ETV Bharat / bharat

ପାକିସ୍ତାନ ସୀମାରେ ଭାରତ ଜଗାଇବ ଶକ୍ତିଶାଳୀ ଭୀଷ୍ମ ଟ୍ୟାଙ୍କ

ପାକିସ୍ତାନ ମୁହଁ ଆଗରେ ଯେ କୌଣସି ମୂହୁର୍ତ୍ତରେ ଗର୍ଜିବା ପାଇଁ ଭୀଷଣ ପରାକ୍ରମଶାଳୀ ଭୀଷ୍ମ 464 T–90 ଟ୍ୟାଙ୍କ୍ ସୀମାରେ ଖୁବ ଶୀଘ୍ର ମୁତୟନ କରାଯିବ । ଏଥି ପାଇଁ ସେନା 13448କୋଟି ଟଙ୍କାର ବ୍ୟୟ କରିବା ଲକ୍ଷ୍ୟ ରଖିଛି ।

author img

By

Published : May 7, 2019, 12:04 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସୀମାରେ ବଦ୍‌ମିଜାଜ୍‌ ପାକିସ୍ତାନର ବଦମାସୀ କମିବାର ନାଁ ନେଉ ନାହିଁ । ସୀମାକୁ ଲାଗିଥିବା ବିଭିନ୍ନ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରି ଗୁଳି, ମୋର୍ଟାର ବର୍ଷା କରୁଛି । ଭାରତ ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଉଛି । ଏବେ ପାକିସ୍ତାନ ମୁହଁ ଆଗରେ ଯେ କୌଣସି ମୂହୁର୍ତ୍ତରେ ଗର୍ଜିବା ପାଇଁ ଭୀଷଣ ପରାକ୍ରମଶାଳୀ ଭୀଷ୍ମ 464 T–90 ଟ୍ୟାଙ୍କ୍ ସୀମାରେ ଖୁବ ଶୀଘ୍ର ମୁତୟନ କରାଯିବ । ଏଥି ପାଇଁ ସେନା 13448କୋଟି ଟଙ୍କାର ବ୍ୟୟ କରିବା ଲକ୍ଷ୍ୟ ରଖିଛି ।

ସୀମାରେ ଭାରତ-ପାକିସ୍ତାନର ମଧ୍ୟରେ ଉତ୍ତେଜନା ଥମିବାରେ ନାଁ ନେଉ ନାହିଁ । ଖାସ୍‌ ଏଥି ପାଇଁ ଭାରତ-ପାକିସ୍ତାନ ଅନ୍ତର୍ଜୀତୀୟ ବର୍ଡରରେ ଋଷରେ ନିର୍ମିତ ତଥା ଭାରତରେ ବିକଶିତ କରାଯାଇଥିବା 464 T–90ଟ୍ୟାଙ୍କ ମୁତୟନ କରାଯିବ। ସୂଚନା ଅନୁଯାୟୀ ଏହି ପରମାଣୁ ଯୁଦ୍ଧ ସମ୍ପର୍ଣ୍ଣ ଟ୍ୟାଙ୍କ ଟି-୯୦ ଭୀଷ୍ମ ବର୍ଷ 2022-2026 ମଧ୍ୟରେ ସୀମାରେ ମୁତୟନ କରିବା ଲକ୍ଷ୍ୟ ରଖିଛି ଭାରତୀୟ ସେନା । ଏଠାରେ ସୂଚନା ଯୋଗ୍ୟ ଯେ ପାକିସ୍ତାନ ସୈନ୍ୟ ଶକ୍ତି ବୃଦ୍ଧି କରିବା ପାଇଁ ଋଷିଆ ଠାରୁ ଏହି ଶ୍ରେଣୀର 360 ଟ୍ୟାଙ୍କ କିଣିବା ଡିଲ୍‌ ଉପରେ କଥାବାର୍ତ୍ତା କରୁଛି ।

indian-army
ଫାଇଲ ଫଟୋ

ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ର ଅନୁସାରେ ଏହି ଟ୍ୟାଙ୍କ ସବୁ ଅର୍ଡିନାନ୍ସ ବୋର୍ଡ ନିୟମ ଅନୁଯାୟୀ ଅବଡି ରେ ସେନା ପାଇଁ ଭାରୀ ଅସ୍ତ୍ରଶସ୍ତ୍ର ନିର୍ମାଣ କାରଖାନାରେ ନିର୍ମାଣ କରାଯିବ । ଏହାର ନିର୍ମାଣ ପାଇଁ କ୍ୟାବିନେଟ୍‌ କମିଟି ଏହା ଉପରେ ମୋହର ମାରିବା ସହ ସୁରକ୍ଷା ସମ୍ବନ୍ଧୀୟ ଅନୁମୋଦନ ଖୁବ ଶୀଘ୍ର ମିଳିବାର ସୂଚନା ରହିଛି ।

