ETV Bharat / bharat

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ମାଲାବାର ନୌସେନା ଯୁଦ୍ଧାଭ୍ୟାସରେ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିବ ଭାରତ ! - ଯୁଦ୍ଧାଭ୍ୟାସ

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ବାର୍ଷିକ ମାଲାବାର ନୌସେନା ଯୁଦ୍ଧାଭ୍ୟାସରେ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିବାର ଯୋଜନା କରୁଛି ଭାରତ । ଏହି ଯୁଦ୍ଧାଭ୍ୟାସ ଜରିଆରେ ଉଭୟ ଦେଶ ନିଜର ସାମରିକ ଶକ୍ତି ବୃଦ୍ଧି କରିବା ନେଇ ଯୋଜନା ଚାଲିଛି ।

ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ
author img

By

Published : Jul 10, 2020, 5:45 PM IST

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ମଧ୍ୟରେ ବାର୍ଷିକ ମାଲାବାର ନୌସେନା ଯୁଦ୍ଧାଭ୍ୟାସରେ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିବାର ଯୋଜନା କରୁଛି ଭାରତ । ଏହି ଯୁଦ୍ଧାଭ୍ୟାସ ଜରିଆରେ ଉଭୟ ଦେଶ ନିଜର ସାମରିକ ଶକ୍ତି ବୃଦ୍ଧି କରିବା ନେଇ ଯୋଜନା ଚାଲିଛି । ତେବେ ଭାରତର ଏଭଳି ନିଷ୍ପତ୍ତି ଚୀନକୁ ଝଟକା ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ପ୍ରଥମ ଥର ପାଇଁ ଭାରତ ଅଷ୍ଟ୍ରେଲିଆକୁ ଏହି ଯୁଦ୍ଧାଭ୍ୟାସରେ ଆମନ୍ତ୍ରିତ କରିବାକୁ ଯୋଜନା କରିଛି । ଏହି ଯୁଦ୍ଧାଭ୍ୟାସରେ ପ୍ରଥମ ଥର ପାଇଁ କ୍ୱାଡ ନାମରେ ଜଣାଶୁଣା ଆଞ୍ଚଳିକ ଗୋଷ୍ଠୀର ସମସ୍ତ ସଦସ୍ୟ ସାମିଲ ହେବେ । ତେବେ ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ଜାରି ସୀମା ବିବାଦ ମଧ୍ୟରେ ଭାରତର ଏଭଳି ନିଷ୍ପତ୍ତି ଚୀନକୁ ଆଘାତ ଦେଇପାରେ । ଏହି ଯୁଦ୍ଧାଭ୍ୟାସ ବଙ୍ଗୋପସାଗରରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ରର ନୌସେନାକୁ ବର୍ଷ ଶେଷରେ ଏକାଠି କରିବ ବୋଲି ଜଣେ ଭାରତୀୟ ବରିଷ୍ଠ ଅଧିକାରୀ କହିଛନ୍ତି । ଚୂଡ଼ାନ୍ତ ସରକାରୀ ନିଷ୍ପତ୍ତି ଏବଂ ଆମେରିକା ଓ ଜାପାନ ସହିତ ପରାମର୍ଶ ପରେ ଭାରତ ଆସନ୍ତା ସପ୍ତାହରେ ଅଷ୍ଟ୍ରେଲିଆକୁ ଆନୁଷ୍ଠାନିକ ନିମନ୍ତ୍ରଣ ପଠାଇପାରେ ବୋଲି ଅଧିକାରୀମାନେ କହିଛନ୍ତି।

ତେବେ ଭାରତ-ଚୀନ ବିବାଦ ମଧ୍ୟରେ ଅଷ୍ଟ୍ରେଲିଆକୁ ମାଲାବାରରେ ପ୍ରବେଶ କରିବାର ନିଷ୍ପତ୍ତି ମହତ୍ବପୂର୍ଣ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି । ସେ କହିଛନ୍ତି, ଏହା ଚୀନକୁ ଏକ ମହତ୍ବପୂର୍ଣ୍ଣ ବାର୍ତ୍ତା ପଠାଇବ । ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ଭାରତ ମିଳିତ ଭାବେ ନୌସେନା ଯୁଦ୍ଧାଭ୍ୟାସ କରିବେ । ଯଦିଓ ଏହି ଯୁଦ୍ଧାଭ୍ୟାସ କ୍ୱାଡ ଇଭେଣ୍ଟ ଅଧୀନରେ ବୈଷୟିକ ଭାବରେ ପରିଚାଳିତ ହେଉନାହିଁ। ତଥାପି ଚାରିଟି ଗଣତାନ୍ତ୍ରିକ ରାଷ୍ଟ୍ରର ମିଳିତ ଯୁଦ୍ଧାଭ୍ୟାସ ଚୀନକୁ ଅସନ୍ତୁଷ୍ଟ କରିବ ବୋଲି ସେ କହିଛନ୍ତି ।

