ETV Bharat / bharat

ଅକ୍ଟୋବରରେ ଭାରତ-ପାକିସ୍ତାନ ଯୁଦ୍ଧ ! - ମନ୍ତ୍ରୀ ଶେଖ ରଶୀଦ

ଆସନ୍ତା ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଭବିଷ୍ୟବାଣୀ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 28, 2019, 5:42 PM IST

ଇସଲାମାବାଦ: ପୁଣିଥରେ ଭାରତକୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ । ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନଙ୍କ ପରେ ତାଙ୍କର ଜଣେ ମନ୍ତ୍ରୀ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି । ଏହା ସହିତ ସେ ଯୁଦ୍ଧର ତାରିଖ ମଧ୍ୟ କହିଛନ୍ତି । ଆସନ୍ତା ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି ।

ରାୱଲପିଣ୍ଡିରେ ଏକ ପାକିସ୍ତାନୀ ଟିଭି ଚ୍ୟାନେଲକୁ ସମ୍ବୋଧିତ କରି ମନ୍ତ୍ରୀ ଶେଖ ରଶୀଦ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଆସନ୍ତା ଅକ୍ଟୋବର-ନଭେମ୍ବର ମଧ୍ୟରେ ଯୁଦ୍ଧ ହେଉଥିବା ମୁଁ ଦେଖି ପାରୁଛି । ଆଉ ଏହି ଯୁଦ୍ଧ ଭାରତ ପାକିସ୍ତାନ ମଧ୍ୟରେ ଶେଷ ଯୁଦ୍ଧ ହେବ । ଏଥିପାଇଁ ମୁଁ ଦେଶକୁ ପ୍ରସ୍ତୁତ କରିବାକୁ ଆଜି ଏଠାକୁ ଆସିଛି । ପାକିସ୍ତାନ ସେନା ପାଖରେ ଥିବା ଅସ୍ତ୍ର ଦେଖାଇବାକୁ ନୁହେଁ ବରଂ ପ୍ରୟୋଗ କରିବାକୁ ରଖାଯାଇଛି ବୋଲି ସେ କହିଛନ୍ତି । ପାକିସ୍ତାନ ତା’ର ଶେଷ ନିଶ୍ବାସ ପର୍ଯ୍ୟନ୍ତ କଶ୍ମୀର ପାଇଁ ଲଢ଼େଇ ଜାରି ରଖିବ ବୋଲି ରଶୀଦ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରଶୀଦ କିଛି ଦିନ ତଳେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ କଥା କହିଥିଲେ । ଏହାକୁ ନେଇ ଲଣ୍ଡନରେ ତାଙ୍କ ଉପରେ ଅଣ୍ଡାମାଡ଼ କରାଯାଇଥିଲା ।

Intro:Body:

ghh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.