ETV Bharat / bharat

ଲଦାଖରେ ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ, ଯେଉଁଠିକୁ ପରିବହନ ଓ ସେନା ପ୍ରେରଣ ହେଉଛି ମୁଖ୍ୟ ସମସ୍ୟା

ପୂର୍ବ ଲଦାଖରେ ଅଚଳାବସ୍ଥାର ଶହେ ଦିନ ପରେ ବି କ୍ରମଶଃ ଏହା ସ୍ପଷ୍ଟ ହେଉଛି ଯେ, ସୀମାନ୍ତରେ ପୂର୍ବାବସ୍ଥା ବଜାୟ ରଖିବାକୁ ଭାରତର ଦାବି ଗ୍ରହଣ କରିବାରେ ଚୀନ୍ ବିଶେଷ ଆଗ୍ରହ ଦେଖାଉନାହିଁ । ଏବେ ଲଦାଖରେ ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ, ଯେଉଁଠିକୁ ପରିବହନ ଓ ସେନା ପ୍ରେରଣ ହେଉଛି ମୁଖ୍ୟ ସମସ୍ୟା । ଅଧକ ପଢନ୍ତୁ ..

ଲଦାଖରେ ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ
ଲଦାଖରେ ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ
author img

By

Published : Aug 29, 2020, 10:00 AM IST

ପୂର୍ବ ଲଦାଖରେ ଅଚଳାବସ୍ଥାର ଶହେ ଦିନ ପରେ ବି କ୍ରମଶଃ ଏହା ସ୍ପଷ୍ଟ ହେଉଛି ଯେ, ସୀମାନ୍ତରେ ପୂର୍ବାବସ୍ଥା ବଜାୟ ରଖିବାକୁ ଭାରତର ଦାବି ଗ୍ରହଣ କରିବାରେ ଚୀନ୍ ବିଶେଷ ଆଗ୍ରହ ଦେଖାଉନାହିଁ। ସଂସଦର ପବ୍ଲିକ ଆକାଉଣ୍ଟସ କମିଟି ଆଗରେ ସେନା ବାହିନୀ ମୁଖ୍ୟ ରଖିଥିବା ବିବୃତିରୁ ଏହା ପ୍ରତୀୟମାନ ହେଉଛି। ସେ କହିଥିଲେ ଯେ, ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଯେକୌଣସି ସ୍ଥିତିର ସାମନା କରିବାକୁ ଦେଶର ସେନାବାହିନୀ ପ୍ରସ୍ତୁତ ରହିଛି ଏବଂ ସବୁଠାରୁ କଠିନ ଶୀତ ଋତୁରେ ମଧ୍ୟ ଲମ୍ବା ଯୁଦ୍ଧ ପାଇଁ ସେନା ପ୍ରସ୍ତୁତ।

ଶୀତ ଦିନ କଥା ଉଲ୍ଲେଖ କରି ଆଗକୁ ଲଦାଖରେ ସେନା ମୁତୟନ ବେଳେ କେଉଁସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ତାହା ଦର୍ଶାଇଛନ୍ତି। ପ୍ରବଳ ଥଣ୍ଡା ଭିତରେ ଯବାନମାନଙ୍କୁ ସଂଘର୍ଷ କରିବାକୁ ପଡ଼ିବ, ଯେଉଁ ସମୟରେ ଲଦାଖରେ ଅକ୍ସିଜେନ ସ୍ତର ଆମର ସାଧାରଣ ସହରରେ ରହୁଥିବା ସ୍ତରରୁ ପାଖାପାଖି ଅଧାରୁ କମେ ରହିଥାଏ। ସବୁ କିଛି ସେଠାରେ ବରଫ ପାଲଟି ଯାଉଥିବାରୁ ଏପରିକି ମୌଳିକ ଆବଶ୍ୟକତା ପାଣି ମଧ୍ୟ ମିଳିବା କଷ୍ଟକର ହୋଇଥାଏ। ପ୍ରତିବର୍ଷ ଶୀତ ଋତୁରେ ପାଖାପାଖି 5ରୁ 6 ମାସ ଯାଏଁ ଲଦାଖ ଦେଶର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥାଏ। ରୋହତଗ ଏବଂ ଜୋଜିଲା ଦେଇ ଲଦାଖକୁ ଯାଇଥିବା ଦୁଇଟି ରାସ୍ତା ପୂରା ବରଫ ତଳେ ବୁଡ଼ି ହୋଇ ରହିଥାଏ।

