ETV Bharat / bharat

ବଦଳିବ ୟୁନିଫର୍ମ, ଆହୁରି ସ୍ମାର୍ଟ ହେବେ ଆମ ଯବାନ - ଆର୍ମି

ଆର୍ମି ମୁଖ୍ୟାଳୟ ତରଫରୁ ସେନା ଭବନର ପାଖାପାଖି 11ନିର୍ଦ୍ଦେଶାଳୟକୁ ମଧ୍ୟ ଚିଠି ଲେଖି ପରାମର୍ଶ ଦେବାକୁ କୁହାଯାଇଛି । ଏନେଇ ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ, ଯେଉଁଭଳି ଅନ୍ୟଦେଶ ମାନଙ୍କରେ ଆର୍ମି ପୋଷାକରେ ପ୍ୟାଣ୍ଟ ଓ ସାର୍ଟ ଭିନ୍ନ ରଙ୍ଗ ରହିଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 14, 2019, 1:06 PM IST

ନୂଆଦିଲ୍ଲୀ: ବଦଳିବ ଇଣ୍ଡିଆନ ଆର୍ମି ଡ୍ରେସକୋଡ । ଭାରତୀୟ ଯବାନଙ୍କୁ ଆହୁରି ସ୍ମାର୍ଟ ଓ ଆରାମଦାୟକ ଲୁକରେ ଦେଖିବାକୁ ପ୍ରସ୍ତୁତ କରାଯାଉଛି ଯୋଜନା । ଏନେଇ ଆର୍ମି ୟୁନିଫର୍ମରେ କି କି ପରିବର୍ତ୍ତନ କରାଯାଇ ପାରିବ, ସେନେଇ ଆର୍ମି ହେଡକ୍ବାର୍ଟର ପକ୍ଷରୁ ଫିଲ୍ଡରେ ମୁତୟନ ଥିବା ଆର୍ମି କମାଣ୍ଡ ଏବଂ ଆର୍ମି ଅଫିସରଙ୍କ ପରାମର୍ଶ ଲୋଡା ଯାଇଛି ।

ମିଳିଥିବା ଖବର ମୁତାବକ, ଆର୍ମି ମୁଖ୍ୟାଳୟ ତରଫରୁ ସେନା ଭବନର ପାଖାପାଖି 11ନିର୍ଦ୍ଦେଶାଳୟକୁ ମଧ୍ୟ ଚିଠି ଲେଖି ପରାମର୍ଶ ଦେବାକୁ କୁହାଯାଇଛି । ଏନେଇ ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ, ଯେଉଁଭଳି ଅନ୍ୟଦେଶ ମାନଙ୍କରେ ଆର୍ମି ପୋଷାକରେ ପ୍ୟାଣ୍ଟ ଓ ସାର୍ଟ ଭିନ୍ନ ରଙ୍ଗ ରହିଛି, ସେହିଭଳି ବ୍ୟବସ୍ଥା ଏଠାରେ ମଧ୍ୟ କରାଯିବାକୁ ଅନେକ ପ୍ରସ୍ତାବ ଆସିଛି ।

ବର୍ତ୍ତମାନ ଭାରତୀୟ ସ୍ଥଳସେନାରେ 9 ପ୍ରକାର ୟୁନିଫର୍ମ ରହିଛି । ଯେଉଁଥିରେ 4ଟି କାଟାଗୋରୀକୁ ଭାଗ କରାଯାଇଥିବା ବରିଷ୍ଠ ସେନା ଅଧିକାରୀ କହିଛନ୍ତି । ଇଣ୍ଡିଆନ ଆର୍ମିର ପୋଷାକର କାନ୍ଧରେ ଏକ ପଟ୍ଟି ରହିଛି, ଯାହା ଉପରେ ଲେଖା ଦେଖି ସେ କେଉଁ ରାଙ୍କର ଜଣାପଡୁଥିଲା । ମାତ୍ର ୟୁଏସ ଏବଂ ୟୁକେର ଆର୍ମି ରାଙ୍କ ଛାତି ସାମ୍ନାରେ ଲାଗିଥିବା ପ୍ରତୀକକୁ ଦେଖି ଜଣାପଡୁଛି । ତେବେ ଏଭଳି କିଛି ପରିବର୍ତ୍ତନ କରିବା ନେଇ ଅନେକଙ୍କ ମତ ରହିଛି ।

Intro:Body:

sdfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.