ETV Bharat / bharat

'ଭାରତ ନିକଟରେ ପାକିସ୍ତାନ-ଚୀନ ସହ ଯୁଦ୍ଧ ଲଢିବାର କ୍ଷମତା ରହିଛି' - india china standoff

ଚୀନ ସହ ଦେଖାଦେଇଥିବା ଯୁଦ୍ଧ ସମ୍ଭାବନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭିପି ମଲ୍ଲିକ । ଉଭୟ ଚୀନ ଏବଂ ପାକିସ୍ତାନ ସହ ଯୁଦ୍ଧ ଲଢିବାର କ୍ଷମତା ଭାରତ ନିକଟରେ ରହିଛି ବୋଲି ସେ କହିଛନ୍ତି ।

ଜେନେରାଲ ଭିପି ମଲ୍ଲିକ
ଜେନେରାଲ ଭିପି ମଲ୍ଲିକ
author img

By

Published : Jun 21, 2020, 4:25 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଇତି ମଧ୍ୟରେ ଚୀନ ସହ ଦେଖାଦେଇଥିବା ଯୁଦ୍ଧ ସମ୍ଭାବନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭିପି ମଲ୍ଲିକ । ଉଭୟ ଚୀନ ଏବଂ ପାକିସ୍ତାନ ସହ ଯୁଦ୍ଧ ଲଢିବାର କ୍ଷମତା ଭାରତ ନିକଟରେ ରହିଛି ବୋଲି ସେ କହିଛନ୍ତି ।

ଏକ ଗଣମାଧ୍ୟମ ସାକ୍ଷାତକାରରେ ଭିପି ମଲ୍ଲିକ କହିଛନ୍ତି, ଆମେ ଉଭୟ ଦେଶ ସହ ଖୁବ ସହଜରେ ଯୁଦ୍ଧ ଲଢିପାରିବୁ । ସେନେଇ ଆମକୁ ଅତ୍ୟଧିକ ଚିନ୍ତା କରିବାର ଆବଶ୍ୟକତା ରହିନାହିଁ । ଭାରତୀୟ ସେନାର କୌଶଳ, ଦୃଢ ସଂକଳ୍ପ ଏବଂ ପାହାଡରେ ଯୁଦ୍ଧ ଲଢିବାର କ୍ଷମତା ଚୀନ ଠାରୁ ଭଲ ।

ଜୁନ 15ରେ ଗଲୱାନ ଘାଟିରେ ଘଟିଥିବା ଘଟଣାକୁ ନେଇ ମଲ୍ଲିକ କହିଛନ୍ତି ଯେ, ଭାରତକୁ ଏବେ ଚୀନ ପ୍ରତି ନିଜର ସୈନ୍ୟ ନୀତିକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । କେବଳ ସୈନ୍ୟ ନୀତି ନୁହେଁ ବରଂ ଆର୍ଥିକ ଏବଂ ରାଜନୈତିକ ନୀତିକୁ ମଧ୍ୟ ପରିବର୍ତ୍ତନ କରିବା ଉଚିତ ବୋଲି ସେ କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣା ପରେ କହିଥିଲେ, ଭାରତ ଏକ ଶାନ୍ତିପ୍ରିୟ ଦେଶ । କିନ୍ତୁ ଯଦି ତାକୁ ଉସୁକାଇବାକୁ ଚେଷ୍ଟା କରାଯିବ ଏହାର କଡା ଜବାବ ଦେବାକୁ ଆମେ ସକ୍ଷମ ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖର ଗଲୱାନ ଘାଟିରେ ଜୁନ 15 ତାରିଖରେ ଚୀନ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଚୀନର ପ୍ରାୟ 43 ଜଣ ଯବାନ ମୃତାହତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.