ETV Bharat / bharat

ପିଏନବିରେ ଆଉ ଏକ ଘୋଟାଲା, ୩,୮୦୦ କୋଟି ଟଙ୍କା ହେରଫେର - new delhi

ହୀରା ବ୍ୟବସାୟୀ ନୀରବ ମୋଦି ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଚୂନ ଲଗାଇଲା ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ଲିମିଟେଡ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 7, 2019, 11:51 PM IST

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା । ହୀରା ବ୍ୟବସାୟୀ ନୀରବ ମୋଦି ବ୍ୟାଙ୍କରୁ 2 ଆରବ ଡଲାର ହେରଫେର କରିଥିବା ଟଙ୍କା ଏଯାଏ ମିଳିନଥିବାବେଳେ ଅନ୍ୟପଟେ ପୁଣି ବ୍ୟାଙ୍କକୁ ଏକ ଶକ୍ତ ଝଟକା ଲାଗିଛି । ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ଲିମିଟେଡ(ବିପିଏସଏଲ) ଦ୍ଵାରା କରାଯାଇଥିବା ୩,୮୦୦ କୋଟି ଟଙ୍କାର ହେରଫେର କରିଥିବା ଜଣାପଡିଛି । ପିଏନବି ବିପିଏସଏଲର ଏହି ହେରାଫେରିର ଅଭିଯୋଗ ରିଜର୍ଭ ବ୍ୟାଙ୍କରେ କରିଛି ।

ରିପୋର୍ଟ ଅନୁଯାୟୀ, ଫରେନସିକ ଅଡିଟରେ ଏହି ଘୋଟାଲାର ଖୁଲାସା ହୋଇଛି । ଅଡିଟରେ ଜଣାପଡିଛିଯେ, ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ଲିମିଟେଡ ବ୍ୟାଙ୍କ ଋଣରେ ହେରଫେର କରିବା ସହ ସମସ୍ତ ଦସ୍ତାବିଜ ଓ ନିଜ ଖାତାରେ ମଧ୍ୟରେ ଜାଲିଆତି କରି ପୁଣି ବ୍ୟାଙ୍କ ଠାରୁ ଋଣ ନେଇଥିବା ଆରବିଆଇ ପାଖରେ ଖୁଲାସା କରିଛି ବ୍ୟାଙ୍କ ।

ତେବେ କମ୍ପାନୀ ଓ ଏହାର ନିର୍ଦ୍ଦେଶକଙ୍କ ବିରୋଦ୍ଧରେ ସିବିଆଇ ପ୍ରାଥମିକ ତଦନ୍ତ ଆଧାରରେ ବ୍ୟାଙ୍କ ଆରବିଆଇକୁ 3 ହଜାର 805 କୋଟି ଟଙ୍କାର ହେରାଫେରିର ରିପୋର୍ଟ ପ୍ରଦାନ କରିଛି । ଏନେଇ କମ୍ପାନୀର ଏହି ମାମଲା ବିଷୟରେ ଏନସିଏଲଟିକୁ ଅବଗତ କରାଯାଇଛି ।

Intro:Body:

te

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.