ETV Bharat / bharat

ଜାଭଡେକର କହିଲେ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ନୁହେଁ ଭାରତ - ଜଳବାୟୁ ପରିବର୍ତ୍ତନ

ଜଳବାୟୁ ପରିବର୍ତ୍ତନ ନେଇ ଭାରତ ଦାୟୀ ନୁହେଁ ବୋଲି ବୟାନ ଦେଇଛନ୍ତି କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଏହାସହ ବିଶ୍ଵ ଆକଳନ ଅନୁଯାୟୀ ଭାରତର ସାମଗ୍ରିକ ନିର୍ଗମନ ମାତ୍ର 6.8 ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ଜାଭଡେକରଙ୍କ ବୟାନ, ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ନୁହେଁ ଭାରତ

author img

By

Published : Dec 11, 2020, 7:43 PM IST

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ପୂର୍ବରୁ ଜାତିସଂଘର ଏକ ରିପୋର୍ଟରୁ ଜଣାପଡିଥିଲା ଯେ ଆସନ୍ତା 20ରୁ 30 ବର୍ଷ ମଧ୍ୟରେ ମରୁଡି, ବନ୍ୟା ସାମୁଦ୍ରିକ ଝଡ ହେବାର ଆଶଙ୍କା କରାଯାଉଛି । ଅନେକ ବିଶେଷଜ୍ଞ ମଧ୍ୟ ଜଳବାୟୁ ପରିବର୍ତ୍ତନ ନେଇ ଚେତାବନୀ ଦେଇଆସୁଛନ୍ତି । ଏହାରି ମଧ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ଭାରତ ଦାୟୀ ନୁହେଁ ବୋଲି ବୟାନ ଦେଇଛନ୍ତି କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଏହାସହ ବିଶ୍ଵ ଆକଳନ ଅନୁଯାୟୀ ଭାରତର ସାମଗ୍ରିକ ନିର୍ଗମନ ମାତ୍ର 6.8 ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଉପରେ ପ୍ୟାରିସ ଚୁକ୍ତିନାମାକୁ ଅନୁପାଳନ କରୁଥିବା ଭାରତ ହେଉଛି ଏକମାତ୍ର ଜି -20 ଦେଶ। ପ୍ୟାରିସ ଚୁକ୍ତିନାମାର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଉପରେ ଭାରତ' ଆଲୋଚନା କରୁଛି କାରଣ 2030 ସୁଦ୍ଧା ନିର୍ଗମନକୁ 33ରୁ 35 ପ୍ରତିଷତ ହ୍ରାସ କରିବାର ଲକ୍ଷ୍ୟ ରଖିଥିବା ଭାରତ 21% ହାସଲ କରିସାରିଛି ।

ଜାଭଡେକର କହିଛନ୍ତି ଜଳବାୟୁ ପରିବର୍ତ୍ତନ ସମସ୍ୟା ପାଇଁ ଭାରତ ଦାୟୀ ନୁହେଁ। ତଥାପି ଆମେ ଆମର କର୍ତ୍ତବ୍ୟ ଜାରି ରଖିବୁ | ବର୍ତ୍ତମାନ ବିଶ୍ଵ ଆକଳନ ଅନୁଯାୟୀ ଭାରତର ସାମଗ୍ରିକ ନିର୍ଗମନ ମାତ୍ର 6.8 ପ୍ରତିଶତ ଏବଂ ମୁଣ୍ଡପିଛା ନିର୍ଗମନ ମାତ୍ର 1.9 ଟନ୍ | ଏହିପରି ଗ୍ରୀନ୍ ହାଉସ ଗ୍ୟାସ୍ (GHG) ନିର୍ଗମନରେ ଆମର ଅବଦାନ ଅତ୍ୟନ୍ତ କମ ବୋଲି ସେ କହିଛନ୍ତି ।

ସେହିପରି ମନ୍ତ୍ରୀ ଜାଭଡେକର କହିଛନ୍ତି, ଆମେ ଅଳ୍ପ କିଛି ଦେଶ ମଧ୍ୟରେ ଅଛୁ ଯେଉଁମାନେ ପ୍ୟାରିସ୍ ଚୁକ୍ତିନାମା ଅନୁରୂପ ଅର୍ଥାତ ଆମର କାର୍ଯ୍ୟକଳାପ ଦ୍ବାରା ସର୍ବାଧିକ ତାପମାତ୍ରା 2 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଥାଏ । ଏହା ବର୍ଷ 2100 ସୁଦ୍ଧା ହାସଲ ହେବ। ଭାରତ ହେଉଛି ଏକମାତ୍ର ଜି-20 ଦେଶ ଯାହା ପ୍ୟାରିସ୍ ଚୁକ୍ତିନାମା ପାଳନ କରୁଛି ବୋଲି ଜାଭଡେକର କହିଛନ୍ତି ।

@PTI_News

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.