ETV Bharat / bharat

ଭାରତ-ଚୀନ ସୀମା ବିବାଦ: ଶେଷ ହେଲା କମାଣ୍ଡର ସ୍ତରୀୟ ବୈଠକ - Indian-Chinese Army Talk

ଭାରତ-ଚୀନ ବିବାଦ ମଧ୍ୟରେ ପୁଣିଥରେ ସେନା କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଉଭୟ ସେନା ପକ୍ଷରୁ ଆୟୋଜିତ ରହି ବୈଠକ ଲଦାଖର ଚୁସୁଲରେ କରାଯାଇଥିବା ନେଇ ସେନା ସୂତ୍ରରୁ ଖବର ମିଳିଛି । ପୂର୍ବାହ୍ନ 11 ସମୟରେ ଏହି ବୈଠକ ଆରମ୍ଭ କରାଯାଇଥିବା ବେଳେ ପ୍ରାୟ 3ଟା ସମୟରେ ଶେଷ ହୋଇଥିବା ସୂତ୍ର ପ୍ରକାଶ କରିଛି । ଅଧିକ ପଢନ୍ତୁ...

ଭାରତ-ଚୀନ ସୀମା ବିବାଦ: ଶେଷ ହେଲା କମାଣ୍ଡର ସ୍ତରୀୟ ବୈଠକ

author img

By

Published : Sep 11, 2020, 8:05 PM IST

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ମଧ୍ୟରେ ପୁଣିଥରେ ସେନା କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଉଭୟ ସେନା ପକ୍ଷରୁ ଆୟୋଜିତ ରହି ବୈଠକ ଲଦାଖର ଚୁସୁଲରେ କରାଯାଇଥିବା ନେଇ ସେନା ସୂତ୍ରରୁ ଖବର ମିଳିଛି । ପୂର୍ବାହ୍ନ 11ଟା ସମୟରେ ଏହି ବୈଠକ ଆରମ୍ଭ କରାଯାଇଥିବା ବେଳେ ପ୍ରାୟ 3ଟା ସମୟରେ ଶେଷ ହୋଇଥିବା ସୂତ୍ର ପ୍ରକାଶ କରିଛି ।

ଭାରତ-ଚୀନ ସୀମାରେ ଚାଲିଥିବା ତିକ୍ତତା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ଦିନ ମସ୍କୋରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକ ଅଢେଇ ଘଣ୍ଟା ଧରି ଚାଲିଥିଲା। ସରକାରୀ ସୂତ୍ର ଅନୁଯାୟୀ ପୂର୍ବ ଲଦାଖରେ ଘଟିଥିବା ଘଟଣା ଦ୍ୱିପାକ୍ଷିକ ସମ୍ପର୍କର ତିକ୍ତତା ସୃଷ୍ଟି କରିଥିବାରୁ ବର୍ତ୍ତମାନର ପରିସ୍ଥିତିର ତୁରନ୍ତ ସମାଧାନ ଉଭୟ ଦେଶର ଆବଶ୍ୟତା ରହିଛି

ଏହି ବୈଠକରେ ଭାରତୀୟ ପକ୍ଷ ସ୍ପଷ୍ଟ ଭାବରେ ଜଣାଇ ଦେଇଛି ଯେ, ସୀମା ଅଞ୍ଚଳର ପରିଚାଳନା ସମ୍ବନ୍ଧୀୟ ସମସ୍ତ ଚୁକ୍ତିନାମାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବ ବୋଲି ଆଶା କରିଛି ଏବଂ ଏକପାଖିଆ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ କୌଣସି ପ୍ରୟାସ କରିବ ନାହିଁ। ଆଲୋଚନା ଶେଷ ହେବା ପରେ ମନ୍ତ୍ରୀମାନେ ପାଞ୍ଚଟି ପଏଣ୍ଟରେ ଏକ ଚୁକ୍ତି କରିଥିଲେ ଯାହା ସାମ୍ପ୍ରତିକ ସ୍ଥିତିରେ ସେମାନଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବ ବୋଲି ପ୍ରକାଶ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.