁ ହେବ। ଏକ ସ୍ଵତନ୍ତ୍ର ସର୍ବଭାରତୀୟ ବିଚାରପତି କ୍ୟାଡର୍‌ ସୃଷ୍ଟି କରିବାକୁ ହେବ। ତତ୍‌କ୍ଷଣାତ୍‌ ଖାଲିଥିବା ଜଜ୍‌ ସଂଖ୍ୟାକୁ ୨୧ ହଜାରରୁ ୫୦ ହଜାରକୁ ବଢ଼ାଇବାକୁ ହେବ। ଆମର ବିଚାର ବ୍ୟବସ୍ଥାରେ କାହିଁକି ନ୍ୟାୟ ପ୍ରଦାନ ବିଳମ୍ବ ହେଉଛି ସେ ବାବଦରେ ଆଲୋଚନା, ସମୀକ୍ଷା ଓ ପର୍ଯ୍ୟାଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ। ସରକାର ପ୍ରଣୟନ କରୁଥିବା ନିୟମ ତଥା ଆଇନ ଗୁଡ଼ିକୁ ପ୍ରଣୟନ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ଗୁଡ଼ିକ ସହ ଆଲୋଚନା କରିବା ଉଚିତ। ଏହାଦ୍ଵାରା ଅନେକ ସଂଖ୍ୟାରେ ମକଦ୍ଦମାକୁ କମାଯାଇପାରିବ।

ନିକଟରେ ପାରିତ ହୋଇଥିବା ସୁପ୍ରିମ୍‌କୋର୍ଟ (ଜଜ୍‌ ସଂଖ୍ୟା) ସଂଶୋଧନ ବିଲ୍‌ ୨୦୧୯, ଯାହା ସୁପ୍ରିମ୍‌କୋର୍ଟରେ ଜଜ୍‌ ସଂଖ୍ୟାକୁ ୩୧ରୁ ୩୪କୁ ବଢ଼ାଇବା ଲାଗି ଉଦ୍ଦିଷ୍ଟ, ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ। ତ୍ଵରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଜନସାଧାରଣଙ୍କ ଲାଗି କେବଳ ଏକ ମୌଳିକ ଅଧିକାର ନୁହେଁ ବରଂ ଏହା ଏକ ଉତ୍ତମ ଶାସନ ବ୍ୟବସ୍ଥା ତଥା ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଏହାର ଅନୁପସ୍ଥିତିରେ ବିଚାର ବ୍ୟବସ୍ଥା ଦୁର୍ନୀତିଖୋର ଏବଂ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରରୋଚନାରେ ବିନାଶ ହେବା ଆଶଙ୍କା ରହିଛି। ବିଚାର ପ୍ରକ୍ରିୟାରେ ସଂସ୍କାର, ଯଦି ଗୁରୁତ୍ଵର ସହ ବିଚାର କରାଯାଏ ତେବେ ତ୍ଵରିତ ଏବଂ ଆବଶ୍ୟକ ନ୍ୟାୟ ଦିବାଲୋକ ଦେଖିବାରେ ସକ୍ଷମ ହେବ। ଏହା ବିଶ୍ଵବ୍ୟାଙ୍କ ତଥା ବିଚାର ପ୍ରକ୍ରିୟା ବାବଦରେ ଗବେଷଣା କରୁଥିବା ଅନ୍ୟ ଅନୁଷ୍ଠାନଗୁଡ଼ିକର ରିପୋର୍ଟରେ ଭାରତର ସ୍ଥାନକୁ
ବଢ଼ାଇବାରେ ସହାୟକ ହେବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.