ETV Bharat / bharat

ଟ୍ରମ୍ପଙ୍କ ଭାରତ ଯାତ୍ରା: 2.6 ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ସମ୍ଭାବନା

author img

By

Published : Feb 23, 2020, 11:25 AM IST

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତରେ ଉଭୟ ପକ୍ଷ ମଧ୍ୟରେ 2.6 ବିଲିୟନ ଡଲାରର ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି । ଏହି ଚୁକ୍ତି ଅଧିନରେ ଆମେରିକା ଭାରତକୁ ୨୪ଟି ଅତ୍ୟାଧୁନିକ ଏମ୍ଏଚ୍-୬୦ ରୋମିଓ ସିହାକ୍ ମଲ୍ଟିମିସନ ହେଲିକପ୍ଟର ଯୋଗାଇବ । ଅଧିକ ପଢନ୍ତୁ...

trumps-visit
ଟ୍ରମ୍ପଙ୍କ ଭାରତ ଯାତ୍ରା

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ତାରିଖରେ ଭାରତ ଆସୁଛନ୍ତି । ରାଷ୍ଟ୍ରପତି ଭାବରେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା । ତେବେ ଟ୍ରମ୍ପଙ୍କ ଏହି ଯାତ୍ରା ସମୟରେ ୱାଶିଂଟନ ଏବଂ ନୂଆଦିଲ୍ଲୀ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ହେବାର ସମ୍ଭାବନା ରହିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତରେ ଉଭୟ ପକ୍ଷ ମଧ୍ୟରେ 2.6 ବିଲିୟନ ଡଲାରର ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି । ଏହି ଚୁକ୍ତି ଅଧିନରେ ଆମେରିକା ଭାରତକୁ ୨୪ଟି ଅତ୍ୟାଧୁନିକ ଏମ୍ଏଚ୍-୬୦ ରୋମିଓ ସିହାକ୍ ମଲ୍ଟିମିସନ ହେଲିକପ୍ଟର ଯୋଗାଇବ ।

ଟ୍ରମ୍ପଙ୍କ ଭାରତ ଯାତ୍ରା

ଭାରତକୁ ଅତ୍ୟାଧୁନିକ ସିହାକ୍‌ ହେଲିକପ୍ଟର ବିକ୍ରି କରିବାକୁ ଗତ ବର୍ଷ ଏପ୍ରିଲ ମାସରେ ଆମେରିକା ମଞ୍ଜୁରୀ ଦେଇଥିଲା । ଏହି ହେଲିକପ୍ଟର ଦ୍ବାରା ଭାରତୀୟ ନୌସେନା ସମୁଦ୍ରରେ ନିଜ ଶକ୍ତି ବୃଦ୍ଧି କରିପାରିବ ବୋଲି ଆଶା ରଖାଯାଉଛି । ଏହି ହେଲିକପ୍ଟର ପାଣିରେ ଲୁଚି ଯାଉଥିବା ଶତ୍ରୁର ଶକ୍ତିଶାଳୀ ବୁଡ଼ାଜାହାଜକୁ ଆଖି ପିଛୁଳାକେ ଧ୍ବଂସ କରିବାର କ୍ଷମତା ରଖୁଛି ।

ଟ୍ରମ୍ପଙ୍କ ଯାତ୍ରା ପୂର୍ବରୁ ୱାଶିଂଟନ ଉଭୟ ଦେଶ ମଧ୍ୟର ପ୍ରତିରକ୍ଷା ସମ୍ବନ୍ଧକୁ ପ୍ରୋତ୍ସାହନ ଦେବାଲାଗି 1.90 ବିଲିୟନ ଡଲାର ଆନୁମାନିକ ମୂଲ୍ୟର ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ବିକ୍ରି କରିବାକୁ ମଞ୍ଜୁରୀ ଦେଇଥିଲା । ଏନେଇ ଟ୍ରମ୍ପ ପ୍ରଶାସନ ଆମେରିକା କଂଗ୍ରେସକୁ ସୂଚିତ ମଧ୍ୟ କରିଥିଲା । ତେବେ ଟ୍ରମ୍ପଙ୍କ ଭାରତ ଯାତ୍ରା ସମୟରେ ଉଭୟ ପକ୍ଷ ଏହି ଚୁକ୍ତିକୁ ଅନ୍ତିମ ରୂପରେଖ ଦେବାର ସମ୍ଭାବନା ରହିଛି ।

ଗତ 6 ବର୍ଷ ମଧ୍ୟରେ ଭାରତ ଏବଂ ଆମେରିକାର ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ବନ୍ଧରେ ଅନେକ ଉତ୍ଥନ-ପତନ ଦେଖିବାକୁ ମିଳିଛି । ଗତ କିଛି ବର୍ଷ ମଧ୍ୟରେ ଉଭୟ ପକ୍ଷ ମଧ୍ୟରେ ପ୍ରତିରକ୍ଷା ସହଭାଗିତାରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଉଭୟ ଦେଶର ପ୍ରତିରକ୍ଷା ଚୁକ୍ତି 2019ରେ 18 ବିଲିୟନ ଡଲାରରେ ପହଞ୍ଚିଛି ।

ତେବେ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଉଭୟ ଦେଶର ପ୍ରତିରକ୍ଷା ସମ୍ବନ୍ଧକୁ ଆହୁରି ମଜବୁତ କରିବା ପାଇଁ ଘୋଷଣା କରିପାରନ୍ତି ଉଭୟ ନେତା । ଜୁନ 2016ରେ ଆମେରିକା, ଭାରତକୁ 'ମେଜର ଡିଫେନ୍ସ ପାର୍ଟନର' ଭାବରେ ଘୋଷଣା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.