ETV Bharat / bharat

ଘରୋଇକରଣକୁ ଭାରତୀୟ ଶ୍ରମିକ ସଂଗଠନର ବିରୋଧ, ଆନ୍ଦୋଳନ ସହ ଚେତାବନୀ - ଘରୋଇକରଣକୁ ଭାରତୀୟ ଶ୍ରମିକ ସଂଗଠନର ବିରୋଧ

ଶନିବାର କୋଇଲା ଓ ବିଦ୍ୟୁତ କ୍ଷେତ୍ରକୁ ନେଇ ଅନେକ ସୁଧାର ଆଣିବାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସବୁଠାରୁ ବଡ ଘୋଷଣା ହେଉଛି ଘରୋଇକରଣ । ତେବେ ଏହାକୁ ନେଇ ଶ୍ରମିକ ସଂଗଠନ ଆପତ୍ତି ପ୍ରକାଶ କରିଛି ।

ndia labour union
ଘରୋଇକରଣକୁ ଭାରତୀୟ ଶ୍ରମିକ ସଂଗଠନର ବିରୋଧ
author img

By

Published : May 17, 2020, 8:25 AM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ 4 ଦିନ ହେବ ମହାମାରୀ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି । ଏନେଇ ଶନିବାର କୋଇଲା ଓ ବିଦ୍ୟୁତ କ୍ଷେତ୍ରକୁ ନେଇ ଅନେକ ସୁଧାର ଆଣିବାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ସବୁଠାରୁ ବଡ ଘୋଷଣା ହେଉଛି ଘରୋଇକରଣ । ତେବେ ଏହାକୁ ନେଇ ଶ୍ରମିକ ସଂଗଠନ ଆପତ୍ତି ପ୍ରକାଶ କରିଛି ।

ଦେଶର ବୃହତ୍ତମ ଶ୍ରମ ସଂଗଠନ ଭାରତୀୟ ଶ୍ରମିକ ସଂଗଠନ ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ କଡା ସମାଲୋଚନା କରିଛି। ଘରୋଇକରଣ ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ବୋଲି କହି ଶ୍ରମିକ ସଂଘ ଏକ ବିବୃତ୍ତି ଜାରି କରିଛି। ସଂଘ କହିଛି ଯେ ଅର୍ଥମନ୍ତ୍ରୀଙ୍କ ଘୋଷଣା ସହିତ ଲାଗୁଛି ଯେ ଏହି ସଙ୍କଟ ସମୟରେ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସରକାରଙ୍କର କୌଣସି ନୂତନ ଧାରଣା ନାହିଁ। ଘରୋଇକରଣ ଘୋଷଣା ଏକ ପୁରାତନ ପଦ୍ଧତି ହୋଇ ରହିଛି। ସଂଘ କହିଛି ଯେ ଏହି ଘୋଷଣା ପୂର୍ବରୁ ସରକାର କାହା ସହ ଆଲୋଚନା କରିନାହାଁନ୍ତି ।

ଭାରତୀୟ ଶ୍ରମିକ ସଂଘର ମହାସଚିବ ବ୍ରିଜେଶ୍ ଉପାଧ୍ୟାୟ କହିଛନ୍ତି ଯେ ଏହି ଘୋଷଣା ତାଙ୍କ ସଂଗଠନ ପାଇଁ ସମ୍ପୂର୍ଣ୍ଣ ବିରୋଧୀ। ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତି ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆମ ସଂଗଠନ ଏହି ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରିବ।

ପ୍ରକାଶଥାଉକି, ଭାରତୀୟ ଶ୍ରମିକ ସଂଗଠନ କେତେକ ବିଜେପି ଶାସିତ ରାଜ୍ୟ ଦ୍ବାରା ଶ୍ରମ ଆଇନର ପରିବର୍ତ୍ତନକୁ ବିରୋଧ କରିଆସୁଛନ୍ତି ଓ ଏହି ଆନ୍ଦୋଳନ ବିଷୟରେ ଚେତାବନୀ ମଧ୍ୟ ଦେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.