ETV Bharat / bharat

ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ଜମ୍ମୁ କାଶ୍ମୀର ବୟାନକୁ ନେଇ ଭାରତର ତୀବ୍ର ପ୍ରତିକ୍ରିୟା - ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ଜମ୍ମୁ କାଶ୍ମୀର ବୟାନ

ଅଗଷ୍ଟ 7 ରେ ଚୀନର ଅଫିସିଆଲ୍ 'ଗ୍ଲୋବାଲ୍ ଟାଇମ୍ସ'ରେ ପ୍ରକାଶିତ ଅର୍ଜେଣ୍ଟ ଆକ୍ସନ ଅନ ଜମ୍ମୁ କାଶ୍ମୀର ଶୀର୍ଷକ ଏକ ଆର୍ଟିକିଲର ପ୍ରତିକ୍ରିୟାରେ ଦୂତାବାସ ପକ୍ଷରୁ ଏହି ମନ୍ତବ୍ୟ ଦିଆଯାଇଛି ।

ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ଜମ୍ମୁ କାଶ୍ମୀର ବୟାନକୁ ନେଇ ଭାରତର ତୀବ୍ର ପ୍ରତିକ୍ରିୟା

author img

By

Published : Aug 13, 2020, 9:54 PM IST

ନୂଆଦିଲ୍ଲୀ: ଚୀନ ସ୍ଥିତ ପାକିସ୍ତାନର ରାଷ୍ଟ୍ରଦୂତ ମୋଇନ-ଉଲ-ହକଙ୍କ ଜମ୍ମୁ କାଶ୍ମୀର ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ଭାରତ । ଭାରତ ଗୁରୁବାର ଏହି ବିବୃତ୍ତିକୁ ମିଥ୍ୟା ଏବଂ ଅର୍ଦ୍ଧ ସତ୍ୟ ବୋଲି କହିଛି। ଇସଲାମାବାଦ ଦ୍ବାରା ନିଯୁକ୍ତ, ତାଲିମପ୍ରାପ୍ତ ଏବଂ ସଶସ୍ତ୍ର ଆତଙ୍କବାଦୀମାନେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିବା କେନ୍ଦ୍ର ଶାସିତ ପ୍ରଦେଶରେ ଶାନ୍ତି ଏବଂ ଶୃଙ୍ଖଳାକୁ ବିଚଳିତ କରିଛନ୍ତି ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏନେଇ କହିଛି, ଜମ୍ମୁ କାଶ୍ମୀରରେ ଶାନ୍ତି, ସ୍ଥିରତା ଏବଂ ପ୍ରଗତି ଆଣିବା ପାଇଁ ଭାରତର ସମନ୍ବିତ ପ୍ରୟାସ ପାକିସ୍ତାନର ରଣନୀତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପାକିସ୍ତାନ ଏହି ଅଞ୍ଚଳକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ସୀମା ଆତଙ୍କବାଦ ଅଭିଯାନ ଆରମ୍ଭ କରିଥିବା ସେ କହିଛନ୍ତି । ଅଗଷ୍ଟ 7 ରେ ଚୀନର ଅଫିସିଆଲ୍ 'ଗ୍ଲୋବାଲ୍ ଟାଇମ୍ସ'ରେ ପ୍ରକାଶିତ ଅର୍ଜେଣ୍ଟ ଆକ୍ସନ ଅନ ଜମ୍ମୁ କାଶ୍ମୀର ଶୀର୍ଷକ ଏକ ଆର୍ଟିକିଲର ପ୍ରତିକ୍ରିୟାରେ ଦୂତାବାସ ପକ୍ଷରୁ ଏହି ମନ୍ତବ୍ୟ ଦିଆଯାଇଛି ।

ତେବେ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ, ଜମ୍ମୁ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଏହି ମାମଲାରେ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ରାଷ୍ଟ୍ରଦୂତ ହକଙ୍କ ଭୁଲ ଉପସ୍ଥାପନା ଆଶ୍ଚର୍ଯ୍ୟଜନକ ନୁହେଁ । କିନ୍ତୁ ଧାରା 370 ପ୍ରତ୍ୟାହାର ପରେ ଜମ୍ମୁ କାଶ୍ମୀରରେ ଗୋଟିଏ ବର୍ଷ ମଧ୍ୟରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ଲୁଚି ରହିପାରିବ ନାହିଁ ବୋଲି କୁହାଯାଇଛି ।

ଏହି ବିବୃତ୍ତିରେ ଗତ ଏକ ବର୍ଷ ମଧ୍ୟରେ ସରକାର ନେଇଥିବା ବିକାଶ ସମ୍ବନ୍ଧୀୟ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ, ହକ ଭାରତ ସରକାରଙ୍କ ପଦକ୍ଷେପ ବିଷୟରେ ଅବୈଧ ମନ୍ତବ୍ୟ ଦେବା ପୂର୍ବରୁ ଏହି ଅଞ୍ଚଳରେ ପାକିସ୍ତାନର କାର୍ଯ୍ୟକଳାପର ପ୍ରତିଫଳନ କରିବା ଆବଶ୍ୟକ। ପାକିସ୍ତାନ ଦ୍ବାରା ନିଯୁକ୍ତ ତଥା ତାଲିମପ୍ରାପ୍ତ ସଶସ୍ତ୍ର ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରରେ ଶାନ୍ତି ଏବଂ ଶୃଙ୍ଖଳାକୁ ଭଣ୍ଡୁର କରିଛନ୍ତି। ଅଗଷ୍ଟ 2019 ଠାରୁ 450 ରୁ ଅଧିକ ଆତଙ୍କବାଦୀ ହିଂସା ଘଟାଇଛି । ଯେଉଁଥିରେ ଅନେକ ସାଧାରଣ ନାଗରିକ ଆହତ ହୋଇଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.