ETV Bharat / bharat

ଅଗଷ୍ଟ 17ରେ ଭାରତ-ନେପାଳ ବୈଦେଶିକ ମନ୍ତ୍ରଣାଳୟର ବୈଠକ, ଉଠିପାରେ ସୀମା ପ୍ରସଙ୍ଗ

author img

By

Published : Aug 12, 2020, 7:06 AM IST

ଭାରତ ଚୀନ ପରେ ନେପାଳ ସହିତ ସୀମା ବିବାଦ ଲାଗି ରହିଛି । ଏହି ସମୟରେ ଦେଶର ଆର୍ଥିକ ଓ ବିକାଶକୁ ନେଇ ଭାରତ-ନେପାଳ ବୈଦେଶିକ ମନ୍ତ୍ରଣାଳୟ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ଭାରତ-ନେପାଳ ବୈଦେଶିକ ମନ୍ତ୍ରଣାଳୟର ବୈଠକ
ଭାରତ-ନେପାଳ ବୈଦେଶିକ ମନ୍ତ୍ରଣାଳୟର ବୈଠକ

ନୂଆଦିଲ୍ଲୀ: ଭାରତ-ନେପାଳ ମଧ୍ୟରେ ସୀମା ବିବାଦ ଜାରି ରହିଛି । ଦୁଇ ଦେଶ ପକ୍ଷରୁ ବୈଦେଶିକ ମନ୍ତ୍ରାଣାଳୟ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି । ଅଗଷ୍ଟ 17 ତାରିଖ ଦିନ ନେପାଳର ରାଜଧାନୀ କାଠମାଣ୍ଠୁରେ ଦୁଇ ଦେଶ କଥାବାର୍ତ୍ତା ହେବେ। ନେପାଳ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସଚିନ ଶଙ୍କର ଦାସ ବୈରାଗୀ, ଭାରତର ପଟୁ ନେପାଳ ସ୍ଥିତି ଭାରତୀୟ ଦୂତରାଷ୍ଟ୍ର ବିନୟ କଟ୍ଟରଙ୍କ ମଧ୍ୟରେ ଆଲୋଚନା କରାଯିବ ।

ଦୁଇ ଦେଶର ବୈଦେଶିକ ମନ୍ତ୍ରଣାଳୟ ଆର୍ଥିକ ଓ ବିକାଶ ଭଳି ପ୍ରସଙ୍ଗ ଉପରେ ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି କୁହାଯାଉଛି । 2016 ମସିହାରୁ ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ବିକାଶ ଦିଗରେ ବୈଠକ ହୋଇଆସୁଛି । ସେପଟେ, ନେପାଳ ସରକାରଙ୍କ ସୂତ୍ରରୁ ପ୍ରକାଶ, ଏହି ବୈଠକରେ ସୀମା ବିବାଦ ପ୍ରସଙ୍ଗ ଉଠାଯିବ । ସୂଚନାଯୋଗ୍ୟ, ନେପାଳ ଜୁନରେ ଏକ ନୂତନ ମାନଚିତ୍ର ଜାରି କରିଛି, ଯେଉଁଥିରେ ଭାରତର କାଲାପାନୀ, ଲିମ୍ପିୟାଧୁର ଓ ଲିପୁଲେଖାକୁ ନିଜର ଦର୍ଶାଇଛି ।

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଆମର ଆଭିମୁଖ୍ୟ ସ୍ପଷ୍ଟ। ନେପାଳର ଏହି ଦାବି ସପକ୍ଷରେ କୌଣସି ଐତିହାସିକ ତଥ୍ୟ କିମ୍ବା ପ୍ରମାଣ ନାହିଁ। ନେପାଳର ଏହି ପଦକ୍ଷେପକୁ ସୀମା ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ପାରସ୍ପରିକ ବୁଝାମଣାରେ ଶେଷ କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.