ନୂଆଦିଲ୍ଲୀ: ‘ବନ୍ଦେ ଭାରତ ମିଶନ’ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ପ୍ରଥମ 2ଟି ପର୍ଯ୍ୟାୟ ସଫଳ ହେବା ପରେ ଗତ ଗୁରୁବାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରଥମ ଦୁଇଟି ପର୍ଯ୍ୟାୟରେ 1ଲକ୍ଷ 65 ହଜାର ଭାରତୀୟ ସ୍ବଦେଶ ଫେରିଛନ୍ତି ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ‘ବନ୍ଦେ ଭାରତ ମିଶନ’ର ତୃତୀୟ ପର୍ଯ୍ୟାୟ ଜୁଲାଇ 2 ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବ । ତୃତୀୟ ପର୍ଯ୍ୟାୟରେ 43ଟି ଦେଶକୁ 432ଟି ଅନ୍ତର୍ଜାତୀୟ ବିମାନ ଉଡାଣ ଭରିବ ।
ଏକ ଅନଲାଇନ୍ ମିଡିଆରେ ସେ କହିଛନ୍ତି ଯେ, ଏଥର ଅଧିକ ଦେଶକୁ ବିମାନ ଉଡାଣ କରିବ । ଆମେରିକା ଓ କାନାଡା ପାଇଁ ଅଧିକ ବିମାନ କାର୍ଯ୍ୟକ୍ଷମ କରାଯାଇଛି । 53ଟି ବିମାନ କେବଳ ଆମେରିକା ପାଇଁ ଥିବାବେଳେ କାନାଡା ପାଇଁ 24 । ପ୍ୟାରିସ ଓ ଫ୍ରାଙ୍କଫର୍ଟରୁ ମଧ୍ୟ 16 ଟି ବିମାନ ରହିବ ଯାହା ୟୁରୋପରେ ହବ୍ ଭାବରେ ବ୍ୟବହୃତ ହେବ। ଗୋଲ୍ଫ ଦେଶ ପାଇଁ 170 ଟି ବିମାନ ।
ଏହି ମିଶନ ମେ 7ରୁ ଆରମ୍ଭ ହୋଇଥିଲା ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 65 ହଜାର 375 ଭାରତୀୟ ବିଦେଶରୁ ଫେରିଲେଣି । ସେଥିମଧ୍ୟରୁ 29 ହଜାର 034 ପ୍ରବାସୀ ଶ୍ରମିକ, 12 ହଜାର 774 ଜଣ ଛାତ୍ରଛାତ୍ରୀ, 11 ହଜାର 241 ଜଣ ପ୍ରଫେସନାଲ ଅଛନ୍ତି ।ନେପାଳ, ଭୁଟାନ ଏବଂ ବାଂଲାଦେଶରୁ 61,000 ରୁ ଅଧିକ ଭାରତୀୟ ଜମି ସୀମା ଇମିଗ୍ରେସନ ଯାଞ୍ଚ ପଏଣ୍ଟ ଦେଇ ଫେରିଛନ୍ତି ।
ମିଶନର ପ୍ରଥମ ପର୍ଯ୍ୟାୟ ମେ 7 ରୁ 15 ପର୍ଯ୍ୟନ୍ତ ସରକାର 12 ଟି ଦେଶରୁ ପ୍ରାୟ 15,000 ଲୋକଙ୍କୁ ସ୍ଥାନାନ୍ତର କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ମେ 17 ରୁ 22 ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ତଥାପି ସରକାର ଏହାକୁ ଜୁନ୍ 10 ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ।
ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ବିମାନ ବ୍ୟତୀତ ସରକାର ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ଇରାନକୁ ଭାରତୀୟ ନୌସେନା ଜାହାଜ ପଠାଇଥିଲେ। ଇରାନରେ ଫସି ରହିଥିବା 233 ଜଣ ଭାରତୀୟ ନାଗରିକ ଫେରିଛନ୍ତି । ତେବେ ଏହି ମିଶନ କାର୍ଯ୍ୟକାରୀ କରିବା ପୂର୍ବରୁ ସରକାର କେତେକ ଗାଇଡଲାଇନ ଜାରି କରି କରିଥିଲେ ।
ଆପଣକୁ କହିଦେଉଛି, ଭାରତରେ ଅନଲକ 1.0 କରାଯାଇଛି ଯ ମେ 25 ତାରିଖରୁ ଦେଶ ମଧ୍ୟରେ ବିମାନ ଉଡାଣ ଭରିବାକୁ ଅନୁମତି ଦିଆଯାଇଛି । ହେଲେ ବର୍ତ୍ତମାନ କୌଣସି ବିମାନକୁ ଅନ୍ତର୍ଜାତୀୟ ବିମାନ ଉଡାଣ ପାଇଁ ଅନୁମତି ଦିଆଯାଇ ନାହିଁ ।