ETV Bharat / bharat

କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଉଥିବା ଚୀନକୁ ଭାରତର କଡା ଜବାବ

author img

By

Published : Aug 6, 2020, 3:28 PM IST

ପାକିସ୍ତାନ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ନେଇ ଚୀନକୁ କଡା ଶବ୍ଦରେ ଚେତାବନୀ ଦେଇଛି ଭାରତ । ଚୀନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବୋଲି ଭାରତ ସ୍ପଷ୍ଟ ଭାବରେ କହିଛି ।

ଚୀନକୁ ଭାରତର କଡା ଜବାବ
ଚୀନକୁ ଭାରତର କଡା ଜବାବ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ । ଏଥର ସେ ନିଜର ପରମ ମିତ୍ର ଚୀନ ସହଯୋଗରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଇଛି । ତେବେ ପାକିସ୍ତାନ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ନେଇ ଚୀନକୁ କଡା ଶବ୍ଦରେ ଚେତାବନୀ ଦେଇଛି ଭାରତ । ଚୀନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବୋଲି ଭାରତ ସ୍ପଷ୍ଟ ଭାବରେ କହିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ ଚୀନକୁ ଚେତାବନୀ ଦେଇ କୁହାଯାଇଛି, ଏହା ପ୍ରଥମ ନୁହେଁ ଯେତେବେଳେ ଚୀନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛି। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନର ହସ୍ତକ୍ଷେପକୁ ଆମେ ଦୃଢ ଭାବରେ ବିରୋଧ କରିଛୁ । ଚୀନ ସରକାରଙ୍କୁ ଏଭଳି ଅନୈତିକ ପ୍ରୟାସରୁ ଦୂରେଇ ରହିବାକୁ ଅନୁରୋଧ କରୁଛୁ ବୋଲି ମନ୍ତ୍ରଣାଳୟ କହିଛନ୍ତି।

ବୁଧବାର ଧାରା 370 ଉଚ୍ଛେଦକୁ ବାର୍ଷେ ପୁରିବା ଅବସରରେ ଚୀନ ଜାତିସଂଘ ସୁରକ୍ଷା ପରିଷଦରେ ଜାମ୍ମୁ କାଶ୍ମୀର ଉପରେ ଆଲୋଚନା ପାଇଁ ପାକିସ୍ତାନର ଅନୁରୋଧକୁ ସମର୍ଥନ କରିଥିଲା। କିନ୍ତୁ ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ ଚାରିଜଣ ସଦସ୍ୟ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଋଷ ଭାରତକୁ ସମର୍ଥନ କରି ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପରେ ଚୀନ ମଧ୍ୟ ଏହି ଉଦ୍ୟମରେ ବିଫଳ ହୋଇଥିଲା ।

ଅନ୍ୟପକ୍ଷରେ ବୁଧବାର ଭାରତ ସରକାର ଆମେରିକା ଲୋକସଭାର ବୈଦେଶିକ ବ୍ୟାପାର କମିଟି ତରଫରୁ ଏକ ସମର୍ଥନ ପତ୍ର ଗ୍ରହଣ କରିଛନ୍ତି । ଯେଉଁଥିରେ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ହୋଇଥିବା ସଂଘର୍ଷ ପାଇଁ ଚୀନକୁ ଦାୟୀ କରାଯାଇଛି । ଆମେ ଆମେରିକା-ଭାରତ ସମ୍ପର୍କ ପାଇଁ ଦୃଢ ଦ୍ବିପାକ୍ଷିକ ସମର୍ଥନ ପ୍ରଦର୍ଶନ କରିବାକୁ ଚାହୁଁଛୁ ବୋଲି ଅଧ୍ୟକ୍ଷ ତଥା ର୍ୟାଙ୍କିଙ୍ଗ୍ ଡେମୋକ୍ରାଟ୍ ସଦସ୍ୟ ଏଲିଅଟ୍ ଏଙ୍ଗେଲ ଏବଂ ର୍ୟାଙ୍କିଙ୍ଗ୍ ରିପବ୍ଲିକାନ୍ ସଦସ୍ୟ ମାଇକେଲ୍ ମ୍ୟାକକଲ୍ ମିଳିତ ଭାବେ କମିଟି ତରଫରୁ ଏଭଳି ଲେଖିଛନ୍ତି ।

ଏକବିଂଶ ଶତାବ୍ଦୀର ପଥରେ ଆମେରିକା-ଭାରତ ଭାଗିଦାରୀ ଉପରେ ଏହାର ପ୍ରଭାବ ପଡିବ ବୋଲି ଉଭୟ ଦଳର ସଦସ୍ୟ ସ୍ବୀକାର କରିଛନ୍ତି। ତେବେ ଏହି ସହଭାଗୀ ସମ୍ପର୍କ ଅଧିକ ଗୁରୁତ୍ବପୂର୍ଣ ବୋଲି ବିବେଚନା କରାଯାଉଛି । କାରଣ ଭାରତ ଏବେ ସୀମାରେ ଚୀନ ଆକ୍ରୋଶର ସମ୍ମୁଖୀନ ହୋଇଛି ।

ଆମେରିକାର କମିଟି ଏହାର ଚିଠିରେ ଜାମ୍ମୁ କାଶ୍ମୀରରେ ଚାଲିଥିବା ଗୁରୁତର ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ଚିନ୍ତାଧାରାକୁ ମଧ୍ୟ ସ୍ବୀକାର କରିଛି । ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଆମ ସହଭାଗୀ ପ୍ରତିଶ୍ରୁତି ରକ୍ଷା କରିବା ସହିତ ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାର ସହ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ବୋଲି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.