ETV Bharat / bharat

UNHRCରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଜବାବ ଦେଲା ଭାରତ

author img

By

Published : Mar 5, 2020, 2:30 PM IST

ବୁଧବାର ଜେନିଭାଠାରେ ଅନୁଷ୍ଠିତ ହୋଇଥିବା ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ(UNHRC) ଅଧିବେଶନରେ ପାକିସ୍ତାନ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି । ତେବେ ଏନେଇ ଭାରତ ପାକିସ୍ତାନକୁ କଡା ନିନ୍ଦା କରିବା ସହ ନିଜ ଦେଶର ସଂଖ୍ୟାଲଘୁଙ୍କ ମାନବଅଧିକାରକୁ ସୁରକ୍ଷା ଦେବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି । ଅଧିକ ପଢନ୍ତୁ...

UNHRC
ଜାତିସଂଘ ମାନବ ଅଧିକାର ପରିଷଦ

ଜେନିଭା: ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ବାରମ୍ବାର ବିଫଳ ହେବା ସତ୍ତ୍ବେ ନିଜର ଭାରତ ବିରୋଧୀ ଉଦ୍ୟମକୁ ଅବ୍ୟାହତ ରଖିଛି ପାକିସ୍ତାନ । ବୁଧବାର ଜେନିଭାଠାରେ ଅନୁଷ୍ଠିତ ହୋଇଥିବା ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ(UNHRC) ଅଧିବେଶନରେ ପାକିସ୍ତାନ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି । ତେବେ ଏନେଇ ଭାରତ ପାକିସ୍ତାନକୁ କଡା ନିନ୍ଦା କରିବା ସହ ନିଜ ଦେଶର ସଂଖ୍ୟାଲଘୁଙ୍କ ମାନବଅଧିକାରକୁ ସୁରକ୍ଷା ଦେବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି ।

ଜାତିସଂଘ ମାନବ ଅଧିକାର ପରିଷଦର 43 ତମ ଅଧିବେଶନରେ ଭାରତୀୟ ପ୍ରତିନିଧି ଭିମର୍ଶ ଆର୍ଯ୍ୟନ କହିଛନ୍ତି, ପାକିସ୍ତାନୀ ପ୍ରତିନିଧୀ ମାନେ ମିଥ୍ୟା ତଥା ମନଗଢା କାହାଣୀ କହୁଛନ୍ତି । ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନ ଏହି ମଞ୍ଚର ଅପବ୍ୟବହାର କରୁଛି ।

କିନ୍ତୁ ଭାରତକୁ କ୍ଷତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନର ଏଥିରେ କଦାପି ସଫଳ ହେବ ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଛି ଏବଂ ଜାରି ରହିବ । ପାକିସ୍ତାନକୁ ଏହା ବୁଝିବା ଉଚିତ୍ । ଆମେ ପାକିସ୍ତାନକୁ ଅନୁରୋଧ କରୁଛୁ ଯେ ସେ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ ଗଠନମୂଳକ କାର୍ଯ୍ୟ କରୁ ଏବଂ ନିଜ ଦେଶର ସୁରକ୍ଷା ପ୍ରତି ସମାନ ଧ୍ୟାନ ଦେଉ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.