ନୂଆଦିଲ୍ଲୀ: ପାକିସ୍ତାନୀ ଡ୍ରୋନକୁ ଖସାଇଲା ଭାରତୀୟ ସେନା। ଜାମ୍ମୁ କାଶ୍ମୀରର କୁପବାଡା ଜିଲ୍ଲାର କେରନ ସେକ୍ଟର ସ୍ଥିତ ନିୟନ୍ତ୍ରଣ ସୀମା ନିକଟରେ ଏକ ପାକିସ୍ତାନୀ ଡ୍ରୋନକୁ ଶନିବାର ଧ୍ବଂସ କରି ଦିଆଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଏଲଓସି ନିକଟରେ ଏକ ପାକିସ୍ତାନୀ ଡ୍ରୋନ ଭାରତର ସୀମା ଭିତରକୁ ପସି ଆସିଥିଲା । ଏହା ଉପରେ ସେନାର ଦୃଷ୍ଟି ପଡିବାରୁ ଏହାକୁ ଗୁଳି କରି ଖସାଇଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