ETV Bharat / bharat

ଭାରତୀୟ ସେନାର ବିଲ୍ଡିଂ ପାଲଟିଲା କୋଭିଡ କେୟାର ସେଣ୍ଟର

ଶ୍ରୀନଗରରେ ସେନାର ଏକ ଷ୍ଟାଫ୍ ବିଲ୍ଡିଂକୁ କୋଭିଡ କେୟାର ସେଣ୍ଟର ଭାବେ ପ୍ରଦାନ କରାଯାଇଛି । ଏଠାରେ 42 ଜଣ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 18, 2020, 5:06 PM IST

ଭାରତୀୟ ସେନାର ବିଲ୍ଡିଂ ପାଲଟିଲା କୋଭିଡ କେୟାର ସେଣ୍ଟର
ଭାରତୀୟ ସେନାର ବିଲ୍ଡିଂ ପାଲଟିଲା କୋଭିଡ କେୟାର ସେଣ୍ଟର

ଶ୍ରୀନଗର: କୋରୋନା ମହାମାରୀ ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ଆକ୍ରାନ୍ତଙ୍କ ପାଇଁ ଅସ୍ଥାୟୀ ହସ୍ପିଟାଲ ଓ ସେଣ୍ଟରର ଆୟୋଜନ କରାଯାଉଛି । ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ନିଜ ବିଲ୍ଡିଂକୁ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି । ଶ୍ରୀନଗରରେ ସେନାର ଏକ ଷ୍ଟାଫ୍ ବିଲ୍ଡିଂକୁ କୋଭିଡ କେୟାର ସେଣ୍ଟର ଭାବେ ପ୍ରଦାନ କରାଯାଇଛି । ଏଠାରେ 42 ଜଣ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି । ଜମ୍ମୁ ଓ କାଶ୍ମୀର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଇସୋଲେସନରେ ଆକ୍ରାନ୍ତଙ୍କୁ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

42 ଜଣଙ୍କ ଦେଖଶୁଣା କରିବା ପାଇଁ ସ୍ବତନ୍ତ୍ର ଭାବେ ଡାକ୍ତର ଓ ନର୍ସଙ୍କ ନିଯୁକ୍ତି ହୋଇଥିବା ସେଣ୍ଟରର କୋର୍ଡିନେଟର ଡା. ଜାକୀର ଖାନ କହିଛନ୍ତି । ସେନା ପକ୍ଷରୁ କୋଭିଡ 19ଙ୍କୁ ସାହାଯ୍ୟ କରିବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଉପତ୍ୟକାର ସମସ୍ତ ଗରିବ ଓ ଅସହାୟଙ୍କୁ ସେନା ପକ୍ଷରୁ ସଦଭାବନା ମିଶନ ଅଧିନରେ ମାଗଣା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟାଯାଇଛି । ପ୍ରକାଶ ଥାଉ କି କାଶ୍ମୀରରେ ଏବେ ସୁଦ୍ଧା 5298 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 2454 ଆକ୍ଟିଭ ଏବଂ 2781 ସୁସ୍ଥ ଅଛନ୍ତି । ସେହିପରି 63 ଜଣଙ୍କ କୋରୋନାଜନିତ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.