ETV Bharat / bharat

ପାକ୍‌ ଆତଙ୍କୀ ଲଞ୍ଚ ପ୍ୟାଡକୁ ଧ୍ବଂସ କଲା ଭାରତୀୟ ସେନା

ଶୁକ୍ରବାର କାଶ୍ମୀରର କୁପୱାଡା ସେକ୍ଟରରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ଭାରତୀୟ ସେନାବାହିନୀ ଆତଙ୍କୀ ଲଞ୍ଚ ପ୍ୟାଡ୍ ଏବଂ ବେସ୍ ଉପରେ ପ୍ରବଳ ଗୁଳି ଚଳାଇଛି । ଏହି ଲଞ୍ଚ ପ୍ୟାଡକୁ ଧ୍ବସ୍ତବିଧ୍ବସ୍ତ କରିଛି ଭାରତୀୟ ସେନା । ଅଧିକ ପଢନ୍ତୁ...

ଫାଇଲ ଫଟୋ
ପାକ୍‌ ଆତଙ୍କୀ ଲଞ୍ଚ ପ୍ୟାଡକୁ ଧ୍ବଂସ କଲା ଭାରତୀୟ ସେନା
author img

By

Published : Apr 10, 2020, 11:39 PM IST

ଶ୍ରୀନଗର: ଗୋଟିଏ ପଟେ ସାରା ବିଶ୍ବ କୋରୋନା ଆତଙ୍କରେ ଭୟଭୀତ ରହିଛି ଅନ୍ୟପଟେ ପାକିସ୍ତାନ ନିଜର ଅସଲ ଚେହେରା ଦେଖାଇବାରେ ଲାଗିଛି । ଏପରିସ୍ଥଳେ ଭାରତୀୟ ସେନା ସୀମାରେ ପାକିସ୍ତାନକୁ ଉଚିତ ଜବାବ ଦେବା ଜାରି ରଖିଛନ୍ତି । ଶୁକ୍ରବାର କାଶ୍ମୀରର କୁପୱାଡା ସେକ୍ଟରରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ଭାରତୀୟ ସେନାବାହିନୀ ଆତଙ୍କୀ ଲଞ୍ଚ ପ୍ୟାଡ୍ ଏବଂ ବେସ୍ ଉପରେ ପ୍ରବଳ ଗୁଳି ଚଳାଇ ଆତଙ୍କୀ ଲଞ୍ଚ ପ୍ୟାଡକୁ ଧ୍ବସ୍ତବିଧ୍ବସ୍ତ କରିଛି ।

ସୂଚନା ଯେ ଏହା ସେହି ସ୍ଥାନ ଯେଉଁ ସ୍ଥାନରେ ରବିବାର ପାରା କମାଣ୍ଡୋ ଏବଂ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ସେନା 5 ଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରିଥିଲା । ଏହାସହ ଏହି ଏନକାଉଣ୍ଟରରେ ଭାରତୀୟ ସେନାର 5 ଜଣ ପାରା କମାଣ୍ଡୋ ସହିଦ ହୋଇଥିଲେ ।

ସେନା ପାକିସ୍ତାନ ଅଞ୍ଚଳରେ ଟାର୍ଗେଟରେ ଥିବା ଆର୍ଟିଲିରି ଗୁଳି ଚଳାଇଥିଲା । ଏଥିରେ 105 ମିଲିମିଟର ଫିଲ୍ଡ ବନ୍ଧୁକ ଏବଂ ବୋଫର୍ସ ବ୍ୟବହାର କରାଯାଇଥିଲା । ଏହି ଗୁଳି ବିନିମୟରେ ପାକିସ୍ତାନରେ ଆତଙ୍କୀ ଲଞ୍ଚ ପ୍ୟାଡ ସମ୍ପୂର୍ଣ୍ଣ ବିଧ୍ବଂସ ହୋଇଛି । ପାକିସ୍ତାନୀ ସେନା କୁପୱାଡା ନିକଟରେ ଥିବା ଭାରତୀୟ ଗ୍ରାମଗୁଡିକର ଅଞ୍ଚଳକୁ ଟାର୍ଗେଟ କରିଥିଲ । ଫଳରେ ଗାଁରେ ଆତଙ୍କ ଖେଳିଯାଇଥିଲା ।

ପାକିସ୍ତାନ ଦ୍ବାରା ଅସ୍ତ୍ରବିରତି ଉଲ୍ଲଂଘନ ମାମଲା ବଢିବାରେ ଲାଗିଛି । ଏଥି ସହିତ, ଚଳିତ ବର୍ଷ ଏପର୍ଯ୍ୟନ୍ତ 1,200 ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.