ETV Bharat / bharat

ବେମିସାଲ ବାଜପେୟୀ: ପୋଖରାନ ଠୁ କାରଗିଲ ଅଜୟ ଅଟଳ - ATAL

ରାଜନେତା ନୁହେଁ ସେ ରାଷ୍ଟ୍ରନେତା । ଦକ୍ଷ ଓ ପ୍ରବୀଣ । ଦୃଢ ସାଙ୍ଗଠାନିକ କ୍ଷମତାର ଅଧିକାରୀ । ଭାରତୀୟ ରାଜନୀତିରେ ସେ ଥିଲେ ତୁଙ୍ଗ ନେତା । କ୍ଷମତାର ଶୀର୍ଷରେ ଥାଇ ମଧ୍ୟ ତାଙ୍କ ଚରିତ୍ର ଥିଲା ଦାଗବିହୀନ ।

ଡିଜାଇନ ଫଟୋ
author img

By

Published : Aug 16, 2019, 6:02 AM IST

Updated : Aug 16, 2019, 4:39 PM IST

ହାଇଦ୍ରାବାଦ: ଛୋଟ ମନ ନେଇ କେହି ବଡ ହୋଇନାହିଁ, ଭଙ୍ଗା ମନ ନେଇ କେହି ଛିଡା ହୋଇନାହିଁ। ପ୍ରେରଣାଦାୟୀ ଓ ବାସ୍ତବବାଦୀ । ଓଜସ୍ବୀ ଓ ଉଦାରବାଦୀ । ତାଙ୍କ କବିତା, ବକ୍ତୃତା ଓ ଲେଖା ସବୁଥିଲା ପ୍ରଭାବଶାଳୀ । ଯୁବପିଢିଙ୍କୁ ସେ ଆହ୍ବାନ ଦେଉଥିଲେ, ପ୍ରେରଣା ପାଉଥିଲେ ଆବାଳବୃଦ୍ଧବନିତା । ତାଙ୍କ ଭାଷଣ ଶୁଣିବାକୁ ଲାଗୁଥିଲା ଭିଡ । ସଡକ ଠାରୁ ସଂସଦ ସବୁଠି ପଡୁଥିଲା ଚହଳ । ଏହିପରି ବ୍ୟକ୍ତିତ୍ବ ଥିଲେ ସେ । କୌଣସି ପରିସ୍ଥିତିରେ ଭାଙ୍ଗି ପଡିନଥିଲେ କି ହାର ମାନିନଥିଲେ । ଦେଶବାସୀଙ୍କ ପାଇଁ ସେ ଆଦର୍ଶ ଅଟଳ । ଆରପାରିରେ ଥାଇ ମଧ୍ୟ ସେ ଅମର । ସେ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ।

ବେମିସାଲ ବାଜପେୟୀ: କାରଗିଲ ଠୁ ପୋଖରାନ ଅଜୟ ଅଟଳ

ରାଜନେତା ନୁହେଁ ସେ ରାଷ୍ଟ୍ରନେତା । ଭାରତୀୟ ରାଜନୀତିରେ ସେ ଥିଲେ ତୁଙ୍ଗ ନେତା । କ୍ଷମତାର ଶୀର୍ଷରେ ଥାଇ ମଧ୍ୟ ତାଙ୍କ ଚରିତ୍ର ଥିଲା ଦାଗବିହୀନ । ବେମିସାଲ ବାଜପେୟୀ । ତାଙ୍କ ସମୟରେ ଭାରତ ପହଞ୍ଚିଥିଲା ନୂଆ ଶୀର୍ଷରେ । ସ୍ବର୍ଣ୍ଣ ଚତୁର୍ଭୁଜ ଯୋଜନାରେ ନୂଆ ବିକାଶର ଆଶା ଦେଖିଥିଲା ଭାରତ । ବାଜପେୟୀଙ୍କ କୂଟନୀତିରେ ଡରି ଯାଇଥିଲା ପାକିସ୍ତାନ । ଲୁଚିଛପି ଲଢେଇ କରୁଥିବା ପାକ କାର୍ଗିଲ ଯୁଦ୍ଧରେ ହାର ମାନିଥିଲା । ପୋଖରାନ ପରମାଣୁ ପରୀକ୍ଷା ବିଶ୍ବ ଦରବାରରେ ଭାରତକୁ ନୂଆ ମହାଶକ୍ତିର ପରିଚୟ ଦେଇଥିଲା । ସଂଯୁକ୍ତ ରାଷ୍ଟ୍ର ସଙ୍ଘରେ ହିନ୍ଦୀ ଭାଷଣ ଦେବାରେ ସେ ପ୍ରଥମ ରାଜନେତା । ବିରୋଧୀଙ୍କୁ ତାଙ୍କର ନଥିଲା ତିଳେ ହେଲେ ଭୟ । ଜରୁରୀକାଳୀନ ସମୟରେ ଦେଶରେ ନାରା ଥିଲା ଅଟଳ କହୁଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ଶାସନ ହଲୁଛି ।

୧୯୫୭ରେ ପ୍ରଥମ ଥର ବଲରାମପୁରରୁ ସାଂସଦ ହୋଇ ଲୋକସଭାରେ ପାଦ ଥାପିଥିଲେ ଭାରତ ରତ୍ନ ଅଟଳ । ତାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ । ଆଉ କହିଥିଲେ ଏହି ଯୁବକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବ । 39 ବର୍ଷ ପରେ ପ୍ରମାଣ ହୋଇଥିଲା ନେହେରୁଙ୍କ ବାକ୍ୟ । 3 ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଅଟଳ । ଲୋକସଭାକୁ ୯ ଥର ଓ ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଛନ୍ତି । ଅଟଳଙ୍କ ଭାଷଣରେ ଥିଲା ଅଜଣା ଯାଦୁ । ସମସ୍ତଙ୍କୁ ଟାଣି ଆଣୁଥିଲା ତାଙ୍କ ଓଜସ୍ବିନୀ ବକ୍ତବ୍ୟ । ସ୍କୁଲ ପିଲାଙ୍କୁ ସେ ଅଧିକ ଭଲ ପାଉଥିଲେ । ସେମାନଙ୍କ ପାଇଁ ଲେଖିଥିଲେ ଅନେକ କବିତା । ବାଜପେୟୀ କହୁଥିଲେ ନିଜର କଥାକୁ ନିର୍ଭୀକତା ସହ କୁହ । କିନ୍ତୁ ନିଜ ଜୀବନର ମୂଲ୍ୟବୋଧ ସହ ବୁଝାମଣା କରନାହିଁ ।

ସେ ଭାରତର ଏକମାତ୍ର ପ୍ରଧାନମନ୍ତ୍ରୀ ଯାହାଙ୍କ ଅସ୍ଥି ସମସ୍ତ ରାଜ୍ୟରେ ବିସର୍ଜିତ ହୋଇଥିଲା । ଏହିଥିରୁ ଜଣାପଡେ ତାଙ୍କ ଲୋକପ୍ରିୟତା । ପ୍ରବୀଣ ରାଜନେତା ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଇଟିଭି ଭାରତ ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

atal pkg

Conclusion:
Last Updated : Aug 16, 2019, 4:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.