ଶୀତଦିନ ପ୍ରକୃତରେ ଯବାନମାନଙ୍କ ପାଇଁ ସେଠାରେ ବଡ଼ କଠିନ ସମୟ। ରାସ୍ତାଘାଟ ବନ୍ଦ ଥିବା ସମୟରେ ଲଦାଖରେ ମୁତୟନ ସେନା ବାହିନୀ କିପରି ପୂରା ସଜାଗ ହୋଇ ରହିପାରିବେ ଏବଂ ସେମାନଙ୍କ ନିକଟରେ ଆବଶ୍ୟକ ସମସ୍ତ ଜରୁରୀ ସାମଗ୍ରୀ ପହଞ୍ଚି ପାରିବ ସେସବୁ ପରିଚାଳନା କରିବା ପ୍ରକୃତପକ୍ଷେ ସେନା ବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ପ୍ରତିବର୍ଷ ଶୀତ ଦିନେ ଲଦାଖରେ ଯବାନଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା ସେନା ପାଇଁ ସବୁଠାରୁ ଏକ ବଡ଼ କାମ, ଯାହାକୁ ‘ଆଡଭାନସ ୱିଣ୍ଟର ଷ୍ଟକିଙ୍ଗ’ (AWS) ଭାବେ କୁହାଯାଏ। ଲଦାଖ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଏହି 6-ମାସରେ ସୈନ୍ୟମାନଙ୍କ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ସାମଗ୍ରୀ ଯୋଗାଡ଼ କରିବା ଏବଂ ଏହାକୁ ସେମାନଙ୍କ ନିକଟରେ ପହଞ୍ଚାଇବା କାମ ଏହି ଯୋଜନା ଅଧିନରେ କରାଯାଇଥାଏ।

ଅନେକ ମାସ ଆଗରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଟୁଥବ୍ରସଠାରୁ ନେଇ ଲୁଗାପଟା, ଡବାରେ ଭରି ରହିଥିବା ଖାଦ୍ୟ, ରେସନ ସାମଗ୍ରୀ, ଇନ୍ଧନ, ମେଡିସିନ, ଅସ୍ତ୍ରଶସ୍ତ୍ର, ସିମେଣ୍ଟ, ଆଶ୍ରୟସ୍ଥଳୀ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆବଶ୍ୟକତାକୁ ଦେଖି ଏକ ତାଲିକା କରାଯାଏ। ଏପରିକି ସୀମା ସଡ଼କ ସଂଗଠନ (ବିଆରଓ) ଲଦାଖକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାରୁ ବରଫ ସଫା କରିବା କାମରେ ଲାଗି ପଡ଼ନ୍ତି। ପଠାଣକୋଟ ଏବଂ ଜାମ୍ମୁ ଡିପୋରେ ବିଭିନ୍ନ ସାମଗ୍ରୀ ମହଜୁଦ କରି ରଖାଯାଇଥାଏ।

