ETV Bharat / bharat

ପାକ୍‌କୁ ଜବାବ, ଭାରତ ପଟୁ ଗଡିବନି ସମଝୌତା ଏକ୍ସପ୍ରେସ - ଭାରତ ରଦ୍ଦ କଲା ସମଝୌତା ଏକ୍ସପ୍ରେସ

ପାକ୍‌କୁ ଯବାବ ଦେଲା ଭାରତ । ଦିଲ୍ଲୀରୁ ଅଟ୍ଟାରି ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ରବିବାର ରଦ୍ଦ କରିଛି ଭାରତ ।

ପ୍ରତିକାତ୍ମକ ଫଟୋ
author img

By

Published : Aug 11, 2019, 8:41 PM IST

ନୂଆଦିଲ୍ଲୀ: ପାକିସ୍ତାନକୁ ତା ଭାଷାରେ ଜବାବ ଦେଇଛି ଭାରତ । ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ 370 ଉଚ୍ଛେଦ ପରେ ପାକିସ୍ତାନ ଲାହୋରରୁ ଅଟ୍ଟାରି ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ରଦ୍ଦ କରିଥିଲା । ଯାହାର ଜବାବରେ ଭାରତ ମଧ୍ୟ ଦିଲ୍ଲୀରୁ ଅଟ୍ଟାରି ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ରବିବାର ରଦ୍ଦ କରିଛି । ତେବେ ଏହି ଟ୍ରେନରେ 2 ଜଣ ଯାତ୍ରୀ ଆଜି ପାଇଁ ଟିକେଟ ବୁକ କରିଥିବା ଜଣା ପଡିଛି ।

ସମ୍ବିଧାନର ଅନୁଚ୍ଛେଦ 370 ଅଧିନରେ ଜମ୍ମୁ-କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ସୁବିଧାକୁ ପ୍ରତ୍ୟାହାର କରିଥିଲେ ଭାରତ ସରକାର । ଯାହାପରେ ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ସ୍ଥାୟୀ ରୂପେ ବନ୍ଦ କରିଦେଇଥିଲା । ଗୁରୁବାର ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାକ୍‌ର ରେଳ ମନ୍ତ୍ରୀ ଶେଖ ରଶିଦ ଅହମଦ ଏନେଇ ସୂଚନା ଦେଇଥିଲେ । ଯେଉଁ ଯାତ୍ରୀ ପୂର୍ବରୁ ଟିକେଟ କରିଦେଇଛନ୍ତି ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ସେ କହିଥିଲେ ।

ସୂଚନା ଯୋଗ୍ୟ ଯେ, 1965ରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଏହି ଦୁଇ ଟ୍ରେନକୁ ବନ୍ଦ କରାଯାଇଥିଲା । ପରେ 2006 ମସିହାରେ ଏହା ପୁଣିଥରେ ଖୋଲିବାର ନିଷ୍ପତ୍ତି ନେଇଥିଲେ ଉଭୟ ଦେଶ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.