ETV Bharat / bharat

ହାଫିଜ ସଇଦକୁ ଜେଲ, ପାକିସ୍ତାନର ନୂଆ ଚାଲ୍‌ !

ପାକିସ୍ତାନର ଏକ ଅଦାଲତ ଟେରର ଫଣ୍ଡିଂ ମାମଲାରେ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍‌-ଦୱା(ଜେୟୁଡି)ର ମୁଖ୍ୟ ହାଫିଜ ସଇଦକୁ ଦୋଷୀ ସାବ୍ୟସ୍ତ କରିଛି । ଏହି ମାମଲା ଦୀର୍ଘ ସମୟରୁ ଲମ୍ବିତ ଥିବା ବେଳେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ବୈଠକର ପୂର୍ବ ସନ୍ଧ୍ୟାରେ ଏଭଳି ନିଷ୍ପତ୍ତି ନେଇଛି ପାକିସ୍ତାନ । ଅଧିକ ପଢନ୍ତୁ...

hafiz-saeed
ହାଫିଜ ସଇଦ
author img

By

Published : Feb 13, 2020, 11:58 AM IST

ନୂଆଦିଲ୍ଲୀ: ପାକିସ୍ତାନର ଏକ ଅଦାଲତ ଟେରର ଫଣ୍ଡିଂ ମାମଲାରେ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍‌-ଦୱା(ଜେୟୁଡି)ର ମୁଖ୍ୟ ହାଫିଜ ସଇଦକୁ ଦୋଷୀ ସାବ୍ୟସ୍ତ କରିଛି । ଏଭଳି ଦୁଇଟି ମାମଲାରେ ତାକୁ ସାଢେ 5 ବର୍ଷ ଲେଖାଏଁ ମୋଟ 11 ବର୍ଷ କାରାଦଣ୍ଡାଦେଶ ମିଳିଛି । ତେବେ ଏହି ମାମଲା ଦୀର୍ଘ ସମୟରୁ ଲମ୍ବିତ ଥିବା ବେଳେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ବୈଠକର ପୂର୍ବ ସନ୍ଧ୍ୟାରେ ଏଭଳି ନିଷ୍ପତ୍ତି ନେଇଛି ପାକିସ୍ତାନ । ତେଣୁ ଏହାକୁ ପାକିସ୍ତାନର ଏକ ଚାଲ୍‌ ଭାବରେ ଦେଖୁଛି ଭାରତ ।

ହାଫିଜ ସଇଦର ଦଣ୍ଡାଦେଶକୁ ନେଇ ଭାରତ ସନ୍ତୋଷ ପ୍ରକାଶ କରିଛି । ଏହା ସହିତ ପଠାନକୋଟ ଏବଂ ମୁମ୍ବାଇ ଆକ୍ରମଣ ମାମଲାରେ ମଧ୍ୟ ପାକିସ୍ତାନକୁ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଭାରତ କହିଛି ।

ଭାରତର ସରକାରୀ ସୂତ୍ର ଅନୁଯାୟୀ, 'ପାକିସ୍ତାନ ବୈଶ୍ବିକ ଆତଙ୍କବାଦୀ ହାଫିଜ ସଇଦକୁ ଟେରର ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡାଦେଶ ଶୁଣାଇଛି । ଆତଙ୍କବାଦ ସମର୍ଥନ ଉପରେ ରୋକ ଲଗାଇବା ପାଇଁ ଏହା ପାକିସ୍ତାନର ଦୀର୍ଘ ସମୟରୁ ଲମ୍ବିତ ଅନ୍ତରାଷ୍ଟ୍ରୀୟ ଦାୟୀତ୍ବର ଏକ ଅଂଶ ଅଟେ । ପାକିସ୍ତାନର ନିୟନ୍ତ୍ରଣରେ ଥିବା ସମସ୍ତ ଆତଙ୍କବାଦୀ ସଂଗଠନ ଏବଂ ଆତଙ୍କବାଦୀଙ୍କ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ସେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି କି ନାହିଁ ସେ ନେଇ ମଧ୍ୟ ଦୃଷ୍ଟି ଦେବା ଉଚିତ । ପାଠାନକୋଟ ଏବଂ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀଙ୍କୁ ମଧ୍ୟ ପାକିସ୍ତାନ ଦଣ୍ଡ ଦେବା ଉଚିତ । '

ଅପରପକ୍ଷରେ ପାକିସ୍ତାନ ଦ୍ବାରା ହାଫିଜ ସଇଦ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ ପ୍ରକାଶ କରିଛି ଭାରତ । କାରଣ ଏହି କାର୍ଯ୍ୟାନୁଷ୍ଠାନ ଏଫଏଟିଏଫ ବୈଠକ ସମୟରେ ହୋଇଛି । ଏଫଏଟିଏଫ ବର୍ତ୍ତମାନ ପାକିସ୍ତାନକୁ ଗ୍ରେ ତାଲିକାରେ ରଖିଥିବା ବେଳେ ତାକୁ କଳା ତାଲିକାଭୁକ୍ତ କରିବାର ସମ୍ଭାବନା ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.