ଶ୍ରୀନଗର: କୋରୋନା ଯୋଗୁଁ ଜାରି ଲକଡାଉନରେ ଗରିବ ଓ ଅସହାୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏପରି ସମୟରେ ଭାରତୀୟ ସେନା ସେମାନଙ୍କ ପାଇଁ ଦେବଦୂତ ସାଜିଛି । ଅପରେସନ ସଦଭାବନା ଅଧୀନରେ କାଶ୍ମୀର ଉପତ୍ୟକାର ଗରିବ ଲୋକଙ୍କୁ ରିଲିଫ ସାମଗ୍ରୀ ବାଣ୍ଟିଛି ସେନା ।
କର୍ପୋରେଟ୍ ସଂସ୍ଥା ସହାୟତାରେ ତଙ୍ଗଧାର, ମଛିଲ, ଗୂଲମାର୍ଗ ସମେତ ଅନ୍ୟାନ୍ୟ ଦୁର୍ଗମ ଓ ପାହାଡୀ ଅଞ୍ଚଳର ଲୋକଙ୍କୁ ସେନା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟାଯାଇଛି । ଲକଡାଉନବେଳେ ଏଲଓସି ପାଶ୍ବବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଗରିବ ଲୋକଙ୍କୁ ରିଲିଫ ସାମଗ୍ରୀ ବାଣ୍ଟିଥିଲା ଭାରତୀୟ ସେନା । ଏଥିପାଇଁ ଅପରେସନ ସଦଭାବନା ଆରମ୍ଭ ହୋଇଥିଲା । ଏହାଦ୍ବାରା କୁପୱାଡା, ଗୂଲମାର୍ଗ ଆଦି ଅଞ୍ଚଳ ସମେତ ସୀମାରେ ଥିବା ସମସ୍ତ ଗାଁ ମାନଙ୍କରେ ଏହି ରାସନ ସାମଗ୍ରୀ ବଣ୍ଟାଯାଇଥିଲା ।
ତେବେ ସେନାର ଏହି କାମ ପାଇଁ ସ୍ଥାନୀୟବାସୀ ଧନ୍ୟବାଦ ଜଣାଇଥିଲେ । ବିପଦବେଳେ ଭାରତୀୟ ସେନା ସବୁବେଳେ ସାଥ୍ ଦେଇଥାଏ । କୌଣସି ବି ସମସ୍ୟା ହେଲେ ସେମାନେ ଆମ ପଛରେ ଛିଡା ହୋଇଥାନ୍ତି । ଆମର ସବୁ ଦୁଃଖ ଓ କଷ୍ଟରେ ସାହାଯ୍ୟ କରିଥାନ୍ତି ଭାରତୀୟ ସେନା । ସେମାନଙ୍କ ନିକଟରେ ଆମେ କୃତଜ୍ଞ ବୋଲି ଗ୍ରାମବାସୀମାନେ କହିଥିଲେ । ପ୍ରକାଶ ଥାଉ କି ଏହି ସବୁ ଗାଁରେ ଲୋକ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରି ଚଳନ୍ତି । ହେଲେ ଲକଡାଉନରେ ଏଥିରେ ବାଧା ସୃଷ୍ଟି ହେବା ସହ ସେମାନଙ୍କ ରୋଜଗାର ଏକପ୍ରକାର ବନ୍ଦ ହୋଇଯାଇଛି । ଫଳରେ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।
ଅପରେସନ ସଦଭାବନା: କାଶ୍ମୀରବାସୀଙ୍କୁ ସେନାର ସହାୟତା
ଲକଡାଉନବେଳେ ଏଲଓସି ପାଶ୍ବବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଗରିବ ଲୋକଙ୍କୁ ରିଲିଫ ସାମଗ୍ରୀ ବାଣ୍ଟିଥିଲା ଭାରତୀୟ ସେନା । ଅଧିକ ପଢନ୍ତୁ...