ପାଖାପାଖି ମେ ମାସ ବେଳକୁ ରାସ୍ତା ଗାଡ଼ିମୋଟର ଚଳାଚଳ ପାଇଁ ଖୋଲାଯିବା ଘୋଷଣା କରାଯିବା ପରେ ଗଚ୍ଛିତ ସାମଗ୍ରୀ ନେଇ ସେନା ବାହିନୀର ବିଭିନ୍ନ ଗାଡ଼ି ପ୍ରଥମେ ଲଦାଖ ଅଭିମୁଖେ ଯାତ୍ରା କରିଥାଏ। ଭାୟା ଜୋଜି ଲା ଦେଇ ଲଦାଖରେ ପହଞ୍ଚି ଫେରିବାକୁ ଦଶ ଦିନ ଲାଗୁଥିବା ବେଳେ ରୋହତଙ୍ଗ ରୁଟରେ ଯିବା ଆସିବା ପାଇଁ 14 ଦିନ ଲାଗିଥାଏ। ଏହି ଦୁଇ ମାର୍ଗରେ ରାତିରେ ଚାଳକମାନଙ୍କ ବିଶ୍ରାମ ପାଇଁ ଟ୍ରାଞ୍ଜିଟ୍ କ୍ୟାମ୍ପ ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଏ।

ଦୁଇ ସପ୍ତାହର ଯାତ୍ରାରେ ଜଣେ ଗାଡ଼ି ଚାଳକ ପ୍ରତିଦିନ ରାତିରେ ବିଭିନ୍ନ ସ୍ଥାନରେ ଶୋଇ ବିଶ୍ରାମ ନେବା ପରେ ପରଦିନ ସକାଳୁ ଯାତ୍ରା ଆରମ୍ଭ କରିଥାଏ। ଗୋଟିଏ ଟ୍ରିପରୁ ଅନ୍ୟ ଏକ ଟ୍ରିପ୍ ମଧ୍ୟରେ ଦୁଇ ଦିନ ବିଶ୍ରାମ ମିଳେ। ପରବର୍ତ୍ତୀ ଛଅ ମାସ ପାଇଁ ଚାଳକଙ୍କ ସକାଶେ ଏହା ନିୟମିତ କାମ ହୋଇଥାଏ। ଜଣେ ଚାଳକ ଗୋଟିଏ ସିଜନରେ କଷ୍ଟକର ପାହାଡିଆ ରାସ୍ତାରେ ପ୍ରାୟ 10 ହଜାର କିଲୋମିଟର ଗାଡ଼ି ଚାଳନା କରିଥାଏ। ସେନାବାହିନୀର ପରିବହନ ସେବାକୁ ଭଡାରେ ଆସିଥିବା ବେସାମରିକ ଟ୍ରକ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନର ତେଲ ଟ୍ୟାଙ୍କର ଗୁଡ଼ିକ ସହାୟତା କରିଥାନ୍ତି।

ଲଦାଖର ବିଭିନ୍ନ ଗୋଦାମରେ ସାମଗ୍ରୀ ସବୁ ସଡ଼କପଥରେ ପହଞ୍ଚାଇବା ପରେ କାମ ଶେଷ ହୋଇ ଯାଏନାହିଁ। ଏସବୁକୁ ନେଇ ଆଗୁଆ ଘାଟୀରେ ପହଞ୍ଚାଇବାରେ ସବୁଠାରୁ ଅଧିକ କଠିନ କାମ ଆରମ୍ଭ ହୁଏ । କାରଗିଲ ସେକ୍ଟରର ଲାଇନ୍ ଅଫ୍ କଣ୍ଟ୍ରେୋଲ୍ ଏବଂ ସିଆଚେନର ଅନେକ ଘାଟୀ ଅଞ୍ଚଳକୁ ଗାଡିମୋଟର ଯିବାଆସିବା ଭଳି ସଡ଼କ ପଥ ନାହିଁ। ବଡ଼ ବଡ଼ ସାମଗ୍ରୀସବୁକୁ ଛୋଟ ଛୋଟ ପ୍ୟାକେଟ୍ କରାଯାଇ ଏବଂ ଇନ୍ଧନ ସାମଗ୍ରୀକୁ 20 ଲିଟର ବିଶିଷ୍ଟ ଜାରକିନରେ ଆଗୁଆ ଘାଟୀକୁ ନିଆଯାଇ ପହଞ୍ଚାଯାଏ।

