ETV Bharat / bharat

ଅସ୍ତ୍ରବିରତି ଉଲ୍ଲଂଘନ: ପାକିସ୍ତାନ ହାଇକମିଶନରକୁ ଜବାବ ତଲବ କଲା ବୈଦେଶିକ ମନ୍ତ୍ରଣାଳୟ

author img

By

Published : Nov 14, 2020, 10:35 PM IST

ଏଲଓସିରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ପାକିସ୍ତାନ ହାଇ କମିଶନଙ୍କୁ ସମନ କରି ତୀବ୍ର ବିରୋଧ କରିଛି ଭାରତ । ସାଧାରଣ ନୀରିହ ଲୋକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରି ଜବାବ ତଲବ କଲା ଭାରତ ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ceasefire violations along LoC
ଅସ୍ତ୍ରବିରତି ଉଲ୍ଲଂଘନ: ପାକିସ୍ତାନ ହାଇକମିସନରକୁ ଜବାବ ତଲବ କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନକୁ ଜୋରଦାର ବିରୋଧ କଲା ଭାରତ । ଏଲଓସିର ବିଭିନ୍ନ ସେକ୍ଟରରେ ପାକିସ୍ତାନୀ ସେନାର ଅଯଥା ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ପାକିସ୍ତାନ ହାଇକମିଶନଙ୍କୁ ସମନ କରି ତୀବ୍ର ବିରୋଧ କରିଛି ଭାରତ ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏଲଓସିରେ ପାକିସ୍ତାନୀ ସେନା ନିରୀହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି । ଏହାକୁ କଡା ନିନ୍ଦା କରି ଦୃଢ ଭାବରେ ବିରୋଧ କରିଛି ଭାରତ। ପାକିସ୍ତାନ ଜମ୍ମୁ କାଶ୍ମୀରରେ ଏଲଓସି ସହିତ ସମନ୍ୱିତ ଗୁଳି ବିନିମୟ ମାଧ୍ୟମରେ ହିଂସା ଘଟାଇବା ପାଇଁ ଚେଷ୍ଟା କରୁଛି ।

ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ହାଇ କମିଶନରଙ୍କୁ ସମନ କରି କହିଛି ଯେ ନଭେମ୍ବର 13 ରେ ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ଲାଇନର ଏକାଧିକ ସେକ୍ଟରରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ତୀବ୍ର ବିରୋଧ କରାଯାଇଥିଲା। ଏହି ଘଟଣାରେ ଭାରତର 4ଜଣ ନିରୀହ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ 19 ଜଣ ଗୁରୁତର ଆହତ ହୋଇଛନ୍ତି । ସାଧାରଣ ନାଗରିକଙ୍କ ବ୍ୟତୀତ ଭାରତର 5 ଜଣ ଯବାନଙ୍କ ମୃତ୍ୟୁ ଘଟିଛି।

ଏହାର ଜବାବରେ ଭାରତ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଯେଉଁଥିରେ 8 ଜଣ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିଲେ ଏବଂ ଅନ୍ୟ 12 ଜଣ ଆହତ ହୋଇଥିଲେ। ଭାରତରେ ସୀମା ଆତଙ୍କବାଦୀ ଅନୁପ୍ରବେଶକୁ ଅତିକ୍ରମ କରିବା ପାଇଁ ପାକିସ୍ତାନର ସମର୍ଥନକୁ ଦୃଢ ବିରୋଧ କରିଛି। ଭାରତ ଏହା ମଧ୍ୟ କହିଛି ପାକିସ୍ଥାନ ତାର ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଆତଙ୍କବାଦ ପାଇଁ ବ୍ୟବହୃତ କରାଯାଉଛି । ଯାହାକୁ ଭାରତ ଦୃଢ ଭାବରେ ବିରୋଧ କରିଆସିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.