ETV Bharat / bharat

ବଦାନ୍ୟ ଭାରତୀୟ ବ୍ୟବସାୟୀ: ପାକିସ୍ତାନ ଗାଁରେ ସ୍ଥାପନ କଲେ 62ଟି ନଳକୂପ - stricken

ଦୁବାଇରେ ରହୁଥିବା ଜଣେ ଭାରତୀୟ ବ୍ୟବସାୟୀ ନିଜସ୍ବ ଅର୍ଥରେ ପାକିସ୍ତାନର ଦାରିଦ୍ର୍ୟରେ ପ୍ରପୀଡ଼ିତ ଅଞ୍ଚଳରେ ୬୨ଟି ନଳକୂପ ସ୍ଥାପନ କରିଛନ୍ତି । ତାଙ୍କର ଏଭଳି ଦାନଶୀଳ ମନୋଭାବକୁ ସବୁ ମହଲରୁ ଉଚ୍ଚ ପ୍ରଂଶସା ମିଳୁଛି ।

ଡିଜାଇନ ଫଟୋ
author img

By

Published : Jun 7, 2019, 4:00 AM IST

ନୂଆଦିଲ୍ଲୀ: ଗୋଟିଏ ପଟେ ବିଶ୍ବ ଭୟଙ୍କର ଜଳ ଯନ୍ତ୍ରଣାରେ ଜର୍ଜରିତ । ଅନ୍ୟପଟେ ଜଳ କଷ୍ଟରେ ସବୁଠାରୁ ବଡ ଭୁକ୍ତଭୋଗୀ ଭାରତ ଓ ଏହାର ପଡୋଶୀ ରାଷ୍ଟ୍ର ସମୂହ । ଏଭଳି ସମୟରେ ଭାରତ, ପାକିସ୍ତାନ ମଧ୍ୟରେ ଥିବା କଳହକୁ ଭୁଲି ଜଣେ ଭାରତୀୟ ଏଭଳି ଏକ କାମ କରିଛନ୍ତି ଯାହାକୁ ଶୁଣିଲେ ଭାରତୀୟ ଭାବରେ ଗର୍ବ କରିବାକୁ ପଛାଇବେ ନାହିଁ । ଦୁବାଇରେ ରହୁଥିବା ଜଣେ ଭାରତୀୟ ବ୍ୟବସାୟୀ ନିଜସ୍ବ ଅର୍ଥରେ ପାକିସ୍ତାନର ଦାରିଦ୍ର୍ୟରେ ପ୍ରପୀଡ଼ିତ ଅଞ୍ଚଳରେ ୬୨ଟି ନଳକୂପ ସ୍ଥାପନ କରିଛନ୍ତି ।

ସୂଚନା ଅନୁସାରେ ଯୋଗିନ୍ଦର ସିଂହ ସାଲାରିଆ ଦକ୍ଷିଣ ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ ଥର୍‌ପାରକର ଜିଲ୍ଲାର ବିଭିନ୍ନ ଗ୍ରାମରେ ସେଠାକାର କିଛି ସମାଜସେବୀଙ୍କ ସହାୟତାରେ ନିଜସ୍ବ ଅର୍ଥ ବିନିଯୋଗରେ 62ଟି ନଳକୂପ ସ୍ଥାପନ କରିଛନ୍ତି । ଏହାସହ ଗ୍ରାମବାସୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଧାନ, ଗହମ ପ୍ରଭୃତି ଖାଦ୍ୟଶସ୍ୟ ଯୋଗାଇ ଦେଇଛନ୍ତି । ତାଙ୍କର ଏଭଳି ଦାନଶୀଳ ମନୋଭାବକୁ ସବୁ ମହଲରୁ ଉଚ୍ଚ ପ୍ରଂଶସା ମିଳୁଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଯୋଗିନ୍ଦର 1993 ରୁ ଦୁବାଇରେ ସ୍ଥାୟୀ ଭାବରେ ବସବାସ କରୁଛନ୍ତି । ଏହାସହ ସେଠାରେ ତାଙ୍କର ପରିବହନ ବ୍ୟବସାୟ ରହିଥିବା ଜାଣିବାକୁ ମିଳିଛି । ପାକିସ୍ତାନର ଏହି ସବୁ ଅଞ୍ଚଳରେ ଦୁର୍ବିସହ ଭାବରେ ବସବାସ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ସୋସିଆଲ ମିଡିଆର ସାହାରା ନେଇଥିଲେ ।

ଭାରତ-ପାକିସ୍ତାନ ମଧ୍ୟରେ ପୁଲୱାମାକୁ ନେଇ ଚାଲିଥିବା ଅଘୋଷିତ ଯୁଦ୍ଧ ଭଳି ପରିସ୍ଥିତିରେ ସେ ଏହି ସବୁ ଅଞ୍ଚଳରେ ନଳକୂପ ସ୍ଥାପନ କରିବାରେ ବ୍ୟସ୍ତ ଥିଲେ ବୋଲି ଜାଣିବାକୁ ମିଳିଛି । ଯୋଗିନ୍ଦର ସିଂହ ସାଲାରିଆ 'ପେହଲ' ନାମକ ଦାତବ୍ୟ ଅନୁଷ୍ଠାନ ସ୍ଥାପନ କରିଛନ୍ତି ।

Intro:Body:

terter

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.