ETV Bharat / bharat

WHO ୱେବସାଇଟରେ ଭାରତର ଭୂଲ ମାନଚିତ୍ର, କେନ୍ଦ୍ର ଜାହିର କଲା କଡା ଆପତ୍ତି - ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ୱେବସାଇଟ

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ୱେବସାଇଟରେ ଭାରତର ମାନଚିତ୍ରକୁ ଭୂଲ ରୂପେ ଦର୍ଶାଯାଇଥିଲା । ଏହି ମାମଲାକୁ ଗମ୍ଭୀର ଭାବରେ ହୁ ସାମ୍ନାରେ ଉଠାଇଛି ଭାରତ । ଅଧିକ ପଢନ୍ତୁ...

WHO ୱେବସାଇଟରେ ଭାରତର ଭୁଲ ମାନଚିତ୍ର, କଡା ଆପତ୍ତି ଜାହିର କଲା କେନ୍ଦ୍ର

author img

By

Published : Jan 14, 2021, 5:13 PM IST

ନୂଆଦିଲ୍ଲୀ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ୱେବସାଇଟରେ ନିକଟରେ ଭାରତର ମାନଚିତ୍ରକୁ ଭୂଲ ରୂପେ ଦର୍ଶାଯାଇଥିଲା । ତେବେ ବର୍ତ୍ତମାନ ଏହି ମାମଲାକୁ ଗମ୍ଭୀର ଭାବରେ WHO ସାମ୍ନାରେ ଉଠାଇଛି ଭାରତ । ଭାରତ ପକ୍ଷରୁ ପୂର୍ବରୁ ମଧ୍ୟ ଏହି ମାମଲାରେ ଆପତ୍ତି ଜାହିର କରାଯାଇଥିଲା ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୱେବସାଇଟରେ ଜାରି ମାନଚିତ୍ରରେ ଜମ୍ମୁ କାଶ୍ମୀର ଓ ଲଦାଖକୁ ଭାରତରୁ ଅଲଗା କରି ଦର୍ଶାଯାଇଥିଲା । ଏହା ଉପରେ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା ।

ଜାତିସଂଘରେ ଭାରତର ପ୍ରତିନିଧି WHO ନିର୍ଦ୍ଦେଶକ ଟେଡ୍ରୋସ ସାମ୍ନାରେ ଏହି ମାମଲାକୁ ଉଠାଇଥିଲେ । ଏହାସହ ଏକ ଅଫିସିଆଲ ଚିଠି ମଧ୍ୟ ପଠାଯାଇଥିଲା । ତେବେ ଭୂଲ ମାନଚିତ୍ର ୱାବସାଇଟରୁ ହଟାଇବା ପାଇଁ ଦାବି କରିଛି ଭାରତ । ଏହି ଚିଠି ଜାନୁଆରୀ 8ରେ ପଠାଯାଇଥିଲା ।

ଭାରତ ପକ୍ଷରୁ ଇନ୍ଦ୍ରମଣି ପାଣ୍ଡେ WHO ମୁଖ୍ୟଙ୍କୁ ଲେଖିଛନ୍ତି ଯେ ବିଶ୍ବସ୍ବାସ୍ଥ୍ୟ ସଂଗଠନର ଅନେକ ୱେବ ପୋର୍ଟାଲରେ ଭାରତର ମାନଚିତ୍ର ଭୂଲ ଭାବରେ ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ମାନଚିତ୍ରଗୁଡିକ ତୁରନ୍ତ ହଟାଯିବା ଉଚିତ ଏବଂ ଏହି ଭୂଲକୁ ସଂଶୋଧନ କରାଯିବା ଉଚିତ । ବର୍ତ୍ତମାନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ WHO କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.