ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଏକ ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ସମାପ୍ତ ହୋଇଛି । ନିକଟରେ ଆଣ୍ଡାମାନ ଓ ନିକବର ସ୍ଥିତ ଟେରେସା ଦ୍ବୀପରେ ଏହି ଯୁଦ୍ଧାଭ୍ୟାସ କରାଯାଇଥିଲା । ତିନି ସେନାର 170 ଜଣ ଯବାନଙ୍କୁ ନେଇ ସ୍ବତନ୍ତ୍ର ଭାବେ ବାୟୁସେନା ପକ୍ଷରୁ ସମରାଭ୍ୟାସ କରାଯାଇଥିଲା ।
ଏକ୍ସରସାଇଜ ବୁଲଷ୍ଟ୍ରାଇକ ନାମରେ ଏହି ରଣକୌଶଳ ପ୍ରଦର୍ଶନ କରାଯାଇଥିଲା । 3 ସେନାର ଯବାନ ଏହି ମିଳିତ ଯୁଦ୍ଧାଭ୍ୟାସରେ ଭାଗ ନେଇଥିଲେ । ତେବେ ବାୟୁସେନା ପକ୍ଷରୁ ସେୟାର ହୋଇଥିବା ଭିଡିଓରେ ଦେଖା ଯାଇଛି ଭାଗ ନେଇଥିବା ଯବାନ ମଝି ଆକାଶରେ ବିମାନରୁ ପାରାଚ୍ୟୁଟ ସହାଯ୍ୟରେ ଡେଉଁଛନ୍ତି ।
ମେ 9 ତାରିଖରେ କରାଯାଇଥିବା ଏହି ଯୁଦ୍ଧାଭ୍ୟାସରେ 170 ଜଣ ସୈନିକ ଭାଗ ନେଇଥିଲେ । ଏହି ଅଭ୍ୟାସ ଜିରିଆରେ 3 ସେନାର ମିଳିତ ଅପରେସନର କ୍ଷମତାକୁ ପରଖା ଯାଇଥିଲା ।