ଗଚ୍ଛିତ ସାମଗ୍ରୀ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ହଜାର ହଜାର ସଂଖ୍ୟାରେ ବେସାମରିକ ବୋଝ ବୁହାଳୀ ଏବଂ ଗଧଜାତୀୟ ପଶୁ ମାନଙ୍କୁ ନିୟୋଜିତ କରାଯାଇଥାଏ। ଏମାନେ ସମସ୍ତେ ଆଗୁଆ ଘାଟୀରେ ରହୁଥିବା ଆମମାନଙ୍କ ପାଇଁ ଜୀବନରେଖା କହିଲେ ବି ଅତ୍ୟୁକ୍ତି ହେବନାହିଁ। ଖଚର ଜାତୀୟ ପଶୁମାନଙ୍କୁ ମଧ୍ୟ ମାଲ ପରିବହନରେ ସେନା ବାହିନୀ ନିୟୋଜିତ କରିଥାଏ। ସାଧାରଣତଃ ବିଶ୍ବର ସବୁଠାରୁ ବିପଜ୍ଜନକ ଅଞ୍ଚଳରେ ଖଚରମାନେ ଗୋଟିଏ ସିଜନରେ ହଜାରେ କିଲୋମିଟର ଚାଲିଥାନ୍ତି।

ଯେହେତୁ ଶୀତଦିନରେ କୌଣସି ନିର୍ମାଣ କାମ ହୋଇପାରେ ନାହିଁ, ଗ୍ରୀଷ୍ମ ଋତୁରେ ସୈନ୍ୟମାନଙ୍କ ପାଇଁ ବାସସ୍ଥଳୀ ନିର୍ମାଣ କରାଯାଇଥାଏ। ଲଦାଖକୁ ଏବେ ଅଧିକ ସଂଖ୍ୟାରେ ସେନାବାହିନୀ ପଠାଯାଇଥିବାରୁ ଏବର୍ଷ ଖରା ଦିନରେ ଏହା ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଶୁନ ତାପମାତ୍ରା ତଳେ ତିଷ୍ଠି ରହି ପାରୁଥିବା ପ୍ରିଫ୍ୟାବ୍ରିକେଟେଡ ବାସଗୃହ ନିର୍ମାଣ କରିବା ସକାଶେ ଆବଶ୍ୟକ ସାମଗ୍ରୀ ଆଣି ରେକର୍ଡ ସମୟରେ ପହଞ୍ଚାଇବାକୁ ପଡ଼ିବ। ଏଥର ଖରାଦିନରେ ପ୍ରାୟ 2 ଲକ୍ଷ ଯବାନ ଲଦାଖରୁ ଯିବା ଆସିବା କରିବେ। କିଛି ଛୁଟିରେ ଯିବେ, ଅନ୍ୟ କେତେଜଣଙ୍କୁ ନୂଆ ନିଯୁକ୍ତି ମିଳିବ ଏବଂ ବିଭିନ୍ନ ୟୁନିଟରେ ମଧ୍ୟ ଅଦଳବଦଳ ହେବ। ଯବାନମାନଙ୍କୁ ବିମାନରେ ନେବା ଆଣିବା କରିବା ପାଇଁ ଦିଲ୍ଲୀ ଓ ଚଣ୍ଡିଗଡ଼ରେ ଟ୍ରାଞ୍ଜିଟ୍ କ୍ୟାମ୍ପକୁ ସକ୍ରିୟ କରି ରଖାଯାଇଛି।