ତେବେ ଏହି 4ଟି ଦେଶର ମିଶ୍ରଣକୁ ଚୀନ ପୂର୍ବରୁ ନାପସନ୍ଦ କରୁଥିଲା । ଏହି 4 ଦେଶ ସୁନାମି ପରେ ଭାରତ-ପ୍ରଶାନ୍ତ ମହାସାଗରରେ ଥିବା ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଥମେ 2004 ରେ ଏକତ୍ରିତ ହୋଇଥିଲେ । ଏହାପରେ କୋରୋନା ଭାଇରସ ମହାମାରୀ ବିରୋଧରେ ଲଢେଇରେ ଏହି 4 ଦେଶକୁ ଏକତ୍ରିତ ଦେଖିବାକୁ ମିଳିଛି । ସେପଟେ ଭାରତୀୟ ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ ଏହି ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି।

ଏହି ଯୁଦ୍ଧାଭ୍ୟାସ 4 ଦେଶ ମଧ୍ୟରେ ସମ୍ପର୍କକୁ ବୃଦ୍ଧି କରିବ ବୋଲି କୁହାଯାଉଛି । 1992ରେ ଆମେରିକା ଏବଂ ଭାରତୀୟ ନୌସେନା ମଧ୍ୟରେ ମାଲାବାର ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଥିଲା । ଏହାପରେ 2004 ମସିହାରୁ ଅନ୍ୟ ଏସୀୟ ଦେଶଗୁଡିକ ଏହି ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । 2007ରେ ଭାରତ, ଜାପାନ, ଆମେରିକା ଏବଂ ସିଙ୍ଗାପୁର ସହିତ ଅଷ୍ଟ୍ରେଲିଆ ଏହି ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିବାକୁ ଚାହିଁଥିଲା । କିନ୍ତୁ ଚୀନ ଏହି ସମୟରେ ଆପତ୍ତି କରିଥିଲା।

ତେବେ ଚଳିତ ବର୍ଷ ଅଷ୍ଟ୍ରେଲିଆକୁ ଭାରତ ଏହି ଯୁଦ୍ଧାଭ୍ୟାସରେ ଅନ୍ତର୍ଭୁକ୍ତ କରିବା ଏକ ପ୍ରତିରକ୍ଷା ଚୁକ୍ତି ଏବଂ ରଣନୈତିକ ଭାଗିଦାରୀକୁ ବୃଦ୍ଧି କରିବା ଦିଗରେ ଏକ ପଦକ୍ଷେପ ବୋଲି କୁହାଯାଉଛି | ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍କଟ୍ ମୋରିସନଙ୍କ ଦ୍ବାରା ଘୋଷିତ ଚୁକ୍ତି ପରସ୍ପରର ବେସ ଏବଂ ବନ୍ଦରରେ ପ୍ରବେଶକୁ ଅନୁମତି ଦେଇଥିଲା। ସେପଟେ ଆମେରିକା ସହ ଭାରତର ସମାନ ଚୁକ୍ତି ରହିଛି ।

ଅଷ୍ଟ୍ରେଲିଆ ସ୍ଥିତ ପୂର୍ବତନ ଭାରତୀୟ ହାଇ କମିଶନର ବିରେନ ନନ୍ଦାଙ୍କ ଅନୁଯାୟୀ, ପ୍ରତିରକ୍ଷା ତଥା ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ କାନବେରାର ଖେଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ଏବଂ ବାଣିଜ୍ୟ ବିଭାଗ ଅନୁଯାୟୀ, ଜୁନ୍ 2019 ଶେଷ ହୋଇଥିବା ବର୍ଷ ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 21.1 ବିଲିୟନ ଡ଼ଲାରର ବାଇଜ୍ୟିକ ଚୁକ୍ତି ହୋଇଥିଲା ।

ତେବେ ଅଷ୍ଟ୍ରେଲିଆକୁ ନିମନ୍ତ୍ରଣ କରିବା ଏବଂ ଭାରତ ଚୀନ ବିବାଦ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ। ତଥାପି ଚୀନ ଏହାକୁ କିପରି ଗ୍ରହଣ କରିବେ ସେନେଇ ପ୍ରଶ୍ନ ଉଠିବ ବୋଲି ନନ୍ଦା କହିଛନ୍ତି । ଚୀନ ପୂର୍ବଭଳି ପୁଣିଥରେ ଏନେଇ ନକାରାତ୍ମକ ପ୍ରତିକ୍ରିୟା ଦେବ ବୋଲି ସେ କହିଛନ୍ତି । 2015 ମସିହାରେ ଆମେରିକା-ଭାରତ ବାର୍ଷିକ ମାଲାବାର କାର୍ଯ୍ୟକ୍ରମରେ ଜାପାନର ଅନ୍ତର୍ଭୂକ୍ତିକୁ ଚୀନ୍ ଆପତ୍ତି କରିଥିଲା। ପାଞ୍ଚ ବର୍ଷ ପରେ ମଧ୍ୟ ଚୀନ ଏଭଳି ପ୍ରତିକ୍ରିୟା ରଖିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.