ETV Bharat / bharat

ଇରାନ ପରିସ୍ଥିତିକୁ ନେଇ ଏୟାରଲାଇନ୍ସ ଓ ନାଗରିକଙ୍କୁ ସତର୍କ କଲା ଭାରତ

author img

By

Published : Jan 8, 2020, 12:20 PM IST

ମଧ୍ୟପ୍ରାଚ୍ୟର ବାୟୁସୀମା ଦେଇ ଭାରତୀୟ ବିମାନର ଉଡାଣକୁ ଡିଜିସିଏ ପକ୍ଷରୁ ବାରଣ କରାଯାଇଥିବା ବେଳେ ପର୍ଯ୍ୟଟକ ଓ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Indian carriers to avoid airspace of Gulf countries
ଇରାନ ପରିସ୍ଥିତିକୁ ନେଇ ଏୟାରଲାଇନ୍ସ ଓ ଭାରତୀୟଙ୍କୁ ସତର୍କ କଲା ଭାରତ

ନୂଆଦିଲ୍ଲୀ: ଇରାନରେ ଦେଖାଯାଇଥିବା ଅଶାନ୍ତ ପରିସ୍ଥିତି ପାଇଁ ଇରାକ, ଇରାନ ସମେତ ମଧ୍ୟପ୍ରାଚ୍ୟର ବାୟୁସୀମା ଦେଇ ଭାରତୀୟ ବିମାନର ଉଡାଣକୁ ଭାରତ ପକ୍ଷରୁ ବାରଣ କରାଯାଇଛି। ସେହିପରି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇରାକରେ ବସବାସ କରୁଥିବା ଭାରତୀୟ ତଥା ଭାରତୀୟ ପର୍ଯ୍ୟଟକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ଏୟାରଲାଇନ୍ସକୁ ଏନେଇ ସତର୍କତା ମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ଏୟାରଲାଇନ୍ସ ସହ ଆଲୋଚନା କରାଯିବା ସହ ଏ ସମ୍ପର୍କରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଇରାକରେ ବସବାସ କରୁଥିବା ଭାରତୀୟ ତଥା ଭାରତୀୟ ପର୍ଯ୍ୟଟକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ଇରାକର ସ୍ଥିତି ଅଶାନ୍ତ ଥିବାରୁ ଦେଶ ମଧ୍ୟରେ ଭ୍ରମଣକୁ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବାରଣ କରାଯାଇଛି । ପରବର୍ତ୍ତୀ ସୂଚନା ନ ପାଇବା ପର୍ଯ୍ୟନ୍ତ ଆଲର୍ଟ ରହିବାକୁ କୁହାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ବାଗଦାଦ ଓ ଇରବିଲରେ ଥିବା ଭାରତୀୟ ଦୂତାବାସ ସହ ସମ୍ପର୍କ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.