ETV Bharat / bharat

ଗିଲଗିଟ-ବେଲୁଚିସ୍ତାନରୁ ପଛକୁ ହଟିବା ପାଇଁ ପାକିସ୍ତାନକୁ ଭାରତର ଚେତାବନୀ

ଗିଲଗିଟ-ବେଲୁଚିସ୍ତାନର ଭାରତୀୟ ଅଞ୍ଚଳ ଖାଲି କରିବା ସହ ତୁରନ୍ତ ସେଠାରୁ ପଛକୁ ହଟିଯିବା ପାଇଁ ପାକିସ୍ତାନକୁ ଭାରତର ଚେତାବନୀ । ଅଧିକ ପଢନ୍ତୁ:

author img

By

Published : Nov 1, 2020, 10:48 PM IST

ଗିଲଗିଟ-ବାଲ୍ଟିସ୍ତାନରୁ ପଛକୁ ହଟିବା ପାଇଁ ପାକିସ୍ଥାନକୁ  ଭାରତର ଚେତାବନୀ

ନୂଆଦିଲ୍ଲୀ: ଗିଲଗିଟ-ବେଲୁଚିସ୍ଥାନର ଭାରତୀୟ ଅଞ୍ଚଳ ଖାଲି କରିବା ସହ ତୁରନ୍ତ ସେଠାରୁ ପଛକୁ ହଟିଯିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ । ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିଲଗିଟ-ବେଲୁଚିସ୍ତାନକୁ ପାକିସ୍ତାନର ଅସ୍ଥାୟୀ 5ମ ପ୍ରଦେଶ ବୋଲି ଘୋଷଣା କରିବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତୀୟ ଅଞ୍ଚଳକୁ ଖାଲି କରିବା ସହ ପଛକୁ ହଟିଯିବା ପାଇଁ ଚେତାବନୀରେ କୁହାଯାଇଛି ।

ଗତକାଲି ବେଲୁଚିସ୍ଥାନ ଗସ୍ତ ସମୟରେ ଏହାକୁ ପାକିସ୍ଥାନ ତାର ଅସ୍ଥାୟୀ ପ୍ରଦେଶ ଭାବେ ମାନ୍ୟତା ଦେବ ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘୋଷାଣା କରିଥିଲେ । ସେ ସେଠାରେ ନିର୍ବାଚନ ମଧ୍ୟ କରିବାକୁ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳିଛି । ସାମରିକ ଶକ୍ତି ଲଗାଇ ପାକ ସେଠାରେ ନିଜର ଆଧିପତ୍ୟ ଜମାଇବାକୁ ବସିଥିବା ଦେଖିବାକୁ ମିଳୁଥିବା ବେଳେ ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଏଭଳି ଘୋଷଣା ପରେ ଏହାକୁ ଅତି ଗୁରୁତର ସହ ନେବା ସହ କଡା ଚେତାବନୀ ମଧ୍ୟ ଶୁଣାଇଛି ।

ସରକାର ଦୋହରାଇଛନ୍ତି ଯେ ଜମ୍ମୁ-କାଶ୍ମୀର ଏବଂ ଲଦାଖର ତଥାକଥିତ ଗିଲ୍ଗିଟ୍-ବାଲ୍ଟିସ୍ତାନ ଅଞ୍ଚଳ ସମେତ ଜାମ୍ମୁ-କାଶ୍ମୀରର ୟୁନିଅନର ଆଇନଗତ, ସମ୍ପୂର୍ଣ୍ଣ ତଥା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ କୈଣସି ପରିସ୍ଥିତିରେ ପାକର ଏଭଳି କାର୍ଯ୍ୟକ୍ରମକୁ ବରଦାସ୍ତ କରାଯିବ ନାହିଁ । ପାକିସ୍ତାନର ଏପରି ଉଦ୍ୟମ, ଏହାର ବେଆଇନ ଦଖଲକୁ ଭାରତ ପକ୍ଷରୁ କଡା ଜବାବ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.