ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖା ଓ ପ୍ରକୃତ ନିୟନ୍ତ୍ରଣ ରେଖାରେ ତିକ୍ତତା ମଧ୍ୟରେ ଭାରତ ପାଇଁ ଏକ ଖୁସି ଖବର । ଭାରତୀୟ ବାୟୁସେନା ଜୁଲାଇ 27 ରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ସିପମେଣ୍ଟ ଗ୍ରହଣ କରିବ । ପ୍ରକାଶଥାଉକି, ଏହି ରାଫେଲ ବିମାନ ଅମ୍ବାଲା ଏୟାରବେସରେ ପହଞ୍ଚିବ।
ଗେମଚେଞ୍ଜର ରାଫେଲ ଲଢୁଆ ବିମାନର ଅସ୍ତ୍ର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । Scalp ଓ Meteor କ୍ଷେପଣାସ୍ତ୍ର ଡେଲିଭରୀ ଆରମ୍ଭ ହୋଇଯାଇଛି। ଭାରତୀୟ ବାୟୁସେନାର ଗୋଲ୍ଡେନ୍ ଏରୋ ସ୍କ୍ବାଡ୍ରନ୍ ଅଗଷ୍ଟରେ ରାଫେଲ ବିମାନ ସହ ସାମିଲ ହେବ । ତେବେ ଫ୍ରାନ୍ସରୁ ବାୟୁସେନାର ପାଇଲଟ ରାଫେଲକୁ ଭାରତକୁ ଆଣିବେ ।
ଭାରତରେ ରାଫେଲ ବିମାନ ଆଣିବା ପାଇଁ ୱାନ୍ ଷ୍ଟେପର ବ୍ୟବହାର କରାଯାଉଛି । ଅର୍ଥାତ୍ ଫ୍ରାନ୍ସରୁ ଉଡିବା ପରେ ରାଫେଲ ବିମାନ ୟୁଏଇର ଅଲ ଡାଫ୍ରା ଏୟାରବେସରେ ଅବତରଣ କରିବ। ଏଠାରେ, ଇନ୍ଧନ ଠାରୁ ରାଫେଲର ବୈଷୟିକ ଯାଞ୍ଚ ପରେ ସିଧାସଳଖ ଭାରତକୁ ଆସିବ । ସମସ୍ତ 36 ରାଫେଲ୍ ବିମାନର ବିତରଣ 2022 ସୁଦ୍ଧା କରାଯିବ । ରାଫେଲ ବିମାନର ପ୍ରଥମ ସ୍କ୍ବାଡ୍ରନ୍ ଅମ୍ବାଲା ଠାରେ, ଦ୍ବିତୀୟ ସ୍କ୍ବାଡ୍ରନ୍ ପଶ୍ଚିମବଙ୍ଗର ହାସିମାରା ଠାରେ ରହିବ । ପ୍ରକାଶଥାଉକି, କୋରୋନା ସଙ୍କଟ କାରଣରୁ ରାଫେଲ ବିମାନ ବିତରଣ ବିଳମ୍ବ ହୋଇଛି କିନ୍ତୁ ଫ୍ରାନ୍ସ ଠିକ୍ ସମୟରେ ବିତରଣ କରିବାକୁ ନିଷ୍ପତ୍ତି ନେଇଛି ।
ତେବେ ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁନରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲଙ୍କ ସହ କଥା ହୋଇଥିଲେ। ଏହି ସମୟ ମଧ୍ୟରେ ଫ୍ରାନ୍ସରୁ ଏହା ନିଶ୍ଚିତ କରାଯାଇଥିଲା ଯେ ରାଫେଲ ଯୁଦ୍ଧ ବିମାନ ଭାରତକୁ ଠିକ୍ ସମୟରେ ପହଞ୍ଚିବ । କୋରୋନା ବିପର୍ଯ୍ୟୟ ଏହା ଉପରେ ପ୍ରଭାବ ପକାଇବ ନାହିଁ।