ETV Bharat / bharat

ବିବାଦକୁ ପଛରେ ରଖି ଚୀନ ନାଗରିକଙ୍କ ଜୀବନ ରକ୍ଷା କଲେ ଭାରତୀୟ ଯବାନ - Indian army

। ଚୀନ ସହ ଜାରି ବିବାଦ ମଧ୍ୟରେ ଭାରତୀୟ ସେନାର ଯବାନମାନେ 3 ଜଣ ଚୀନ ନାଗରିକଙ୍କ ଜୀବନ ରକ୍ଷା କରିଛନ୍ତି । ସେମାନେ ଚୀନ ନାଗରିକଙ୍କୁ ଖାଦ୍ୟ, ଅକ୍ସିଜେନ ଯୋଗାଇବା ସହ ସେମାନଙ୍କ ପାଇଁ ଗରମ ପୋଷାକର ମଧ୍ୟ ବ୍ୟବସ୍ଥା କରିଛନ୍ତି ।

ବିବାଦକୁ ପଛରେ ରଖି ଚୀନ ନାଗରିକଙ୍କ ଜୀବନ ରକ୍ଷା କଲେ ଭାରତୀୟ ଯବାନ

author img

By

Published : Sep 5, 2020, 3:16 PM IST

ଗ୍ୟାଙ୍ଗଟକ: ଭାରତ ଏବଂ ଚୀନ ମଧ୍ୟରେ ଦୀର୍ଘ ଦିନରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଗୋଟିଏ ପଟେ ଡ୍ରାଗନ ନିଜର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି । ଆଉ ସେପଟେ ଭାରତ ସବୁଥର ପରି ନିଜର ମାନବିକତାକୁ ଉପରେ ରଖିଛି । ଯାହାର ଜ୍ବଳନ୍ତ ଉଦାହରଣ ଉତ୍ତର ସିକ୍କିମରେ ଦେଖିବାକୁ ମିଳିଛି । ଚୀନ ସହ ଜାରି ବିବାଦ ମଧ୍ୟରେ ଭାରତୀୟ ସେନା ଯବାନମାନେ 3 ଜଣ ଚୀନ ନାଗରିକଙ୍କ ଜୀବନ ରକ୍ଷା କରିଛନ୍ତି । କେବଳ ସେତିକି ନୁହେଁ ସେମାନେ ଚୀନ ନାଗରିକଙ୍କୁ ଖାଦ୍ୟ, ଅକ୍ସିଜେନ ଯୋଗାଇବା ସହ ସେମାନଙ୍କ ପାଇଁ ଗରମ ପୋଷାକର ମଧ୍ୟ ବ୍ୟବସ୍ଥା କରିଛନ୍ତି ।

ସେପ୍ଟେମ୍ବର 3 ରେ 17,500 ଫୁଟ ଉଚ୍ଚତାରେ ଥିବା ଉତ୍ତର ସିକ୍କିମର ପଠାର କ୍ଷେତ୍ରରେ 3 ଚୀନ ନାଗରିକ ପଥ ଭ୍ରଷ୍ଟ ହୋଇଥିଲେ । ଏହି ସମୟରେ ଭାରତୀୟ ସେନା ସେମାନଙ୍କୁ ସହାୟତାର ହାତ ବଢାଇଥିଲା । ସେନାର ଯବାନମାନେ ଚୀନ ନାଗରିକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ସହ ସେମାନଙ୍କୁ ସଠିକ ମାର୍ଗଦର୍ଶନ କରାଇଥିଲେ ।

3 ଚୀନ ନାଗରିକଙ୍କ ମଧ୍ୟରେ ଜଣେ ମହିଳା ଏବଂ 2 ଜଣ ପୁରୁଷ ସାମିଲ ଥିଲେ । ଶୂନ୍ୟ ତାପମାତ୍ରାରେ ସେମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ । ତେବେ ସେମାନଙ୍କ ଜୀବନ ରକ୍ଷା ପାଇଁ ଭାରତୀୟ ସେନାର ଯବାନ ସେମାନଙ୍କୁ ଖାଦ୍ୟ, ଅକ୍ସିଜେନ ଏବଂ ଗରମ ପୋଷାକ ଯୋଗାଇଥିଲେ । ଚୀନ ନାଗରିକ ଏନେଇ ଭାରତ ଏବଂ ଭାରତୀୟ ସେନାକୁ କୃତଜ୍ଞତା ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.