ସଦ୍ୟ ରିପୋର୍ଟ ଅନୁସାରେ ଭାରତୀୟ ସେନା ପାଖରେ ବର୍ତ୍ତମାନ 1070ରୁ ଉର୍ଦ୍ଧ୍ବ ଟ୍ୟାଙ୍କ ମହଜୁଦ ରହିଛି । ଭାରତ ପାଖରେ 124 ଅର୍ଜୁନ, 2400 ପୁରୁଣା T-72 ଟ୍ୟାଙ୍କ ମହଜୁଦ ରହିଛି । ବର୍ଷ 2001ରେ ଭାରତରେ 657 T-90 ଟ୍ୟାଙ୍କର ଅପଗ୍ରେଡ କରାଯାଇଥିଲା । ଏଥି ପାଇଁ 8525 କୋଟି ଖର୍ଚ୍ଚ କରାଯାଇଥିଲା । ଏହା ବ୍ୟତିରେକ ଭାରତ ଭାରତୀୟ ସେନାରେ ଥିବା 1000 ଟ୍ୟାଙ୍କରେ ଋଷିଆନ୍‌ ଯନ୍ତ୍ରପାତି ଖଞ୍ଜା ଯାଇଛି । ସୂତ୍ର ଅନୁସାରେ ଆସନ୍ତା 30-41 ମାସ ଭିତରେ ପାଖାପାଖି 64ଟି ଟ୍ୟାଙ୍କକୁ ଅପଗ୍ରେଡ କରାଯାଇ ସେନାରେ ସାମିଲ କରାଯିବ।

T–90 ଭୀଷ୍ମ ଟ୍ୟାଙ୍କର ବିଶେଷତ୍ବ

ଦକ୍ଷିଣ ଏସିଆର କୌଣସି ସେନାରେ ଥିବା ଟ୍ୟାଙ୍କ୍ ଠାରୁ ଶକ୍ତିଶାଳୀ ହେଉଛି ଟି – ୯୦ ଭୀଷ୍ମ । ୪୮ହଜାର କିଲୋଗ୍ରାମ ଓଜନ ଥିବା ଏହି ଟ୍ୟାଙ୍କରେ ତିନି ଜଣ ଯବାନ୍ ବସି ରହିବାର କ୍ଷମତା ରହିଛି। ଏହି ଟ୍ୟାଙ୍କ୍ ୫ ମିଟର ଗଭୀର ପାଣିରେ ପଶି ଶତ୍ରୁକୁ କରିପାରିବ ଭେଦ । ଏଥିରେ ୧୨୫ ଏମ୍‌ଏମ୍‌ର ୪ଟି ମେସିନ୍ ଗନ୍ ଲାଗିଛି । ଯାହାର ଆକ୍ରମଣ କ୍ଷମତା ରହିଛି ୧୦ କିଲୋମିଟର ।

ଟ୍ୟାଙ୍କ୍ ଟି- ୯୦କୁ ୧୯୯୩ରେ ଭାରତୀୟ ସେନାରେ ସାମିଲ୍ କରାଯାଇଥିଲା । ଏହି ଟ୍ୟାଙ୍କର ସ୍ବତନ୍ତ୍ରତା ହେଉଛି ଏହା ରାତିର ଅନ୍ଧକାରରେ ମଧ୍ୟ ପ୍ରୟୋଗ କରାଯାଇପାରିବ । କାରଣ ଏଥିରେ ଅନ୍ଧାରରେ ଦେଖିବା ପାଇଁ ଲେନ୍ସ ରହିଛି । ବିପଦର ପୂର୍ବାନୁମାନ ଲଗାଇବା କ୍ଷମତା ରହିଛି ଏହି ଟ୍ୟାଙ୍କର ।

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.