ETV Bharat / bharat

ଏଲଓସିରେ ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, କଡା ଜବାବ ଦେଲା ଭାରତ

author img

By

Published : Nov 16, 2020, 9:37 PM IST

ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି) ରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ଥାନ ସେନା । ଭାରତ ପକ୍ଷରୁ କଡା ଜବାବ ଜାରି ।

କୁପଓ୍ବାଡା
କୁପଓ୍ବାଡା

ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି) ରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା । ଭାରତୀୟ ପୋଷ୍ଟ ଉପରକୁ ବନ୍ଧୁକ ଓ ମୋର୍ଟର ଯୋଗେ ଅତର୍କିତ ଆକ୍ରମଣ କରିଛି ପାକ ସେନା । କୁପୱାଡା ଜିଲ୍ଲାର ଟାଙ୍ଗଧର ଅଞ୍ଚଳରେ ପାକ ସେନା ପକ୍ଷରୁ ଏହି ଆକ୍ରମଣ ଆରମ୍ଭ ହୋଇଥିଲା । ପରେ ଭାରତୀୟ ସେନା ମଧ୍ୟ ଏହାର ଦୃଢ ଜବାବ ଦେଇଥିବା ସୂଚନା ମିଳିଛି । ତେବେ ଦୁଇ ସେନା ମଧ୍ୟରେ ଗୁଳି ବିନିମୟରେ କେହି ମୃତାହତ ହୋଇଥିବା ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ଏହି ଆକ୍ରମଣ ପାଇଁ ଭାରତ ପାକିସ୍ତାନ ସେନାକୁ ଦାୟୀ କରିଛି । ଶ୍ରୀନଗରରେ ଅବସ୍ଥାପିତ ପ୍ରତିରକ୍ଷା ମୁଖପାତ୍ର କୋଲ ରାଜେଶ କାଳିଆ କହିଛନ୍ତି ଯେ ଆଜି ସନ୍ଧ୍ୟାରେ ପାକିସ୍ତାନୀ ସେନା ମୋର୍ଟାର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ ଆରମ୍ଭ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ 3 ଦିନ ପୁର୍ବରୁ ପାକ ସେନା ଅତର୍କିତ ଅସ୍ତ୍ରବିରତି ଉଲ୍ଲଙ୍ଘନରେ 3 ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ 4 ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

ଶହୀଦ ଯବାନ ମାନେ ଭାରତୀୟ ସୀମା ସୂରକ୍ଷା ବଳର ଅଧିକାରୀ ଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ପାକ ସେନାର ଏପରି ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ପରେ ଭାରତ ପକ୍ଷରୁ କଡା ଜବାବ ଦିଆଯାଇଥିବା ସେନା ତରଫରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.