ETV Bharat / bharat

ଭାରତରେ ସାଇବର ଆଟାକ 37 ପ୍ରତିଶତ ବଢିଛି: ରିପୋର୍ଟ - Cyber Attack

ବିଶ୍ବ ସ୍ତରରେ ୱେବ-ଥ୍ରେଟ୍ ରାଙ୍କରେ ଭାରତ 27 ତମ ସ୍ଥାନରେ ରହିଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ 2019ର ଚତୁର୍ଥ ତ୍ରୟମାସରେ ଭାରତର ସ୍ଥାନ 32 ଥିଲା । ଅଧିକ ପଢନ୍ତୁ...

Cyber Attack in india
ଭାରତରେ ସାଇବର ଆଟାକ 37 ପ୍ରତିଶତ ବଢିଛି : ରିପୋର୍ଟ
author img

By

Published : May 23, 2020, 10:44 PM IST

ନୂଆଦିଲ୍ଲୀ: ଭାରତରେ ଗତ ବର୍ଷ ଚତୁର୍ଥ ତ୍ରୟମାସ ତୁଳନାରେ 2020ର ପ୍ରଥମ ତ୍ରୟମାସରେ ସାଇବର ଆଟାକ 37 ପ୍ରତିଶତ ବୃଦ୍ଧି ହୋଇଛି । ଏକ ନୂଆ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।

କ୍ୟାସ୍ପର ସ୍କାଏ ସିକ୍ୟୁରିଟି ନେଟୱାର୍କ (କେଏସଏନ) ରିପୋର୍ଟ ଅନୁଯାୟୀ, ଭାରତରେ ଏହାର ପ୍ରଡକ୍ଟସ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ 52,820,874 ସ୍ଥାନୀୟ ସାଇବର ବିପଦର ଚିହ୍ନଟ କରି ଏହାକୁ ରୋକିଛି ।

ଡାଟା ମୁତାବକ, ବିଶ୍ବ ସ୍ତରରେ ୱେବ-ଥ୍ରେଟ୍ ରାଙ୍କରେ ଭାରତ 27ତମ ସ୍ଥାନରେ ରହିଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ 2019ର ଚତୁର୍ଥ ତ୍ରୟମାସରେ ଭାରତର ସ୍ଥାନ 32 ଥିଲା ।

ଭାରତରେ 2020ର ପ୍ରଥମ ତ୍ରୟମାସରେ ହୋଇଥିବା ଆଟାକ (52,820,874)ର ସ୍ଥାୟୀୟ ବିପଦ ସଂଖ୍ୟାରୁ ଜଣାପଡୁଛି କି, USB ଡ୍ରାଇଭ, ସିଡି, ଡିଭିଡି ଏବଂ ଅନ୍ୟାନ୍ୟ ଅଫଲାଇନ ପଦ୍ଧତି ମାଧ୍ୟମରେ ବିସ୍ତାରିତ ମାଲୱେୟାର ଦ୍ୱାରା କେତେଥର ୟୁଜର୍ସ ଉପରେ ଆଟାକ କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ହୋଷ୍ଟ କରାଯାଇଥିବା ସର୍ଭର ଯୋଗୁଁ ଆଟାକ ସଂଖ୍ୟାରେ ଭାରତ ବିଶ୍ୱରେ 11ତମ ସ୍ଥାନରେ ରହିଛି । 2019ର ଚତୁର୍ଥ ତ୍ରୟମାସରେ 854,782 ଘଟଣା ତୁଳନାରେ 2020ର ପ୍ରଥମ ତ୍ରୟମାସରେ ବଢି 2,299,682 ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.