ନୂଆଦିଲ୍ଲୀ: ଜାତିସଂଘରେ ପୁରସ୍କୃତ ହେବେ ଭାରତୀୟ ମହିଳା ଆର୍ମି ଅଫିସର ମେଜର ସୁମନ ଗୱାନୀ । ମିଳିତ ଜାତିସଂଘ ମିଶନ ସାଉଥ ସୁଦନରେ (UNMISS)ରେ ସଫଳତା ପୂର୍ବକ ନିଜ ଦାୟିତ୍ୱ ସମ୍ପାଦନ କରିଥିବା ଭାରତୀୟ ମହିଳାଙ୍କୁ ଜାତିସଂଘର ଭୂରି ଭୂରି ପ୍ରଶଂସା । ସୁମନଙ୍କୁ "powerful role models ଭାବେ ବର୍ଣ୍ଣନା କଲେ ଜାତିସଂଘ ମୁଖ୍ୟ ଆଣ୍ଟୋନି ଗୁଟରେସ ।
ୟୁନାଇଡେଟ ନେସନ ମିଲିଟାରୀ ଜେଣ୍ଡର ଆଡଭୋକେଟ ଅଫ ଦି ଇୟର ଆୱାର୍ଡ (2019)ପାଇଁ ଚୟନ ହୋଇଛନ୍ତି ଏହି ଭାରତୀୟ ମହିଳା ଆର୍ମି ଅଫିସର । ବ୍ରାଜିଲର ଅନ୍ୟ ଜଣେ ନାଭାଲ ଅଫିସ କମାଣ୍ଡର ସହ ମିଳିତ ଭାବେ ଏହି ପୁରସ୍କାର ଗ୍ରହଣ କରିବେ ସୁମନ ଗୱାନୀ । ସାମରିକ ପର୍ଯ୍ୟବେକ୍ଷକ ଗୱାନି ନିକଟରେ UNMISS ସହିତ କାର୍ଯ୍ୟ କରିବା ବ୍ୟତୀତ ଦକ୍ଷିଣ ସୁଦାନରେ ଏକ କାର୍ଯ୍ୟ ସମାପ୍ତ କରିଛନ୍ତି।
ମିଳିତ ଜାତିସଂଘର ଶାନ୍ତି ରକ୍ଷା ଦିବସ ମେ 29ରେ ଅନଲାଇନ ସମାରୋହରେ ଏମାନଙ୍କୁ ପୁରସ୍କୃତ କରାଯିବ । ଏହାର ଅଧ୍ୟକ୍ଷତା କରିବେ ଜାତିସଂଘର ସେକ୍ରେଟାରୀ ଜେନେରାଲ ଗୁଟରେସ ।
ସୂଚନାଯୋଗ୍ୟ, ପ୍ରଥମ ଥର ଏହି ପୁରସ୍କାର ଜଣେ ଭାରତୀୟ ଶାନ୍ତି ରକ୍ଷାକାରୀଙ୍କୁ ପ୍ରଦାନ କରାଯାଇଛି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବ୍ରାଜିଲର ଶାନ୍ତି ରକ୍ଷାକାରୀ ଏହି ସମ୍ମାନ ପାଇଛନ୍ତି। ପ୍ରଥମ ଥର ଦୁଇ ଜଣ ଶାନ୍ତିରକ୍ଷାକାରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।
2016ରେ ସୃଷ୍ଟି ହୋଇଥିବା ଏହି ପୁରସ୍କାର, ଜାତିସଂଘ ସୁରକ୍ଷା ସଂକଳ୍ପ 1325ର ନୀତିକୁ ପ୍ରୋତ୍ସାହିତ କରିବାକୁ ଜଣେ ବ୍ୟକ୍ତିଗତ ସାମରିକ ଶାନ୍ତି ରକ୍ଷାକାରୀଙ୍କ ଉତ୍ସର୍ଗ ଏବଂ ପ୍ରୟାସକୁ ସ୍ୱୀକୃତି ଦେଇଥାଏ । ଶାନ୍ତି ଅପରେସନରେ ହେଡ ଓ ଫୋର୍ସ କମାଣ୍ଡରଙ୍କ ଦ୍ବାରା ମନୋନୀତ ହୋଇଥିବା ଶାନ୍ତି ଅପରେସନରେ ମହିଳା, ଶାନ୍ତି ଏବଂ ସୁରକ୍ଷା ଉପରେ ରହିଛି ।