ETV Bharat / bharat

ପ୍ରଥମ ଥର ଋଷରେ ଶକ୍ତି ପ୍ରଦର୍ଶନ କରିବେ ଭାରତର ତିନି ସେନା - ଭାରତର ତିନି ସେନା

ପ୍ରଥମ ଥର ପାଇଁ ଭାରତର ତିନି ସେନା ଏକତ୍ର ଋଷର ରାଜଧାନୀ ମସ୍କୋରେ ରେଡ ସ୍କୋୟାରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରେଡରେ ଯୋଗଦେବେ ।

ଭାରତର ତିନି ସେନା
ଭାରତର ତିନି ସେନା
author img

By

Published : Jun 15, 2020, 4:01 PM IST

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତର ତିନି ସେନା ଏକତ୍ର ଋଷର ରାଜଧାନୀ ମସ୍କୋରେ ରେଡ ସ୍କୋୟାରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରେଡରେ ଯୋଗଦେବେ । 2015ରେ କେବଳ ଭାରତୀୟ ସ୍ଥଳସେନା ଏହି ପରେଡରେ ଅଂଶଗ୍ରହଣ କରିଥିଲା । ଏହି କାର୍ଯ୍ୟକ୍ରମ ଜୁନ ୨୪ରେ ଅନୁଷ୍ଠିତ ହେବ । ତେବେ ଏହି କାର୍ଯ୍ୟକ୍ରମ ପାଇଁ ଋଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରିଥିଲା ।

ତେବେ ବିଶ୍ବରେ ଚାଲିଥିବା କରୋନା ସଙ୍କଟ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ । କିନ୍ତୁ ଭାରତର ତିନି ସେନା ଏଠାରେ ଅଂଶଗ୍ରହଣ କରି ଶକ୍ତି ପ୍ରଦର୍ଶନ କରିବେ । ତେବେ ଭାରତ ସହ ଋଷର ବଢୁଥିବା ସମ୍ପର୍କ ଏବେ ଡ୍ରାଗନ ଚୀନର ଚିନ୍ତା ବଢାଇଛି ।

ଋଷରେ ପ୍ରତିବର୍ଷ ମେ’ ୯ ରେ ବିଜୟ ଦିବସ ଅବସରରେ ପରେଡ ଆୟୋଜିତ ହୋଇଥାଏ । ୧୯୪୫ ମେ 9 ତାରିଖରେ ନାଜୀ ଜର୍ମାନୀ ଆତ୍ମସମର୍ପଣ କରିଥିଲେ । ତେଣୁ ଏହି ଦିବସକୁ ପାଳନ କରିବାକୁ ଏହି ପରେଡ ଆୟୋଜିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ଯୋଗୁଁ ନିର୍ଦ୍ଧାରିତ ତାରିଖରେ ଏହି କାର୍ଯ୍ୟକ୍ରମ ହୋଇପାରି ନଥିଲା ।

ଗତ ବର୍ଷ ବ୍ଲାଦିବୋସ୍ତୋକରେ ସାକ୍ଷାତକାର ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚଳିତ ବର୍ଷର ଏହି ପରେଡ କାର୍ଯ୍ୟକ୍ରମରେ ଯୋଗଦେବାକୁ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରିଥିଲେ । ତେବେ ମୋଦିଙ୍କ ସ୍ଥାନରେ ଜଳ, ସ୍ଥଳ ଓ ବାୟୁସେନାର ୭୦ରୁ ୮୦ ଜଣ ଯବାନ ଜୁନ ୧୯ରେ ମସ୍କୋ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.