ETV Bharat / bharat

ଲଦାଖରେ ଚୀନ ସୈନ୍ୟ ପ୍ରବେଶ ପ୍ରସଙ୍ଗ, ଭିଡିଓର ସତ୍ୟତାକୁ ଖଣ୍ଡନ କଲା ଭାରତ - ଚୀନ ସୈନ୍ୟ ଭିଡିଓ

ଲଦାଖରେ ଚୀନ ସେନାର ଗାଡି ପ୍ରବେଶ କରିଥିବା ନେଇ ଏକ ଭିଡିଓ ଭାଇରାଲ ପ୍ରସଙ୍ଗରେ ସାମ୍ନାକୁ ଆସିଛି ସରକାରୀ ସୂତ୍ରର ବୟାନ । ସରକାରଙ୍କ ପକ୍ଷରୁ ଘଟଣାକୁ ଖଣ୍ଡନ କରାଯିବା ସହ ଭିଡିଓଟି ପୁରୁଣା ବୋଲି ପ୍ରତିକ୍ରିୟା ଦିଆଯାଇଛି । ଅଧିକ ପଢନ୍ତୁ...

ଲଦାଖରେ ଚୀନ ସୈନ୍ୟ ପ୍ରବେଶ ପ୍ରସଙ୍ଗ, ଭିଡିଓର ସତ୍ୟତାକୁ ଖଣ୍ଡନ କଲା ଭାରତ

author img

By

Published : Dec 21, 2020, 5:30 PM IST

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଚୀନ ସେନାର ଗାଡି ପ୍ରବେଶ କରିଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଚୀନ ସେନା ଲଦାଖରେ ପ୍ରବେଶ କରି ସ୍ଥାନୀୟ ଅଧିବାସୀଙ୍କୁ ଗାଳିଗୁଲଜ କରିବା ସହ ଫେରିଯାଇଥିବାର ଦାବି କରାଯାଇଥିଲା । ତେବେ ସୋମବାର ଏହି ଭିଡିଓର ସତ୍ୟତାକୁ ଖଣ୍ଡନ କରିଛନ୍ତି ଭାରତ ସରକାର ।

ଲଦାଖରେ ଚୀନ ସୈନ୍ୟ ପ୍ରବେଶ ପ୍ରସଙ୍ଗ, ଭିଡିଓର ସତ୍ୟତାକୁ ଖଣ୍ଡନ କଲା ଭାରତ

ସରକାରୀ ସୂଚନା ଅନୁଯାୟୀ ଏହି ଭିଡିଓଟି ପୁରୁଣା ଓ ସ୍ଥାନୀୟ ମାମଲା । ସରକାରୀ ସୂତ୍ରରୁ ଆସିଥିବା ବୟାନ ଅନୁଯାୟୀ ଭାଇରାଲ ହେଉଥିବା ଭିଡିଓଟି ପୁରଣା । ସ୍ଥାନୀୟ ପ୍ରଶାସନ ସହ ଏନେଇ ଆଲୋଚନା ହୋଇଛି । କୌଣସି ଚୀନ ସୈନ୍ୟ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ପ୍ରବେଶ କରି ନଥିବା ସ୍ପଷ୍ଟ କରିଛନ୍ତି ସରକାର ।

ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଏହା ପ୍ରଥମ ଥର ନୁହେଁ । ଆଗରୁ ଅନେକ ଥର ଅନେକ ବର୍ଷରୁ ଏପରି ହୋଇଆସୁଛି । ବେଳେ ବେଳେ ସ୍ଥାନୀୟ ଅଧିବାସୀ ଏହି ଅଞ୍ଚଳରେ ବୁଲିବା ସହ ଗାଈଗୋରୁ ଚରାଉ ଚରାଉ ଅଜାଣତରେ ସୀମା ପାର ହୋଇଯାଇଥାନ୍ତି ।

5 ମିନିଟ 26 ସେକେଣ୍ଡର ଏହି ଭିଡିଓରେ ଚୀନର ଗାଡି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି କିଛି ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ କରିବା ସହ ପୂନର୍ବାର ଫେରିଯାଉଥିବାର ଦେଖିବାକୁ ମିଳିଥିଲା । ଭିଡିଓରେ ଥିବା 2ଟି ଚୀନ ଗାଡି ଲଦାଖର ନିୟୋମା ବ୍ଲକର ଚଙ୍ଗଥାଙ୍ଗ ଅଞ୍ଚଳର ବୋଲି ଦାବି କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.