ଏଥିପାଇଁ ଅମୂଲ୍ୟ ସେବା ଦେଉଥିବା ଭାରତୀୟ ବାୟୁ ସେନାର ଚଣ୍ଡିଗଡ଼ ଏୟାରବେସ୍ ପ୍ରତିଦିନ ଭୋରରୁ ତତ୍ପର ଓ ଚଳଚଞ୍ଚଳ ହୋଇଉଠେ। ସକାଳ ହେବା କ୍ଷଣି ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଛୁଟିରୁ ଫେରିଥିବା ଯବାନଙ୍କୁ ଧରି ପ୍ରଥମ ବିମାନ ଲଦାଖ ଅଭିମୁଖେ ଯାତ୍ରା କରିଥାଏ। ଲେହ ଏୟାରଫିଲଡ ଏବଂ ସିଆଚେନ ବେସ୍ କ୍ୟାମ୍ପରୁ ଏମ୍ଆଇ-17, ଧ୍ରୁବ ଏବଂ ଚେତକ୍ ହେଲିକପ୍ଟର ଯୋଗେ ସମସ୍ତ ସାମଗ୍ରୀ ସିଆଚେନ ସେକ୍ଟରର ଦୁର୍ଗମ ଘାଟୀକୁ ପଠାଯାଇଥାଏ। ଏସବୁ ଅଞ୍ଚଳକୁ ବିମାନ ଉଡାଣ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ। ବାୟୁ ସେନା ବର୍ଷ ତମାମ ଗମନାଗମନ ସେବା ଯୋଗାଇ ଦେଇଥାଏ ଏବଂ ଶୀତ ଦିନରେ ଦେଶର ଅବଶିଷ୍ଟ ଭାଗ ସହିତ ଲଦାଖକୁ ସଂଯୋଗ କରିବାରେ ଏହା ହିଁ ଏକମାତ୍ର ମାଧ୍ୟମ।

‘ଆଡଭାନସ ୱିଣ୍ଟର ଷ୍ଟକିଙ୍ଗ’ (AWS) ପ୍ରକ୍ରିୟା ଅତି ଶୃଙ୍ଖଳିତ ଭାବେ କରାଯାଇ ନଭେମ୍ବର ସୁଦ୍ଧା ଶେଷ ହୋଇଥାଏ। ଏବର୍ଷ ଶୀତ ଦିନରେ ଅତିରିକ୍ତ ହଜାର ହଜାର ଯବାନ ଲଦାଖରେ ରହିବାକୁ ଯୋଜନା ହେଉଥିବାରୁ ନର୍ଦ୍ଦର୍ଣ୍ଣ କମାଣ୍ଡ ଏବଂ ଲେହରେ ଥିବା ବାୟୁସେନା ଅଧିକାରୀଙ୍କ ପାଇଁ ଏହା ଏଥର ବଡ଼ ଚ୍ୟାଲେଞ୍ଜ ହେବ। ମୁଁ ଭାବୁଛି ନିସନ୍ଦେହରେ ସେମାନେ ଚ୍ୟାଲେଞ୍ଜର ସଫଳ ମୁକାବିଲା କରିପାରିବେ। ସେନା ବାହିନୀର ଏକ କଥା କୁହାଯାଏ," ସୌଖିନ ଖେଳାଳି କୌଶଳ ସମ୍ପର୍କରେ କହିଥାନ୍ତି, କିନ୍ତୁ ପେଶାଦାର ଯେ କୌଣସି ଜଟିଳ ସ୍ଥିତିର ସମ୍ମୁଖୀନ ହୋଇ ମୁକାବିଲା କରିଥାନ୍ତି”, ଏହାକୁ ମନରେ ରଖି ଅଫିସରମାନେ ନିଶ୍ଚିତ ଭାବେ ସଫଳ ହେବେ।

ଲେଫଟନାଣ୍ଟ ଜେନେରାଲ ଡି.ଏସ୍. ହୁଦା ( 2016 ସର୍ଜିକାଲ ଷ୍ଟ୍ରାଇକରେ ନେତୃତ୍ବ ନେଇଥିଲେ),

ପୂର୍ବତନ ମୁଖ୍ୟ, ନର୍ଦର୍ଣ୍ଣ କମାଣ୍ଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.